ମହାରାଷ୍ଟ୍ର ମହାସଙ୍କଟ : ସିଏମ୍ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି। କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇପାରିନାହିଁ । ତେବେ […]

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅନ୍ୟପଟେ ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ହେଉଛି ଚର୍ଚ୍ଚା । ସମସ୍ତଙ୍କ ନଜର ସେହି କ୍ୟାବିନେଟ ବୈଠକ ଉପରେ ରହିଛି । କ୍ୟାବିନେଟ ବୈଠକ ପରେ କିଛି ଗୋଟେ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପୂର୍ବରୁ ଉଦ୍ଧବ ଠାକରେ ଶିବସେନା ଦଳର ସମସ୍ତ ସାଂସଦ ଏବଂ ବିଧାୟକଙ୍କ ସହ କଥା ହେବେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଦିନ ଗୋଟାଏରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ।

ପ୍ରକୃତରେ ଏକନାଥ ସିନ୍ଧେଙ୍କ ନିକଟରେ ୪୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଫଳରେ ସେ ବର୍ତ୍ତମାନ ବିଜେପି ନିକଟକୁ ଯାଇପାରିବେ । ସେମାନଙ୍କର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଅଛନ୍ତି, ତେଣୁ ବିରୋଧୀ ନିୟମ ମଧ୍ୟ ଲାଗୁ ହେବ ନାହିଁ । ଏହି କାରଣରୁ ଶିବସେନା ବର୍ତ୍ତମାନ ସରକାରଙ୍କୁ ବଞ୍ଚାଇବାର ଆଶା ଛାଡିଛନ୍ତି ।

22 Jun 2022 By The Sakala

ମହାରାଷ୍ଟ୍ର ମହାସଙ୍କଟ : ସିଏମ୍ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଉଗ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି।

କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଅନ୍ୟପଟେ ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ହେଉଛି ଚର୍ଚ୍ଚା । ସମସ୍ତଙ୍କ ନଜର ସେହି କ୍ୟାବିନେଟ ବୈଠକ ଉପରେ ରହିଛି । କ୍ୟାବିନେଟ ବୈଠକ ପରେ କିଛି ଗୋଟେ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ପୂର୍ବରୁ ଉଦ୍ଧବ ଠାକରେ ଶିବସେନା ଦଳର ସମସ୍ତ ସାଂସଦ ଏବଂ ବିଧାୟକଙ୍କ ସହ କଥା ହେବେ ।

ସପେଟେ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକର ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ସେମାନେ ଏହି ସଂଖ୍ୟା ହାସଲ ନକରିପାରିବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବା ସେପଟେ ଏକନାଥ ସିନ୍ଧେନିଜ ସପକ୍ଷରେ ୪୦ ବିଧାୟକ ରହିଥିବା ଦାବି କରୁଛନ୍ତି । ଯେଉଁମାନଙ୍କୁ ଶିବସେନା ମନାଇବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଦଳ ପାଖରେ କୌଣସି ବିକଳ୍ପ ନାହିଁ । ଆଜି ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇ ପାରନ୍ତି । ସେ ଦିନ ଗୋଟାଏରେ କ୍ୟାବିନେଟ ବୈଠକ ଡାକିଛନ୍ତି ଏବଂ ଏହା ପରେ ଇସ୍ତଫା ଦେବେ ।

ପ୍ରକୃତରେ ଏକନାଥ ସିନ୍ଧେଙ୍କ ନିକଟରେ ୪୦ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଫଳରେ ସେ ବର୍ତ୍ତମାନ ବିଜେପି ନିକଟକୁ ଯାଇପାରିବେ । ସେମାନଙ୍କର ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଅଛନ୍ତି, ତେଣୁ ବିରୋଧୀ ନିୟମ ମଧ୍ୟ ଲାଗୁ ହେବ ନାହିଁ । ଏହି କାରଣରୁ ଶିବସେନା ବର୍ତ୍ତମାନ ସରକାରଙ୍କୁ ବଞ୍ଚାଇବାର ଆଶା ଛାଡିଛନ୍ତି ।

https://www.thesakala.in/big-news/maharashtra-crisis-sanjay-raut-hints-at-dissolution-of-legislative-assembly/article-12683
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର