ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା : ‘ପାର୍ଟି ଅପେକ୍ଷା ମାଟି ବଡ଼’ କହୁଥିବା କଂଗ୍ରେସ ନେତାଙ୍କ ଲାଗି ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍‍ଡ଼ା ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଆନନ୍ଦ। ଜଣେ ଓଡ଼ିଆ, ବିଶେଷକରି ଆଦିବାସୀ ବର୍ଗର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଆପାତତଃ ନିଶ୍ଚିିତ ହୋଇଥିବାରୁ ରାଜ୍ୟବାସୀ ବେଶ୍‍ ଉତ୍ସାହିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ସମ୍ଭାବନା ଉଜ୍ଜ୍ୱଳ। ଏନ୍‍ଡ଼ିଏ ପ୍ରାର୍ଥୀଙ୍କ ବିଜୟ […]

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍‍ଡ଼ା ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଆନନ୍ଦ। ଜଣେ ଓଡ଼ିଆ, ବିଶେଷକରି ଆଦିବାସୀ ବର୍ଗର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଆପାତତଃ ନିଶ୍ଚିିତ ହୋଇଥିବାରୁ ରାଜ୍ୟବାସୀ ବେଶ୍‍ ଉତ୍ସାହିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ସମ୍ଭାବନା ଉଜ୍ଜ୍ୱଳ। ଏନ୍‍ଡ଼ିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ମାତ୍ର ୧୩ ହଜାର ଭୋଟ ଆବଶ୍ୟକ ଥିବାବେଳେ କେବଳ ବିଜେଡି ସମର୍ଥନ ଦେଲେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ବିଜେଡ଼ିର ଲୋକସଭାରେ ୧୨, ରାଜ୍ୟସଭାରେ ୯ ସାଂସଦଙ୍କ ସହ ୧୧୩ ବିଧାୟକଙ୍କ ଭୋଟ୍‌ ରହିଛି। ଯାହା ଦ୍ରୌପଦୀଙ୍କ ବିଜୟ ପଥକୁ ସୁଗମ କରିବ। ମାତ୍ର ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ଅଡ଼ୁଆରେ ପଡ଼ିଛି ରାଜ୍ୟ କଂଗ୍ରେସ। ଜଣେ ଓଡ଼ିଆ ଓ ଆଦିବାସୀ ବର୍ଗର ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ବିଧାୟକ ଓ ସାଂସଦ ସମର୍ଥନ କରିବେ ନା କଂଗ୍ରେସ ସହ ଅନ୍ୟ ଜାତୀୟ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ ତାକୁ ନେଇ ଦଳୀୟ ବିଧାୟକ ଓ ସାଂସଦମାନେ ଚିନ୍ତା ପଡ଼ିଛନ୍ତି। ‘ମାଟି’ ଓ ‘ପାର୍ଟି’କୁ ନେଇ ଏବେ କଂଗ୍ରେସ ବିଧାୟକ ଓ ସାଂସଦ ଦ୍ୱିଧାଗ୍ରସ୍ତ ହୋଇଛନ୍ତି। ଦ୍ରୌପଦୀଙ୍କୁ ସମର୍ଥନ ନ କଲେ ରାଜ୍ୟରେ କଂଗ୍ରେସ ବିରୋଧରେ ମହିଳା, ଆଦିବାସୀ ବର୍ଗ ଓ ରାଜ୍ୟବାସୀଙ୍କ ମଧ୍ୟରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ଥିବାରୁ କଂଗ୍ରେସ ସମସ୍ୟାରେ ପଡ଼ିଛି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ମଙ୍ଗଳବାର କଂଗ୍ରେସ ସହ ୧୯ ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ମଞ୍ଚ ରାଷ୍ଟ୍ରପତି ପଦ ଲାଗି ଯଶୋବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଥିଲେ। କଂଗ୍ରେସ ଏହି ବିରୋଧୀ ମେଣ୍ଟରେ ଥିବାରୁ ରାଜ୍ୟ କଂଗ୍ରେସର ୯ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ ସ୍ୱାଭାବିକ ଭାବେ ଯଶୋବନ୍ତଙ୍କ ସପକ୍ଷରେ ମତଦାନ କରିବା ଚୂଡ଼ାନ୍ତ ମନେ ହେଉଥିଲା। ମାତ୍ର ବିଳମ୍ବିତ ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ଏନ୍‍ଡ଼ିଏ ପ୍ରାର୍ଥୀ ଭାବରେ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରି ବିରୋଧୀ ମେଣ୍ଟ ଓ କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଛି। ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଦୀର୍ଘଦିନ ଧରି କଂଗ୍ରେସ ନିଜ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରି ଆସିଛି। ଦେଶର ୫୪୩ ଆସନ ମଧ୍ୟରୁ ୪୭ଟି ଆସନ ଆଦିବାସୀ ବା ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଓଡ଼ିଶାର ୮ଟି ସହ ଦେଶର ୬୦ରୁ ଅଧିକ ଆସନରେ ଏହି ବର୍ଗର ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସିଛନ୍ତି। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଛତିଶଗଡ଼଼଼଼ରେ ଆଦିବାସୀ ଭୋଟର ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଭା ପାଟିଲ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ହେଁ ଆଦିବାସୀ ମହିଳା ଭାବରେ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ଥିତିରେ ରାଜ୍ୟ କଂଗ୍ରେସ ରାଜ୍ୟର ଆଦିବାସୀ ବର୍ଗର ମହିଳା ଦ୍ରୌପଦୀଙ୍କୁ ସମର୍ଥନ କରିବ ନା ଦଳ ମନୋନୀତ ପ୍ରାର୍ଥୀ ଯଶୋବନ୍ତଙ୍କୁ ସମର୍ଥନ ଦେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ନିଜେ ନବୀନ ଟ୍ୱିଟ୍‍ କରିଛନ୍ତି। ଏହା ସହ ଦ୍ରୌପଦୀ ମହିଳା ସଶକ୍ତିକରଣର ଉଦାହରଣ ହେବେ ବୋଲି ଆଶାବ୍ୟକ୍ତ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବର ସମୟ ବୋଲି ନିଜ ଟ୍ୱିଟ୍‍ରେ ଉଲ୍ଲେଖ କରିଥିବାରୁ ଶାସକ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ଏକ ପ୍ରକାର ନିଶ୍ଚିତ ମନେ କରାଯାଉଛି। ମାତ୍ର ଏ କ୍ଷେତ୍ରରେ ରାଜ୍ୟ କଂଗ୍ରେସର ନେତାଙ୍କ ବିବଶତା ଜଳଜଳ ଦିଶୁଛି। ଦଳୀୟ ଶୃଙ୍ଖଳା ଅନୁସାରେ ରାଜ୍ୟ କଂଗ୍ରେସର ବିଧାୟକ, ସାଂସଦ ଯଶୋବନ୍ତଙ୍କୁ ସମର୍ଥନ ଦେଇପାରନ୍ତି; ମାତ୍ର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଦଳୀୟ ହ୍ୱିପ୍‍ ବାଞ୍ଛନୀୟ ନ ଥିବାରୁ ମାଟିକୁ ସମର୍ଥନ କରିବା ନିମନ୍ତେ କଂଗ୍ରେସ ନିକଟରେ ଏକ ସୁଯୋଗ ରହିଛି। ଦ୍ରୌପଦୀଙ୍କ ପରିବର୍ତ୍ତେ ଦଳୀୟ ନିଷ୍ପତ୍ତି ଅନୁସାରେ ଯଶୋବନ୍ତଙ୍କୁ ଭୋଟ ଦେଲେ ରାଜ୍ୟରେ କଂଗ୍ରେସ ବିରୋଧରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ରହିଛି।

ଓଡ଼ିଶା କଂଗ୍ରେସ ମହିଳା, ଆଦିବାସୀ ବିରୋଧୀ ବୋଲି ପ୍ରମାଣିତ ହେବା ସହ ଏହା ବିଜେଡି ଓ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି। ପୁଣି ଜଣେ ଓଡ଼ିଆ ଭାବରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ତାଙ୍କୁ ସମର୍ଥନ ଦେବେ ବୋଲି ଦ୍ରୌପଦୀ ଆଶା କରିଛନ୍ତି। ଏହି ସ୍ଥିତିରେ ଆଗ ମାର୍ଟି ପରେ ପାର୍ଟିର ସ୍ଲୋଗାନ ଦେଉଥିବା କଂଗ୍ରେସ ନେତାଙ୍କୁ ଦ୍ରୌପଦୀ ଅଠାକାଠିରେ ପକାଇ ଦେଇଛନ୍ତି। ରାଜ୍ୟ କଂଗ୍ରେସର ଏକମାତ୍ର ସଂସଦ ସପ୍ତଗିରି ଉଲ୍ଲାକା ନିଜେ ମଧ୍ୟ ଆଦିବାସୀ ବର୍ଗର। ତେଣୁ ସେ ନିଜ ବର୍ଗର ଓ ନିଜ ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ଭୋଟ ଦେବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜାଙ୍କ ପରି ବିଧାୟକମାନେ ବିଭିନ୍ନ ସମୟରେ ପାର୍ଟିଠାରୁ ମାଟି ବଡ଼ ବୋଲି କହୁଥିବା ଦେଖାଯାଇଛି। ତେଣୁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟ କଂଗ୍ରେସକୁ ଏକ ଅସମଞ୍ଜସ୍ୟ ସ୍ଥିତିରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗ ପାର୍ଟି ତା ପରେ ମାଟି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଦ୍ଧା ଭୋଟ୍ ଦେଇନପାରନ୍ତି ବୋଲି କହିଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ଜିତାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଓଡ଼ିଆ ହେଲେ ବି ପାର୍ଟି କଥା ଶୁଣିବେ ବୋଲି କହିଛନ୍ତି ସୁର ରାଉରତାୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର