ଅଲ୍‌ବିଦା କେକେ; ପଞ୍ଚଭୂତରେ ବିଲୀନ ହେଲେ ସ୍ୱର ଯାଦୁଗର କ୍ରିଷ୍ଣାକୁମାର କୁନ୍ନଥ୍‌

The Sakala Picture
Published On

ମୁମ୍ବାଇ: ଆଉ ଶୁଭିବନି ମେଲୋଡି କିଙ୍ଗ୍ କେକେ(କୃଷ୍ଣକୁମାର କୁନ୍ନଥ)ଙ୍କ ସ୍ୱର। ତାଙ୍କ ଗୀତରେ ଆଉ ଦୁଲୁକିବନି ମଞ୍ଚ କି ଝୁମିବେନି ଦର୍ଶକ । ପଞ୍ଚ ଭୂତରେ ବିଲୀନ ହେଲେ ସ୍ୱର ଯାଦୁଗର କ୍ରିଷ୍ଣାକୁମାର କୁନ୍ନଥ୍‌ । କେକେଙ୍କୁ ମୁଖାଗ୍ନୀ ଦେଇଛନ୍ତି ତାଙ୍କ ପୁଅ। କୋଟି କୋଟି ସଙ୍ଗୀତ ପ୍ରେମୀଙ୍କୁ ଯାଦୁଗରୀ ସ୍ୱରରେ ମତୁଆଲା କରୁଥିଲା କେକେ ସମସ୍ତଙ୍କୁ ଅଲବିଦା କହିଛନ୍ତି । କୋଲକାତାରେ ଦେହାନ୍ତ ପରେ ଗୁରୁବାର ମୁମ୍ବାଇର ବର୍ସୋବା ଶ୍ମସାନରେ ଶେଷ ହୋଇଛି କେକେ ଙ୍କ […]

ମୁମ୍ବାଇ: ଆଉ ଶୁଭିବନି ମେଲୋଡି କିଙ୍ଗ୍ କେକେ(କୃଷ୍ଣକୁମାର କୁନ୍ନଥ)ଙ୍କ ସ୍ୱର। ତାଙ୍କ ଗୀତରେ ଆଉ ଦୁଲୁକିବନି ମଞ୍ଚ କି ଝୁମିବେନି ଦର୍ଶକ । ପଞ୍ଚ ଭୂତରେ ବିଲୀନ ହେଲେ ସ୍ୱର ଯାଦୁଗର କ୍ରିଷ୍ଣାକୁମାର କୁନ୍ନଥ୍‌ । କେକେଙ୍କୁ ମୁଖାଗ୍ନୀ ଦେଇଛନ୍ତି ତାଙ୍କ ପୁଅ। କୋଟି କୋଟି ସଙ୍ଗୀତ ପ୍ରେମୀଙ୍କୁ ଯାଦୁଗରୀ ସ୍ୱରରେ ମତୁଆଲା କରୁଥିଲା କେକେ ସମସ୍ତଙ୍କୁ ଅଲବିଦା କହିଛନ୍ତି । କୋଲକାତାରେ ଦେହାନ୍ତ ପରେ ଗୁରୁବାର ମୁମ୍ବାଇର ବର୍ସୋବା ଶ୍ମସାନରେ ଶେଷ ହୋଇଛି କେକେ ଙ୍କ ଅନ୍ତିମ ସଂସ୍କାର । ବଲିଉଡର ଅନେକ ତାରକା ତଥା କଣ୍ଠଶିଳ୍ପୀମାନେ ଶେଷ ଦର୍ଶନ କରିବା ସହିତ ଶ୍ମସାନ ଘାଟକୁ ଯାଇ କେକେ ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଗତକାଲି କୋଲକାତର ଏକ ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେଠାରେ ତାଙ୍କୁ ତୋପ ସଲାମି ଦିଆଯାଇଥିଲା। ଏହାପରେ ତାଙ୍କ ମର ଶରୀରକୁ ମୁମ୍ବାଇ ଅଣାଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ମରଶରୀରକୁ ରଖାଯାଇଥିଲା। ଆଜି ସକାଳୁ ବଲିଉଡର ଅନେକ ବଡ ବଡ କଳାକାର ଓ ଗାୟକମାନେ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କ ଠାରୁ ଆରମ୍ଭ କରି ଅଭିଜିତ ଭଟ୍ଟାଚାର୍ଜ୍ୟ, ସଲିମ ମର୍ଚେଣ୍ଟ, ଜାଭେଦ ଅଲ୍ଲି, ରାହୁଲ ବୈଦ୍ୟ ଆହୁରି ଅନେକ କଳାକାର ତାଙ୍କ ଅନ୍ତିମ ଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତକାଲି କୋଲକାତାରେ ଲାଇଭ୍‌ କନସର୍ଟ ବେଳେ  ସେ ଅସୁସ୍ଥ ହୋଇପଡିଥିଲେ। ପରେ ହୃଦ୍‌ଘାତ ଯୋଗୁଁ ସବୁ ଦିନ ପାଇଁ ନିରବୀ ଯାଇଥିଲା ବଲିଉଡ୍‌ର ମେଲୋଡି କିଙ୍ଗ୍‌ କେକେଙ୍କ ସ୍ୱର । ‘ହମ ରହେଁ ୟା ନା ରହେଁ କଲ୍‌’, କେକେଙ୍କ ଏହି ସୁପରହିଟ୍‌ ଗୀତ ଯେ, ତାଙ୍କ ଜୀବନର ଶେଷ ଗୀତ ହେବ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଜୀବନର ଶେଷ ସମୟରେ ବି ସେ ଯେମିତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଜୀବନର ଅର୍ଥ ଗୀତ ମାଧ୍ୟମରେ ବୁଝେଇ ଦେଇଥିଲେ। ଆଜି ଷ୍ଟେଜ ଅଛି, ହେେଲ ସେ ନାହାନ୍ତି। ଭାଇରାଲ ହେଉଛି କେକେଙ୍କ ଏହି ଶେଷ ଭିଡିଓ । ‘ଛୋଡ୍‌ ଆୟେ ହମ୍‌ ଓଁ ଗଲିୟାଁ’, ‘ତଡପ୍‌ ତଡପ୍‌ କେ ଇସ୍‌ ଦିଲ୍‌ ସେ ଆହେ ନିକଲିତି ରହି’, ‘ଆୱାରାପନ୍ ବନ୍‌ଜାରାପନ୍‌’ ‘ତୁ ହିଁ ମେରି ସବ୍‌ ହୈ’ ଗୀତ ପାଇଁ ସେ ସର୍ବଦା ଅଗଣିତ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିବେ କେକେ। ପ୍ରତିଟି ଗୀତ ଜରିଆରେ ପ୍ରେମ ଓ ବିରହର ବେଦନାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ କେକେ। ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଥିବାବେଳେ ଅନେକ ଭାଷାରେ ବି ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି। ନବେ ଦଶକର ଯୁବପିଢିଙ୍କ ମଧ୍ୟରେ କେକେଙ୍କର ଖୁବ୍‌ କ୍ରେଜ୍‌ ଥିଲା। ସେହି ସମୟରେ ସେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ । ‘ରେହ ନା ହୈ ତେରେ ଦିଲ୍‌ ମେଁ’  ଫିଲ୍ମର ‘ସଚ କେହ୍‌ ରାହା ହୈ  ଦିଲ୍‌’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ‘ଭଏସ ଅଫ୍ ଲଭ୍’ ର ପରିଚୟ । ଏହାପରେ ବଲିଉଡ୍‌କୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌  ଗୀତ ଦେଇ ଚାଲିଥିଲେ।  ଆଜି, ଯଦିଓ କେ.କେ ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ସୁମଧୁର ସ୍ୱର ଆମକୁ ସର୍ବଦା ମନେ ପକାଇବ ଯେ ଆମ ମଧ୍ୟରେ ଏକ ତାରକା ଥିଲେ, ଯାହାଙ୍କ ସ୍ୱର ପ୍ରତିଟି ପିଢ଼ିକୁ ଝୁମିବାକୁ ବାଧ୍ୟ କରୁଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର