ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର

The Sakala Picture
Published On

ନୂଆଦିଲ୍ଲୀ: ସରକାର ଦେଶବାସୀଙ୍କ ବୋଝ ଉପରେ ନଳିତା ବିଡା ଲଦିଛନ୍ତି। ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ଶନିବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ସିଲିଣ୍ଡର […]

ନୂଆଦିଲ୍ଲୀ: ସରକାର ଦେଶବାସୀଙ୍କ ବୋଝ ଉପରେ ନଳିତା ବିଡା ଲଦିଛନ୍ତି। ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ଶନିବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ସିଲିଣ୍ଡର ପିଛା ୯୯୯.୫୦ ଟଙ୍କା ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଦେଶରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ସାବୁନ, ସ୍ୟାମ୍ପୁ, ପାଉଡର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ୟୁନିଲିଭର ନିଷ୍ପତ୍ତି ନେଇଛି। ପୋଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ପଡିଛି। ଏହାରି ଭିତରେ ଜନସାଧାରଣଙ୍କ ଉପରେ ଉପରେ ମହଙ୍ଗା ମାଡ ହୋଇଛି। ପ୍ରାୟ ଦେଢ ମାସ ପରେ ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ବୁଧବାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୯୯୯.୫୦ ଟଙ୍କା ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ଘରୋଇ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏପ୍ରିଲ ପହିଲାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୫୦ ଓ ମେ ୧ରେ ୧୦୨.୫୦ ଟଙ୍କା ବୃଦ୍ଧି ପାଇଥିଲା। ଫଳରେ ଜାତୀୟ ରାଜଧାନୀରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ଟଙ୍କା ହୋଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ସୂଚନାଯୋଗ୍ୟ, ୫ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଦେଶରେ LPG ଓ ତୈଳଦର ସ୍ଥିର ଥିଲା। ୬ ଅକ୍ଟୋବର ୨୦୨୧ ପରଠାରୁ ଏଥିରେ କୌଣସି ପରିବର୍ତ୍ତନ ଆସିନଥିଲା। କିନ୍ତୁ ମାର୍ଚ୍ଚ ୨୨ ପରଠାରୁ ଉଭୟ LPG ଓ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାରୁ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିଛି। ତେବେ ଏହି ମୂଲ୍ୟ ବୃଦ୍ଧି ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ।

07 May 2022 By The Sakala

ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ସରକାର ଦେଶବାସୀଙ୍କ ବୋଝ ଉପରେ ନଳିତା ବିଡା ଲଦିଛନ୍ତି। ମହଙ୍ଗାକୁ ନେଇ ପୂର୍ବରୁ ସଙ୍କଟରେ ପଡିଥିବା ସାଧାରଣ ଲୋକ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଣି ଥରେ ରୋଷେଇ ଘରେ ମହଙ୍ଗା ମାଡ ହୋଇଛି। ଶନିବାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ବର୍ତ୍ତମାନ ସିଲିଣ୍ଡର ପିଛା ୯୯୯.୫୦ ଟଙ୍କା ହେବ।

ଦେଶରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ସାବୁନ, ସ୍ୟାମ୍ପୁ, ପାଉଡର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ୟୁନିଲିଭର ନିଷ୍ପତ୍ତି ନେଇଛି। ପୋଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ପଡିଛି। ଏହାରି ଭିତରେ ଜନସାଧାରଣଙ୍କ ଉପରେ ଉପରେ ମହଙ୍ଗା ମାଡ ହୋଇଛି। ପ୍ରାୟ ଦେଢ ମାସ ପରେ ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।

ବୁଧବାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଘରୋଇ ଘରୋଇ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୯୯୯.୫୦ ଟଙ୍କା ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ଘରୋଇ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏପ୍ରିଲ ପହିଲାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୫୦ ଓ ମେ ୧ରେ ୧୦୨.୫୦ ଟଙ୍କା ବୃଦ୍ଧି ପାଇଥିଲା। ଫଳରେ ଜାତୀୟ ରାଜଧାନୀରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ଟଙ୍କା ହୋଇଛି।

ସୂଚନାଯୋଗ୍ୟ, ୫ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଦେଶରେ LPG ଓ ତୈଳଦର ସ୍ଥିର ଥିଲା। ୬ ଅକ୍ଟୋବର ୨୦୨୧ ପରଠାରୁ ଏଥିରେ କୌଣସି ପରିବର୍ତ୍ତନ ଆସିନଥିଲା। କିନ୍ତୁ ମାର୍ଚ୍ଚ ୨୨ ପରଠାରୁ ଉଭୟ LPG ଓ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାରୁ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିଛି। ତେବେ ଏହି ମୂଲ୍ୟ ବୃଦ୍ଧି ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର