ନବୀନଙ୍କ ସମାବେଶ ପରେ ବଦଳିଗଲା ଗଣିତ : ୨୦୧୮ରେ ବିଜେପୁର, ୨୦୨୨ରେ ପଦ୍ମପୁର

The Sakala Picture
Published On

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି, ହେଲେ ପଦ୍ମପୁର ଉପନିର୍ବାଚନ ରାଜ୍ୟରେ ସୃଷ୍ଟି କରିଛି ନିର୍ବାଚନୀ ବାତାବରଣ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି। ତେଣୁ ଡିସେମ୍ବର ୫ ତାରିଖ ଉପନିର୍ବାଚନରେ ପ୍ରତିଟି ଭୋଟ ଏକ ନୂଆ କାହାଣୀ ଲେଖିବ ବୋଲି ରାଜନୈତିକ […]

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି, ହେଲେ ପଦ୍ମପୁର ଉପନିର୍ବାଚନ ରାଜ୍ୟରେ ସୃଷ୍ଟି କରିଛି ନିର୍ବାଚନୀ ବାତାବରଣ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି। ତେଣୁ ଡିସେମ୍ବର ୫ ତାରିଖ ଉପନିର୍ବାଚନରେ ପ୍ରତିଟି ଭୋଟ ଏକ ନୂଆ କାହାଣୀ ଲେଖିବ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଫସଲବୀମା, ଧାନ ଉଠାଣ, ଜିଲ୍ଲା ଗଠନ ଓ ଏନଏସି ମାନ୍ୟତା, ସେତୁ ଓ ଜଳସେଚନ ଏବଂ ରେଳବାଇ ଭଳି ପ୍ରସଙ୍ଗ ଏହି ଉପ-ନିର୍ବାଚନକୁ ଆହୁରି ରୋଚକ କରିଛି। ବିଭିନ୍ନ ପ୍ରସଙ୍ଗ ଉପରେ ରାଜନୈତିକ ଦଳର ଆଭିମୁଖ୍ୟ ଏବଂ ଜନତାଙ୍କ ପକ୍ଷ ଶୁଣିବାକୁ ମିଳିଛି। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି। ମହିଳା ସଶକ୍ତୀକରଣ ଏବଂ ନିରନ୍ତର ବିକାଶ ବର୍ଷାଙ୍କ ପ୍ରାର୍ଥÒତ୍ୱକୁ ଅନ୍ୟମାନଙ୍କ ଠାରୁ ଢେର ଭିନ୍ନ କରିଛି। ଅପରପକ୍ଷରେ ବିଜେପି ୨୦୧୯ ନିର୍ବାଚନରେ ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭରସା କରିଛି। କଂଗ୍ରେସ ମଧ୍ୟ ଏକାଧିକ ଥର ପୂର୍ବରୁ ବିଧାୟକ ହୋଇଥିବା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ଲଢେଇରେ ଆହୁରି ୭ ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଚର୍ଚ୍ଚା ହେଉ ନ ଥିଲେ ହେଁ ସେମାନଙ୍କର ଭୋଟଗୁଡ଼ିକ ଆଗାମୀ ନିର୍ବାଚନରେ ଯଥେଷ୍ଟ ଗୁରୁତ୍ୱବହନ କରିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ପୂର୍ବରୁ ପଦ୍ମପୁରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା। ପୂର୍ବ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ଘିବେଲା ଏବଂ ନିକଟରେ ସରକାରୀ ଚାକିରୀରୁ ଅବସର ନେଇଥିବା ମହେନ୍ଦ୍ର ବଢେଇ ବିଜେଡିରେ ଯୋଗଦାନ କରିଛନ୍ତି। ସାରା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍କୁଲ ଏବଂ ଐତିହ୍ୟ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣର ସୁଫଳ ଦେଖିବାକୁ ମିଳିଛି। ଅପରପକ୍ଷରେ ପଦ୍ମପୁର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ବିଭିନ୍ନ ଘୋଷଣା ସ୍ଥାନୀୟ ବାସିନ୍ଦାଙ୍କୁ ବେଶ୍‍ ପ୍ରଭାବିତ କରିଛି। ପଦ୍ମପୁର ଜିଲ୍ଲା ଘୋଷଣା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ସରକାର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଦ୍ମପୁରରେ ବିଜେପୁର ଉପନିର୍ବାଚନ ଫଳାଫଳର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବିଜେପୁର ଏବଂ ଅନ୍ୟ ପଡୋଶୀ ଆସନରେ ବିଜେଡି ଠାରୁ ଯଥେଷ୍ଟ ଅଧିକ ଭୋଟ ପାଇଥିଲା। ସେହିବର୍ଷ ସୁବଳ ସାହୁଙ୍କ ପରଲୋକ ପରେ ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡିକୁ ମିଳିଥିଲା ଅଭୂତପୂର୍ବ ସଫଳତା। କେନ୍ଦ୍ରମନ୍ତ୍ରୀ, ପଡୋଶୀ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀମାନେ ବିଜେପୁରରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଦିନରାତି ଏକ କରି ଦେଇଥିଲେ। ମାତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ବିଜେପୁରରେ ବିଜେପିର ସବୁ ଗଣିତକୁ ବିଗାଡ଼ି ଦେଇଥିଲା। ପରିଣତସ୍ୱରୂପ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୦ ହଜାରରୁ ଊର୍ଦ୍ଧ୍ବ ବ୍ୟବଧାନରେ ବିଜୟୀ ହୋଇଥିଲେ। ପଦ୍ମପୁର ଉପନିର୍ବାଚନ ୩ ଦିନ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀରେ ୩ଟି ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ସାଧାରଣ ଲୋକଙ୍କ ଭିଡ଼ ନିର୍ବାଚନ ଫଳାଫଳ କ’ଣ ହେବ ତାହା ସ୍ପଷ୍ଟ କରି ଦେଇଛି। କେନ୍ଦୁପତ୍ର ତୋଳାଳି, ଚାଷୀ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା ସହ ରାଜ୍ୟ ସରକାର ଗ୍ରହଣ କରିଥିବା ଜନହିତକର ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରିଛନ୍ତି ନବୀନ। ଯାହା ନିର୍ବାଚନ ଫଳାଫଳକୁ ଗଭୀର ଭାବରେ ପ୍ରଭାବିତ କରିବ ବୋଲି ମନେ କରାଯାଉଛି। ଅନ୍ୟପକ୍ଷରେ ଏହି ନିର୍ବାଚନରେ ବିଜେଡି ସବୁ ବର୍ଗକୁ ଆହୁରି ଉତ୍ତମ ଭାବେ ଯୋଡିବା ପାଇଁ ସମସ୍ତ ପ୍ରୟାସ କରିଛି। ମହିଳା, ଯୁବ ଓ ଛାତ୍ର ସହ ବହୁ ସଂଖ୍ୟା ବିଶିଷ୍ଟ ସମାଜ ସହ ଦଳ ଯୋଡି ହୋଇଛି। ରାଜ୍ୟର ଶାସନ ମୁଖ୍ୟ ବ୍ୟକ୍ତିଗତ ଭାବେ ସାଧାରଣ ଜନତାର ଆହୁରି ନିକଟତର ହେବା ସମସ୍ତଙ୍କୁ ଢେର ଉତ୍ସାହିତ କରିଛି।

04 Dec 2022 By The Sakala

https://www.thesakala.in/big-news/after-naveens-rally-padampur-election-math-changed/article-17060
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର