ବର୍ଷ ଶେଷ ସୁଦ୍ଧା ଦେଶର ୨୫ ସହରରେ ଉପଲବ୍ଧ ହେବ ୫-ଜି ସେବା; ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଅତ୍ୟାଧୁନିକ ୫ଜି ସେବାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ରୁ ସେପ୍ଟମ୍ବର ମଧ୍ୟରେ ଏହାର ଆରମ୍ଭ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ ଜି ସେବା ଉପଲବ୍ଧ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ‘ ହ୍ବାଟ ଇଣ୍ଡିଆ […]

ନୂଆଦିଲ୍ଲୀ: ଭାରତରେ ଅତ୍ୟାଧୁନିକ ୫ଜି ସେବାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ରୁ ସେପ୍ଟମ୍ବର ମଧ୍ୟରେ ଏହାର ଆରମ୍ଭ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ ଜି ସେବା ଉପଲବ୍ଧ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ‘ ହ୍ବାଟ ଇଣ୍ଡିଆ ଥିଙ୍କସ୍‌ ଟୁଡେ ଗ୍ଳୋବାଲ ସମିଟ୍‌’ରେ ଯୋଗ ଦେଇ ଅଶ୍ୱିନୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତରେ ୪ ଜି ଏବଂ ୫ଜି ଉନ୍ନତ ବ୍ୟବସ୍ଥାକୁ ନେଇ ଗୁରୁତ୍ବ ଦେବା ସହିତ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଡିଜିଟାଲ ନେଟୱର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ଅଦ୍ବିତୀୟ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁରି ଦିଆଯାଇସାରିଛି। କେବଳ ସେତିକି ନୁହେଁ , ୪ ଜି ଏବଂ ୫ ଜି ସେବାକୁ ଆଧାର କରି ଉନ୍ନତ ସରଞ୍ଜାମ ଉତ୍ପାଦନ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇ କାର୍ଯ୍ୟ ଜାରି ରହିଛି। ଦେଶରେ ୫ଜି ସେବା ଉପଲବ୍ଧ ହେଲେ ଅନେକ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ କୌଣସି ଅଜଣା ମୋବାଇଲ କଲକୁ ନେଇ ଅନେକ ସମସ୍ୟା ରହିଛି। କିନ୍ତୁ ୫ଜି ସେବାରେ କଲ କରୁଥିବା ବ୍ୟକ୍ତିର ସମ୍ପୂର୍ଣ୍ଣ ‘କେୱାଇସି’ ଜଣାପଡ଼ିଯିବ। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଗ୍ରାହକମାନଙ୍କୁ କାରବାର କ୍ଷେତ୍ରରେ ନୂତନତ୍ବ ମିଳିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଗାମୀ ଦିପାବଳୀ ସୁଦ୍ଧା ସରକାର ଲୋକଙ୍କୁ ୫ଜି ସେବା ଉପହାର ଦେଇପାରନ୍ତି ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇରୁ ୫ଜି ସ୍ପେକଟ୍ରମ୍‌ ନିଲାମ ହେବାକୁ ଯାଉଥିଲା ବେଳେ ଏଥିରେ ୭୨ ଜିଗା ହର୍ଜରୁ ଅଧିକ ସ୍ପେକଟ୍ରମ ୨୦ ବର୍ଷର ବୈଧତା ସହ ନିଲାମ କରାଯିବ। ନିମ୍ନ ,ମଧ୍ୟମ ଏବଂ ହାଇଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକଟ୍ରମ ନିଲାମ କରାଯିବ। ଏହାଦ୍ବାରା ଦେଶରେ ଇଣ୍ଟରନେଟ୍‌ ବ୍ୟବସ୍ଥା ୪ଜି ତୁଳନାରେ ୧୦ ଗୁଣ ଅଧିକ ଗତିଶୀଳ ହୋଇପାରିବ। ଯାହାକି ବୈଷୟିକ ଏବଂ ବ୍ୟାବସାୟିକ କ୍ଷେତ୍ର ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ତେବେ ୫ଜି ସେବା ମୂଲ୍ୟକୁ ନେଇ ସେ କହିଛନ୍ତି ଯେ, ସାରା ବିଶ୍ବରେ ଏବେ ମଧ୍ୟ ଭାରତରେ ଡାଟା ପ୍ୟାକେଜ ମୂଲ୍ୟ ସବୁଠୁ କମ୍‌ ରହିଛି। ବିଶ୍ୱସ୍ତରରେ ହାରାହାରି ଡାଟା ପ୍ୟାକେଜ୍‌ ମୂଲ୍ୟ ୨୫ ଆମେରିକୀୟ ଡଲାର ରହିଥିବା ବେଳେ ଭାରତରେ ଏହି ମୂଲ୍ୟ ମାତ୍ର ୨ ଡଲାର ରହିଛି। ଏହିକ୍ରମରେ ୫ଜି ମୂଲ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ହାଇଦରାବଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ଆଦି ସହରରେ ପ୍ରଥମେ ଏହି ସେବା ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର