ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୨୨ ବର୍ଷରେ ଝାଡଖଣ୍ଡରେ ୧୧ ମୁଖ୍ୟମନ୍ତ୍ରୀ, ୧୦ ଜଣ ପୂରଣ କରିପାରି ନାହାନ୍ତି କାର୍ଯ୍ୟକାଳ

The Sakala Picture
Published On

ନୂଆଦିଲ୍ଲୀ : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ତୁଟିବାର ନାଁ ଧୁରନି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ […]

ନୂଆଦିଲ୍ଲୀ : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ତୁଟିବାର ନାଁ ଧୁରନି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ । ହେଲେ ନିର୍ବାଚନ ଲଢିବା ନେଇ ହେମନ୍ତଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି ନିର୍ବାଚନ ଆୟୋଗ । ଏଭଳି ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିଶ୍ଚିନ୍ତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ

ଝାରଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏପରି ଅବସ୍ଥା ମଧ୍ୟରେ ଯଦି ଝାଡଖଣ୍ଡର ୨୨ ବର୍ଷର ଇତିହାସକୁ ନଜର କରାଯାଏ ତେବେ , ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ବର୍ଷରେ ରାଜ୍ୟକୁ ୧୧ ମୁଖ୍ୟମନ୍ତ୍ରୀ ମିଳିଛନ୍ତି। ସବୁଠୁ ରୋଚକପୂର୍ଣ୍ଣ ଖବର ହେଉଛି ୧୦ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ସେଥିମଧ୍ୟରୁ କେବଳ ବିଜେପିର ରଘୁଭର୍ ଦାସ ତାଙ୍କ କାର୍ଯ୍ୟକାଳ ଶେଷ କରିଛନ୍ତି (୨୮ ଡିସେମ୍ବର ୨୦୧୪ – ୨୮ ଡିସେମ୍ବର ୨୦୧୯)। ଏହାପରେ କ୍ଷମତାକୁ ଆସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାଳ ୫ ବର୍ଷ ପୂର୍ତ୍ତି ହେବାର ମନେ ହେଉଥିଲା କିନ୍ତୁ ବର୍ତ୍ତମାନ ଯାହା ରାଜନୈତିକ ଚିତ୍ର ରହିଛି, ଏଥିରୁ ଜଣାପଡୁଛି ଝାଡଖଣ୍ଡ ଆଉ ଜଣେ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ

  • ୧୫ ନଭେମ୍ବର ୨୦୦୦ ରୁ ୧୮ ମାର୍ଚ୍ଚ ୨୦୦୩ ବାବୁଲାଲ ମାରାଣ୍ଡି (ବିଜେପି) ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ୧୮ ମାର୍ଚ୍ଚ ୨୦୦୩ ରୁ ୨ ମାର୍ଚ୍ଚ ୨୦୦୫ ଅର୍ଜୁନ ମୁଣ୍ଡା (ବିଜେପି)
  • ୨ ମାର୍ଚ୍ଚ ୨୦୦୫ ରୁ ୧୨ ମାର୍ଚ୍ଚ ୨୦୦୫ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୨ ମାର୍ଚ୍ଚ ୨୦୦୫ ରୁ ୧୮ ସେପ୍ଟେମ୍ବର ୨୦୦୬ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ସେପ୍ଟେମ୍ବର ୨୦୦୬ ରୁ ୨୮ ଅଗଷ୍ଟ ୨୦୦୮ ମଧୁ କୋଡା (ସ୍ୱାଧୀନ)
  • ୨୮ ଅଗଷ୍ଟ ୨୦୦୮ ରୁ ୧୮ ଜାନୁଆରୀ ୨୦୦୯ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୯ ଜାନୁଆରୀ ୨୦୦୯ ରୁ ୨୯ ଡିସେମ୍ବର ୨୦୦୯ (ରାଷ୍ଟ୍ରପତି ଶାସନ)
  • ୩୦ ଡିସେମ୍ବର ୨୦୦୯ ରୁ ୩୧ ମେ ୨୦୧୦ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧ ଜୁନ୍ ୨୦୧୦ ରୁ ୧୦ ସେପ୍ଟେମ୍ବର ୨୦୧୦ (ରାଷ୍ଟ୍ରପତି ଶାସନ)
  • ୧୧ ସେପ୍ଟେମ୍ବର ୨୦୧୦ ରୁ ୧୮ ଜାନୁଆରୀ ୨୦୧୩ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ଜାନୁଆରୀ ୨୦୧୩ ରୁ ୧୩ ଜୁଲାଇ ୨୦୧୩ (ରାଷ୍ଟ୍ରପତି ଶାସନ)
  • ୧୩ ଜୁଲାଇ ୨୦୧୩ ରୁ ୨୩ ଡିସେମ୍ବର ୨୦୧୪ ହେମନ୍ତ ସୋରେନ (ଜେଏମ୍ଏମ୍)
  • ୨୮ ଡିସେମ୍ବର ୨୦୧୪ ରୁ ୨୮ ଡିସେମ୍ବର ୨୦୧୯ ରଘୁଭର୍ ଦାସ  (ବିଜେପି)
  • ୨୯ ଡିସେମ୍ବର ୨୦୧୯ ହେମନ୍ତ ସୋରେନ (ଜେଏମ୍ଏମ୍) ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି
26 Aug 2022 By The Sakala

୨୨ ବର୍ଷରେ ଝାଡଖଣ୍ଡରେ ୧୧ ମୁଖ୍ୟମନ୍ତ୍ରୀ, ୧୦ ଜଣ ପୂରଣ କରିପାରି ନାହାନ୍ତି କାର୍ଯ୍ୟକାଳ

ନୂଆଦିଲ୍ଲୀ : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ତୁଟିବାର ନାଁ ଧୁରନି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ । ହେଲେ ନିର୍ବାଚନ ଲଢିବା ନେଇ ହେମନ୍ତଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି ନିର୍ବାଚନ ଆୟୋଗ । ଏଭଳି ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିଶ୍ଚିନ୍ତ ହୋଇଯାଇଛି ।

ଝାରଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏପରି ଅବସ୍ଥା ମଧ୍ୟରେ ଯଦି ଝାଡଖଣ୍ଡର ୨୨ ବର୍ଷର ଇତିହାସକୁ ନଜର କରାଯାଏ ତେବେ , ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ବର୍ଷରେ ରାଜ୍ୟକୁ ୧୧ ମୁଖ୍ୟମନ୍ତ୍ରୀ ମିଳିଛନ୍ତି। ସବୁଠୁ ରୋଚକପୂର୍ଣ୍ଣ ଖବର ହେଉଛି ୧୦ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି। ସେଥିମଧ୍ୟରୁ କେବଳ ବିଜେପିର ରଘୁଭର୍ ଦାସ ତାଙ୍କ କାର୍ଯ୍ୟକାଳ ଶେଷ କରିଛନ୍ତି (୨୮ ଡିସେମ୍ବର ୨୦୧୪ – ୨୮ ଡିସେମ୍ବର ୨୦୧୯)। ଏହାପରେ କ୍ଷମତାକୁ ଆସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାଳ ୫ ବର୍ଷ ପୂର୍ତ୍ତି ହେବାର ମନେ ହେଉଥିଲା କିନ୍ତୁ ବର୍ତ୍ତମାନ ଯାହା ରାଜନୈତିକ ଚିତ୍ର ରହିଛି, ଏଥିରୁ ଜଣାପଡୁଛି ଝାଡଖଣ୍ଡ ଆଉ ଜଣେ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି।

  • ୧୫ ନଭେମ୍ବର ୨୦୦୦ ରୁ ୧୮ ମାର୍ଚ୍ଚ ୨୦୦୩ ବାବୁଲାଲ ମାରାଣ୍ଡି (ବିଜେପି) ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇ ୧୮ ମାର୍ଚ୍ଚ ୨୦୦୩ ରୁ ୨ ମାର୍ଚ୍ଚ ୨୦୦୫ ଅର୍ଜୁନ ମୁଣ୍ଡା (ବିଜେପି)
  • ୨ ମାର୍ଚ୍ଚ ୨୦୦୫ ରୁ ୧୨ ମାର୍ଚ୍ଚ ୨୦୦୫ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୨ ମାର୍ଚ୍ଚ ୨୦୦୫ ରୁ ୧୮ ସେପ୍ଟେମ୍ବର ୨୦୦୬ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ସେପ୍ଟେମ୍ବର ୨୦୦୬ ରୁ ୨୮ ଅଗଷ୍ଟ ୨୦୦୮ ମଧୁ କୋଡା (ସ୍ୱାଧୀନ)
  • ୨୮ ଅଗଷ୍ଟ ୨୦୦୮ ରୁ ୧୮ ଜାନୁଆରୀ ୨୦୦୯ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧୯ ଜାନୁଆରୀ ୨୦୦୯ ରୁ ୨୯ ଡିସେମ୍ବର ୨୦୦୯ (ରାଷ୍ଟ୍ରପତି ଶାସନ)
  • ୩୦ ଡିସେମ୍ବର ୨୦୦୯ ରୁ ୩୧ ମେ ୨୦୧୦ ଶିବୁ ସୋରେନ୍ (ଜେଏମ୍ଏମ୍)
  • ୧ ଜୁନ୍ ୨୦୧୦ ରୁ ୧୦ ସେପ୍ଟେମ୍ବର ୨୦୧୦ (ରାଷ୍ଟ୍ରପତି ଶାସନ)
  • ୧୧ ସେପ୍ଟେମ୍ବର ୨୦୧୦ ରୁ ୧୮ ଜାନୁଆରୀ ୨୦୧୩ ଅର୍ଜୁନ ମୁଣ୍ଡା (ବିଜେପି)
  • ୧୮ ଜାନୁଆରୀ ୨୦୧୩ ରୁ ୧୩ ଜୁଲାଇ ୨୦୧୩ (ରାଷ୍ଟ୍ରପତି ଶାସନ)
  • ୧୩ ଜୁଲାଇ ୨୦୧୩ ରୁ ୨୩ ଡିସେମ୍ବର ୨୦୧୪ ହେମନ୍ତ ସୋରେନ (ଜେଏମ୍ଏମ୍)
  • ୨୮ ଡିସେମ୍ବର ୨୦୧୪ ରୁ ୨୮ ଡିସେମ୍ବର ୨୦୧୯ ରଘୁଭର୍ ଦାସ  (ବିଜେପି)
  • ୨୯ ଡିସେମ୍ବର ୨୦୧୯ ହେମନ୍ତ ସୋରେନ (ଜେଏମ୍ଏମ୍) ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଛନ୍ତି
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର