ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ଗ୍ରାଜୁଏଟ ଝିଅ ସୀମାଙ୍କ ଷ୍ଟାର୍ଟ ଅଫ, ମେସିନରୁ ସ୍ବୟଂ ଚାଳିତ ବିଭିନ୍ନ ଖଟା ପାଣି ସହିତ ସ୍ବତନ୍ତ୍ର ଗୁପଚୁପ

The Sakala Picture
Published On

ବାରିପଦା : ଗୁପଚୁପ ଖାଇବାକୁ କାହାକୁ ବା ଇଚ୍ଛା ନ ଥାଏ। ଖଟା ପାଣି ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିବାଟା ନିଶ୍ଚିତ। ତେବେ ବାରିପଦାରେ ଏମିତି ଗୁପଚୁପ ଦୋକାନଟି ଅଛି ଯେଉଁଠି କି ସ୍ବୟଂ ଚାଳିତ ମେସିନରୁ ବାହାରୁଛି ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ମନପସନ୍ଦର ଖଟା ପାଣି। ଗୁପଚୁପରେ ମସଲା ଲଗାଇ ମେସିନ ଆଗରେ ଦେଖାଇଲେ ଆପେ ଆପେ ବାହାରୁଛି ଖଟା ପାଣି। ଏମିତି ସତନ୍ତ୍ର ଢ଼ଙ୍ଗର ପାଣି ମେସିନ ସହିତ ପରିଷ୍କାର ପରିଚ୍ଛନ ଗୁପଚୁପ […]

ବାରିପଦା : ଗୁପଚୁପ ଖାଇବାକୁ କାହାକୁ ବା ଇଚ୍ଛା ନ ଥାଏ। ଖଟା ପାଣି ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିବାଟା ନିଶ୍ଚିତ। ତେବେ ବାରିପଦାରେ ଏମିତି ଗୁପଚୁପ ଦୋକାନଟି ଅଛି ଯେଉଁଠି କି ସ୍ବୟଂ ଚାଳିତ ମେସିନରୁ ବାହାରୁଛି ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ମନପସନ୍ଦର ଖଟା ପାଣି। ଗୁପଚୁପରେ ମସଲା ଲଗାଇ ମେସିନ ଆଗରେ ଦେଖାଇଲେ ଆପେ ଆପେ ବାହାରୁଛି ଖଟା ପାଣି। ଏମିତି ସତନ୍ତ୍ର ଢ଼ଙ୍ଗର ପାଣି ମେସିନ ସହିତ ପରିଷ୍କାର ପରିଚ୍ଛନ ଗୁପଚୁପ ଦୋକାନଟିଏ ବାରିପଦା ସହରର ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ସହରର କେଏମବିଏମ ଛକ ଠାରେ ଏହି ଅସ୍ଥାୟୀ ଦୋକାନଟି ପ୍ରତ୍ୟେକ ସନ୍ଧ୍ୟାରେ ଖୋଲିଥାଏ। ଆଉ ତାହାକୁ ଗ୍ରାଜୁଏଟ ସମ୍ପୂର୍ଣ୍ଣ କରିଥିବା ଯୁବତୀ ଜଣଙ୍କ ଚଳାଉଛନ୍ତି। ନିଆରା ଢଙ୍ଗର ଷ୍ଟାର୍ଟ ଅଫ ପ୍ଲାନର ଉକ୍ତ ଗୁପଚୁପ ଦୋକାନ ଖୁବ ଆଦୃତ ମଧ୍ୟ ହୋଇଛି। ବାରିପଦା ସହରର ବଡ଼ବଜାର ଅଞ୍ଚଳର ଯୁବତୀ ସୀମା ମହାନ୍ତ(୨୦) ଚଳିତ ବର୍ଷ ସରକାରୀ ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି। ଏଥିପରେ ସେ ନିଜେ ବ୍ୟବସାୟ କରି ସ୍ୱାବଲମ୍ବୀ ହେବାକୁ ମନ ବଳାଇଥିଲେ। ଯାହାକୁ ନେଇ ତାଙ୍କ ବଡ଼ ଭଉଣୀ ବିଷ୍ଣୁପ୍ରିୟା ତାଙ୍କୁ ସହାୟତା କରିବା ସହ ଦୁହେଁ ନୂତନ ଷ୍ଟାର୍ଟ ପ୍ଲାନ ସହ ଦୋକାନଟି ଆରମ୍ଭ କରିଥିଲେ। କୋଭିଡ ସମୟରେ ଦୂରତା ଓ ସ୍ୱଚ୍ଛତା ନେଇ ଯେଉଁ ବାର୍ତ୍ତା ଥିଲା, ତାହାକୁ ସେ ନିଜ ଷ୍ଟାର୍ଟ ପ୍ଲାନରେ ବିନିଯୋଗ କରିଛନ୍ତି। ପ୍ରାୟ ୧ଲକ୍ଷ ଟଙ୍କାର ଉକ୍ତ ମେସିନ ବସାଇ ଏପ୍ରିଲ ମାସରୁ ଦୋକାନଟି ଆରମ୍ଭ କରିଥିଲେ। ମେସିନରୁ ଖଟା, ରାଗ, ମିଠା, ପୁଦିନା ଆଦି ୫ଗୋଟି ପ୍ରକାର ସ୍ବାଦର ପାଣି ରହିଛି। ଯାହାକୁ କି ପ୍ରସ୍ତୁତ କରି ପୂର୍ବରୁ ମେସିନ ମଧ୍ୟରେ ରଖାଯାଇଥାଏ। ନିଜେ ମଧ୍ୟ ସ୍ୱଚ୍ଛତାର ସହିତ ହାତରେ ଗ୍ଲୋବ୍ସ ପିନ୍ଧି ଗ୍ରାହକଙ୍କୁ ଗୁପଚୁପ ପ୍ରଦାନ କରୁଛନ୍ତି। ଆଉ ଗ୍ରାହକ ଉକ୍ତ ଗୁପଚୁପକୁ ମେସିନ ସମ୍ମୁଖରେ ରଖିଲେ ଆପେ ଆପେ ମନପସନ୍ଦର ଗୁପଚୁପ ପାଣି ବାହାରି ଆସିଥାଏ। ଯାହାକି ଅନ୍ୟ ଦୋକାନ ମାନଙ୍କ ମଧ୍ୟରେ ନିଆରା ହୋଇଥିବା ବେଳେ ଗ୍ରାହକଙ୍କ ମଧ୍ୟ ଖୁବ ଆଦୃତ ହୋଇଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ଏଥି ସହିତ ମହିଳା ହୋଇ ମଧ୍ୟ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ସୀମା ସମସ୍ତଙ୍କୁ ହାଇଜେନିକ ଖାଦ୍ୟ ପ୍ରଦାନ କରି ସୁସ୍ଥ ରଖିବା ଲକ୍ଷ୍ୟରେ ଦୋକାନଟି କରିଛନ୍ତି ବୋଲି କହିଛନ୍ତି। ଏଥି ସହିତ ଗ୍ରାଜୁଏସନ ପରେ ଚାକିରୀ ପଛରେ ନ ଧାଇଁ ନିଜେ ନିଜ ଗୋଡ଼ରେ ଠିଆ ହେବାର ଇଚ୍ଛା ରହିଛି। ଦୋକାନ ନିମନ୍ତେ ସେ କଠିନ ପରିଶ୍ରମ କରୁଛନ୍ତି। ଆଗକୁ ବ୍ୟବସାୟୀକୁ ଆହୁରି ବିସ୍ତାର କରିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ପୂର୍ବ ତୁଳନାରେ ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ଦୋକାନରେ ମଧ୍ୟ ବୃଦ୍ଧି ପାଉଛି। ‘ସକାଳ’ ପରିବାର ପକ୍ଷରୁ ତାଙ୍କୁ ଏପରି ଚିନ୍ତାଧାରା ପାଇଁ ଭବିଷ୍ୟତ ଉଜ୍ଜ୍ବଳ କାମନା କରାଯାଇଛି ।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

14 Oct 2023 By The Sakala

ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ଗ୍ରାଜୁଏଟ ଝିଅ ସୀମାଙ୍କ ଷ୍ଟାର୍ଟ ଅଫ, ମେସିନରୁ ସ୍ବୟଂ ଚାଳିତ ବିଭିନ୍ନ ଖଟା ପାଣି ସହିତ ସ୍ବତନ୍ତ୍ର ଗୁପଚୁପ

ବାରିପଦା : ଗୁପଚୁପ ଖାଇବାକୁ କାହାକୁ ବା ଇଚ୍ଛା ନ ଥାଏ। ଖଟା ପାଣି ଦେଖିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିବାଟା ନିଶ୍ଚିତ। ତେବେ ବାରିପଦାରେ ଏମିତି ଗୁପଚୁପ ଦୋକାନଟି ଅଛି ଯେଉଁଠି କି ସ୍ବୟଂ ଚାଳିତ ମେସିନରୁ ବାହାରୁଛି ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ମନପସନ୍ଦର ଖଟା ପାଣି। ଗୁପଚୁପରେ ମସଲା ଲଗାଇ ମେସିନ ଆଗରେ ଦେଖାଇଲେ ଆପେ ଆପେ ବାହାରୁଛି ଖଟା ପାଣି। ଏମିତି ସତନ୍ତ୍ର ଢ଼ଙ୍ଗର ପାଣି ମେସିନ ସହିତ ପରିଷ୍କାର ପରିଚ୍ଛନ ଗୁପଚୁପ ଦୋକାନଟିଏ ବାରିପଦା ସହରର ଚର୍ଚ୍ଚାର ବିଷୟ ପାଲଟିଛି।

ସହରର କେଏମବିଏମ ଛକ ଠାରେ ଏହି ଅସ୍ଥାୟୀ ଦୋକାନଟି ପ୍ରତ୍ୟେକ ସନ୍ଧ୍ୟାରେ ଖୋଲିଥାଏ। ଆଉ ତାହାକୁ ଗ୍ରାଜୁଏଟ ସମ୍ପୂର୍ଣ୍ଣ କରିଥିବା ଯୁବତୀ ଜଣଙ୍କ ଚଳାଉଛନ୍ତି। ନିଆରା ଢଙ୍ଗର ଷ୍ଟାର୍ଟ ଅଫ ପ୍ଲାନର ଉକ୍ତ ଗୁପଚୁପ ଦୋକାନ ଖୁବ ଆଦୃତ ମଧ୍ୟ ହୋଇଛି। ବାରିପଦା ସହରର ବଡ଼ବଜାର ଅଞ୍ଚଳର ଯୁବତୀ ସୀମା ମହାନ୍ତ(୨୦) ଚଳିତ ବର୍ଷ ସରକାରୀ ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି। ଏଥିପରେ ସେ ନିଜେ ବ୍ୟବସାୟ କରି ସ୍ୱାବଲମ୍ବୀ ହେବାକୁ ମନ ବଳାଇଥିଲେ। ଯାହାକୁ ନେଇ ତାଙ୍କ ବଡ଼ ଭଉଣୀ ବିଷ୍ଣୁପ୍ରିୟା ତାଙ୍କୁ ସହାୟତା କରିବା ସହ ଦୁହେଁ ନୂତନ ଷ୍ଟାର୍ଟ ପ୍ଲାନ ସହ ଦୋକାନଟି ଆରମ୍ଭ କରିଥିଲେ। କୋଭିଡ ସମୟରେ ଦୂରତା ଓ ସ୍ୱଚ୍ଛତା ନେଇ ଯେଉଁ ବାର୍ତ୍ତା ଥିଲା, ତାହାକୁ ସେ ନିଜ ଷ୍ଟାର୍ଟ ପ୍ଲାନରେ ବିନିଯୋଗ କରିଛନ୍ତି। ପ୍ରାୟ ୧ଲକ୍ଷ ଟଙ୍କାର ଉକ୍ତ ମେସିନ ବସାଇ ଏପ୍ରିଲ ମାସରୁ ଦୋକାନଟି ଆରମ୍ଭ କରିଥିଲେ। ମେସିନରୁ ଖଟା, ରାଗ, ମିଠା, ପୁଦିନା ଆଦି ୫ଗୋଟି ପ୍ରକାର ସ୍ବାଦର ପାଣି ରହିଛି। ଯାହାକୁ କି ପ୍ରସ୍ତୁତ କରି ପୂର୍ବରୁ ମେସିନ ମଧ୍ୟରେ ରଖାଯାଇଥାଏ। ନିଜେ ମଧ୍ୟ ସ୍ୱଚ୍ଛତାର ସହିତ ହାତରେ ଗ୍ଲୋବ୍ସ ପିନ୍ଧି ଗ୍ରାହକଙ୍କୁ ଗୁପଚୁପ ପ୍ରଦାନ କରୁଛନ୍ତି। ଆଉ ଗ୍ରାହକ ଉକ୍ତ ଗୁପଚୁପକୁ ମେସିନ ସମ୍ମୁଖରେ ରଖିଲେ ଆପେ ଆପେ ମନପସନ୍ଦର ଗୁପଚୁପ ପାଣି ବାହାରି ଆସିଥାଏ। ଯାହାକି ଅନ୍ୟ ଦୋକାନ ମାନଙ୍କ ମଧ୍ୟରେ ନିଆରା ହୋଇଥିବା ବେଳେ ଗ୍ରାହକଙ୍କ ମଧ୍ୟ ଖୁବ ଆଦୃତ ହୋଇଛି।

ଏଥି ସହିତ ମହିଳା ହୋଇ ମଧ୍ୟ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ସୀମା ସମସ୍ତଙ୍କୁ ହାଇଜେନିକ ଖାଦ୍ୟ ପ୍ରଦାନ କରି ସୁସ୍ଥ ରଖିବା ଲକ୍ଷ୍ୟରେ ଦୋକାନଟି କରିଛନ୍ତି ବୋଲି କହିଛନ୍ତି। ଏଥି ସହିତ ଗ୍ରାଜୁଏସନ ପରେ ଚାକିରୀ ପଛରେ ନ ଧାଇଁ ନିଜେ ନିଜ ଗୋଡ଼ରେ ଠିଆ ହେବାର ଇଚ୍ଛା ରହିଛି। ଦୋକାନ ନିମନ୍ତେ ସେ କଠିନ ପରିଶ୍ରମ କରୁଛନ୍ତି। ଆଗକୁ ବ୍ୟବସାୟୀକୁ ଆହୁରି ବିସ୍ତାର କରିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ପୂର୍ବ ତୁଳନାରେ ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ଦୋକାନରେ ମଧ୍ୟ ବୃଦ୍ଧି ପାଉଛି। ‘ସକାଳ’ ପରିବାର ପକ୍ଷରୁ ତାଙ୍କୁ ଏପରି ଚିନ୍ତାଧାରା ପାଇଁ ଭବିଷ୍ୟତ ଉଜ୍ଜ୍ବଳ କାମନା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp