ଇନ୍‌ଷ୍ଟାଗ୍ରାମ ପ୍ରେମ: ୧୮ ବର୍ଷର ପ୍ରେମିକ ପାଇଁ ସ୍ୱାମୀ ଓ ୩ ପିଲାଙ୍କୁ ଛାଡ଼ି ୮୫୦ କିମି ଦୂର ଲଖିମପୁରରେ ପହଞ୍ଚିଲେ ବିହାରର ମହିଳା

Suryakanta Picture
Published On

ଆଜିକାଲି ସୋସିଆଲ ମିଡିଆରେ ପ୍ରେମ ଏବଂ ତା' ପରେ ଘର ଛାଡିବା ଘଟଣା ସାଧାରଣ ହୋଇଗଲାଣି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ୩୮ ବର୍ଷୀୟା ବିବାହିତା ମହିଳା ନିଜର ୧୮ ବର୍ଷର ପ୍ରେମିକଙ୍କୁ ଭେଟିବା ପାଇଁ ବିହାରରୁ ପ୍ରାୟ ୮୫୦ କିଲୋମିଟର ଦୂର ଅତିକ୍ରମ କରି ଉତ୍ତରପ୍ରଦେଶର ଲଖିମପୁର ଖେରିରେ ପହଞ୍ଚିଛନ୍ତି। ନିଜର ନୂଆ ପ୍ରେମ ପାଇଁ ମହିଳା ଜଣକ ନିଜ ସ୍ୱାମୀ ଏବଂ ତିନି ଛୋଟ ପିଲାଙ୍କୁ ମଧ୍ୟ ଛାଡିବାକୁ ପଛାଇ ନାହାଁନ୍ତି।

ରିଲ୍ସରୁ ବଢ଼ିଲା ଘନିଷ୍ଠତା

ସୂଚନା ଅନୁଯାୟୀ, ବିହାରର ବାସିନ୍ଦା ପ୍ରଦ୍ୟୁମ୍ନଙ୍କର ପ୍ରାୟ ୧୫ ବର୍ଷ ପୂର୍ବେ ସୁମନ କୁମାରୀ ଓରଫ ଲଭଲି (୩୮)ଙ୍କ ସହ ବିବାହ ହୋଇଥିଲା। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି ଯାହାଙ୍କ ବୟସ ୧୪, ୮ ଏବଂ ୬ ବର୍ଷ। ସୁମନ ଘରେ ରହି ଇନ୍‌ଷ୍ଟାଗ୍ରାମ ପାଇଁ ରିଲ୍ସ ତିଆରି କରୁଥିଲେ। ପ୍ରାୟ ୬ ମାସ ପୂର୍ବେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଲଖିମପୁର ଖେରିର ନିମଗାଓଁ ଥାନା ଅଞ୍ଚଳର ବାସିନ୍ଦା ୧୮ ବର୍ଷୀୟ ପବନଙ୍କ ସହ ତାଙ୍କର ଚିହ୍ନାପରିଚୟ ହୋଇଥିଲା। ପବନ ହରିୟାଣାର ସୋନିପତରେ ଏକ କମ୍ପାନୀରେ କାମ କରୁଥିଲେ। ପ୍ରଥମେ କଥାବାର୍ତ୍ତା ଏବଂ ପରେ ଚାଟିଂ ତଥା ଭିଡିଓ କଲ୍ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା, ଯାହା ଶେଷରେ ପ୍ରେମର ରୂପ ନେଇଥିଲା।

ସ୍ୱାମୀ ଓ ପିଲାଙ୍କ କାକୁତିମିନତି ହେଲା ବିଫଳ

ରିପୋର୍ଟ ଅନୁସାରେ, ପ୍ରାୟ ତିନି ମାସ ପୂର୍ବେ ସୁମନ ସ୍ୱାମୀ ଏବଂ ପିଲାମାନଙ୍କୁ କିଛି ନଜଣାଇ ସିଧାସଳଖ ସୋନିପତରେ ପହଞ୍ଚିଥିଲେ। ସେଠାରେ ଉଭୟ କିଛି ଦିନ ଏକାଠି ରହିଥିଲେ। ତେବେ ପରେ ସେ ପବନଙ୍କ ପାଖକୁ ଲଖିମପୁର ଚାଲିଆସିଥିଲେ। ଖବର ପାଇ ସୁମନଙ୍କ ସ୍ୱାମୀ ଓ ତିନି ପିଲା ପୋଲିସ ଉପସ୍ଥିତିରେ ତାଙ୍କୁ ଘରକୁ ଫେରିଆସିବାକୁ ବହୁତ କାକୁତିମିନତି କରିଥିଲେ। କିନ୍ତୁ ସୁମନ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ କହିଥିଲେ ଯେ ସେ ଆଉ କୌଣସି ପରିସ୍ଥିତିରେ ଘରକୁ ଫେରିବେ ନାହିଁ।

31 Jul 2026 By Suryakanta

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର