ମନୋରଞ୍ଜନ
ଓଡ଼ିଶା
Viral Video : ପତ୍ନୀଙ୍କ ଫୋନ୍ କଲ୍ ପାଇଁ ସ୍ୱାମୀ ତିଆରି କଲେ IVR ସିଷ୍ଟମ୍; ଭିଡିଓ ଦେଖି ହସି ହସି ଗଡୁଛନ୍ତି ଲୋକେ
ସୋସିଆଲ ମିଡିଆରେ ପ୍ରାୟତଃ ସ୍ୱାମୀ-ସ୍ତ୍ରୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ। ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ କଲ୍ ପାଇଁ ଏକ ସ୍ୱତନ୍ତ୍ର IVR (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ) ସିଷ୍ଟମ୍ ଇନଷ୍ଟଲ୍ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କ’ଣ ରହିଛି ଏହି IVR ମେନୁରେ?
Husband installs IVR system for wife's calls 😭
Press 1 for Complaints about my mom.
Press 2 for Complaints about kids.
Press 3 for Online ordered & payment related issues.
Press 4 for gas, electricity or bill payments.
Call may be recorded for future arguments. pic.twitter.com/qqDtbYfa3lଆହୁରି ପଢ଼ନ୍ତୁ: Viral Video: ହୱାଇ ଚପଲ କିପରି ତିଆରି ହୁଏ ଜାଣନ୍ତି କି? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ମେକିଂ ଭିଡିଓ— 𝕂𝕂 (@Try2StopME) February 6, 2026
ସାଧାରଣତଃ କଷ୍ଟମର କେୟାରକୁ କଲ୍ କଲେ ଯେପରି କମ୍ପ୍ୟୁଟରାଇଜଡ୍ ସ୍ୱର ଶୁଣିବାକୁ ମିଳେ, ଏଠାରେ ମଧ୍ୟ ଠିକ୍ ସେହିପରି ବ୍ୟବସ୍ଥା କରାଯାଇଛି। ଭିଡିଓ ଅନୁଯାୟୀ, ପତ୍ନୀ କଲ୍ କରିବା ମାତ୍ରେ ନିମ୍ନଲିଖିତ ବିକଳ୍ପଗୁଡ଼ିକ ଶୁଣିବାକୁ ମିଳୁଛି:
* ଯଦି ଆପଣ ମୋ ମା’ (ଶାଶୁ) ଙ୍କ ବିଷୟରେ ଅଭିଯୋଗ କରିବାକୁ ଚାହୁଁଛନ୍ତି, ତେବେ ୧ ଦବାନ୍ତୁ।
* ପିଲାମାନଙ୍କ ବିଷୟରେ ଅଭିଯୋଗ ପାଇଁ ୨ ଦବାନ୍ତୁ।
* ଅନ୍ଲାଇନ୍ ଅର୍ଡର ଏବଂ ପେମେଣ୍ଟ୍ ସମ୍ବନ୍ଧୀୟ ସମସ୍ୟା ପାଇଁ ୩ ଦବାନ୍ତୁ।
* ଗ୍ୟାସ, ବିଜୁଳି କିମ୍ବା ଅନ୍ୟ ବିଲ୍ ପେମେଣ୍ଟ୍ ପାଇଁ ୪ ଦବାନ୍ତୁ।
'ଭବିଷ୍ୟତର ଯୁକ୍ତିତର୍କ' ପାଇଁ ସତର୍କବାଣୀ
ଏହି ମଜାଦାର ସିଷ୍ଟମ୍ କେବଳ ବିକଳ୍ପରେ ସୀମିତ ନାହିଁ। କଲ୍ ଶେଷରେ ଏକ ଚେତାବନୀ ମଧ୍ୟ ଦିଆଯାଇଛି ଯେ, "ଭବିଷ୍ୟତରେ ହେବାକୁ ଥିବା ଯୁକ୍ତିତର୍କ (Arguments) ପାଇଁ ଆପଣଙ୍କର କଲ୍ ରେକର୍ଡ କରାଯାଇପାରେ।" ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି କ୍ରିଏଟିଭ୍ ଆଇଡିଆକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।





