ସୃଜନଶୀଳତାକୁ ମାରିଦେବ କି ଏଆଇ? ଚିତ୍ରଶିଳ୍ପୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ସାଜିବ କି ଅଭିଶାପ...

Madhusudan Das Picture
Published On

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ମଣିଷ ପାଇଁ ଆଶୀର୍ବାଦ ହେବ କି ଅଭିଶାପ ତାକୁ ନେଇ ବିତର୍କ ଚାଲିଛି। କିନ୍ତୁ ଏଆଇ ଆଗାମୀ ଦିନରେ ସୃଜନଶୀଳତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। 

ଓଡ଼ିଶାରେ ପ୍ରାୟ ୧୨ଟି ଚାରୁକଳା ବା ଆର୍ଟ କଲେଜ ରହିଛି। ଯେଉଁ ଅନୁଷ୍ଠାନ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ୩ ଶହରୁ ୪ଶହ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି କଳା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଏହି ଶିଳ୍ପୀ ବା କଳାକାରମାନେ ଏଆଇର ବହୁଳ ବ୍ୟବହାର ଯୋଗୁଁଁ ଜୀବିକା ହରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯେଉଁ କାମ ପାଇଁ ଶିଳ୍ପୀଟିଏ ଅକ୍ଳାନ୍ତ ପରିଶ୍ରମ ସହ ନିଜର ସୃଜନଶୀଳତା ବ୍ୟବହାର କରିଥାଏ ତାହାକୁ ନିମିଷକେ ସମ୍ଭବ କରୁଛି ଏଆଇ। ଫଳରେ ଚିତ୍ରଶିଳ୍ପୀ ବା ଛାତ୍ରଛାତ୍ରୀଙ୍କ ପାଇଁ କାଳ ସାଜିଲାଣି ଏଆଇ। କାରଣ ସାଧାରଣ ପୋଟ୍ରେଟ୍‌‌, ପେଣ୍ଟିଂ କିମ୍ବା କୌଣସି ଛବି ଆଙ୍କିବାକୁ ଚିତ୍ରଶିଳ୍ପୀଟିଏ ୧୫ରୁ ୨୦ ମିନିଟ୍‌‌ ସମୟ ନେଉଥିବା ବେଳେ ସେଥିପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ତେବେ ସମାନ ଭାବେ ତିଆରି ହୋଇଥିବା ପେଣ୍ଟିଂକୁ ମାତ୍ର ଆଖି ପିଛୁଳାକେ ଏବଂ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି ଏଆଇ। ଯାହା ଏବେ ଚିତ୍ରକଳାରେ ନିଜର ଭବିଷ୍ୟତ ସ୍ୱପ୍ନ ଦେଖୁଥିବା ଶିଳ୍ପୀ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିଓ ଏଆଇ ସମସ୍ତ କାର୍ଯ୍ୟକୁ ସହଜରେ କରିଦେଉଛି କିନ୍ତୁ ସୃଜନଶୀଳତାକୁ ଟପିପାରିବ କି ଏଆଇ? ଏହାକୁ ନେଇ ଅନେକ ଚିତ୍ରଶିଳ୍ପୀଙ୍କ ମତାମତ ପ୍ରଦାନ କରାଯାଇଛି। 

ସମରେନ୍ଦ୍ର ବେହେରା, କଳା ଶିକ୍ଷକ: ଏଆଇ କଳା କ୍ଷେତ୍ରରେ ଯେତିକି ସହଯୋଗ କରୁଛି ଆଗକୁ ମଧ୍ୟ ସେତିକି କ୍ଷତି ହେବାର ସମ୍ଭାବନା ରହିଛି। ଯଦି ଆମେ ଏହାର ସକରାତ୍ମକ ଦୃଷ୍ଟିରୁ ଦେଖିବା, ଜଣେ ଶିଳ୍ପୀ ଏହାକୁ ବ୍ୟବହାର କରି ନିଜ କାମକୁ ସହଜ କରିପାରୁଛି। କିନ୍ତୁ ଏଆଇ ତାହାକୁ ଏକ କମାଣ୍ଡ୍‌‌ରେ କରି ଦେଖାଉଛି। ତେବେ ଏକ କଣ୍ଟେମ୍ପୋରାରୀ ଆର୍ଟ ବା ସମସାମୟିକ କଳାରେ ଯେଉଁ ଥିମ୍‌‌ ରହିଛି ତାହାକୁ ଏଆଇ କରିପାରିବ ନାହିଁ। ଯଦି ଭିବଷ୍ୟତ କଥା କୁହାଯାଏ ତେବେ କଳା ଛାତ୍ରଛାତ୍ରୀମାନେ ଏଆଇ ସହ ତାଳ ଦେଇ ଅପଗ୍ରେଡ ହେବେ, ଏଦିଗରେ ନିଜର ବୁଦ୍ଧି ଖଟାଇବେ ନାହିଁ।

ସୋଫିଆ ୟସମିନ୍‌‌, ଶିଳ୍ପୀ: ବିଲଗେଟସ୍‌‌ କହିଥିଲେ ଯେ, କମ୍ପ୍ୟୁଟର ବହୁତ ମେମୋରୀ ରହିଛି କିନ୍ତୁ ଇମାଜିନେସନ୍‌‌ ନାହିଁ। ତେବେ ଏଆଇ କେବେ ଶିଳ୍ପୀଙ୍କ ଭଳି ନିଜର ବୁଦ୍ଧି ଖଟାଇ କୌଣସି ଚିତ୍ରକୁ ସ୍ୱତନ୍ତ୍ର ରୂପ ଦୋଇପାରିବ ନାହିଁ। କାରଣ କଳା କପି ନୁହେଁ ଏହା କେବଳ କ୍ରିଏଟିଭିଟିକୁ ନେଇ ସୃଷ୍ଟି। ଯେତେବେଳେ ପର୍ତ୍ତୁଗିଜ ମାନେ ଭାରତ ଆସିଥିଲେ, ଭାରତରେ ପ୍ରିଣ୍ଟିଂ ବିଷୟରେ ସମସ୍ତେ ଜାଣିଲେ ଏବଂ କଳାର ଭିବଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ବି କଳା ତାର ସ୍ୱତନ୍ତ୍ରତା ବଜାୟ ରଖିଛି। ଏଆଇ କୋଡିଙ୍ଗ୍‌‌ ଡିକୋଡିଙ୍ଗ୍‌‌ରେ ଉପରେ ନିର୍ଭର କରେ। ଯାହାକୁ ମଣିଷ ତିଆରି କରିଛି। ତେଣୁ ଏଆଇ କେବେ କଳାକାର ବା ଶିଳ୍ପୀର ଇମାଜିନେସନକୁ ଟକ୍ଟର ଦେଇପାରିବ ନାହିଁ। 

ପଞ୍ଚାନନ ସାମଲ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ: ଏଆଇର କ୍ରିଏଟିଭିଟି ନାହିଁ, ତେଣୁ ସେ କେବେ ଶିଳ୍ପୀର ସୃଜନଶତଳତାକୁ ଟପି ପାରିବ ନାହିଁ। କାରଣ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ଆମେ ଯାହା ଫିଡବ୍ୟାକ ଦେବୁ ସେ ସେହୟା ହିଁ କରିବ। କୌଣସି ନୂତନ ଜିନିଷ କରିପାରିବାର କ୍ଷମତା ଏଆଇର ନାହିଁ ବରଂ ମେସିନ୍‌‌ କେବଳ କପି ପେଷ୍ଟ କରିପାରିବ। ହେଲେ ପେଣ୍ଟିଂର ସ୍ୱତନ୍ତ୍ରତା ରହିଛି ଆଗକୁ ବି ରହିବ। ତାହର ଗ୍ରାହକ ମଧ୍ୟ ସ୍ୱତନ୍ତ୍ର ଅଛନ୍ତି। ତେଣୁ ଏଆଇର ପ୍ରଭାବ ଭିବଷ୍ୟତରେ ଶିଳ୍ପୀଙ୍କ ଜୀବିକା ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ଏଆଇ ହେଉଛି ଏକ ଟୁଲ। ବରଂ ଏହାକୁ ଶିଳ୍ପୀମାନେ ଟୁଲ୍‌‌ ଭାବେ ବ୍ୟବହାର କରି ଅଧିକ ନିଜ କାର୍ଯ୍ୟରେ ରେକ୍ଟିଫାଏ କରିପାରିବେ।

ସଞ୍ଜୟ କୁମାର ରାଉଳ, ଶିଳ୍ପୀ: ବର୍ତ୍ତମାନ ଆମେ ସମସ୍ତେ ଏଆଇକୁ ନିର୍ଭର କରୁଛୁ। ଅସମ୍ଭବ କାର୍ଯ୍ୟକୁ ଏଆଇ ସହଜ କରି ଦେଉଛି। କିନ୍ତୁ ଜଣେ ବ୍ୟକ୍ତିଙ୍କ ଫଟୋ ନ ଦେଖି ଇମାଜିସେନ୍‌‌ରେ ଏକ ଫଟୋ ତିଆରି କରିବା ଏଆଇ କ୍ଷେତ୍ରରେ ସମ୍ଭବ ନୁହେଁ ଯାହାକି ଜଣେ ଶିଳ୍ପୀ କ୍ଷେତ୍ରରେ ସମ୍ଭବ। ତେଣୁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅନେକ କିଛି କରିପାରୁଛି କିନ୍ତୁ କବେ କଳାକାର ଭାବନାକୁ ଚିତ୍ରରେ ପ୍ରତିଫଳିତ କରିପାରିବ ନାହିଁ। ତେଣୁ କଳାକାର ବା ଶିଳ୍ପୀଙ୍କ ଜୀବିକା ଉପରେ ବେଶି କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା ରହିଛି।

ଶତ୍ରୁଘ୍ନ ସାହୁ, କଳା ଶିକ୍ଷକ: ଏଆଇ କେବେ ଜଣେ କଳା ଶିକ୍ଷକଙ୍କ ଭଳି ଡେମୋ କ୍ଲାସ୍‌‌ କରିପାରିବ ନାହିଁ। ଏକ ପେଣ୍ଟିଂ ହେଉ ଅବା ପୋଟ୍ରୋଟ୍‌‌ରେ ଏକ ଆଇ କେବେ ବ୍ରସ ଷ୍ଟ୍ରୋକ ଦେଇପାରିବ ନାହିଁ ଯାହା ଜଣେ ଶିଳ୍ପୀ ଦେଇପାରିବ। ଶିଳ୍ପୀ ଓ ଏଆଇ କାର୍ଯ୍ୟ ମଧ୍ୟରେ ବହୁତ ଫରକ ରହିବ। ତୁଳୀକୁ କେମିତି ଧରିବା, କେମିତି ସେଡିଂ ଦେବା, କଲର୍‌‌ କରିବା ଏସବୁ କେବେ ବି ଏଆଇ ଶିଖାଇ ପାରିବ ନାହିଁ। ତେବେ ଏଆଇ ପାଇଁ ଶିଳ୍ପୀଙ୍କୁ ଜୀବିକା ହରାଇବାକୁ ପଡ଼ିବ କିମ୍ବା ଜୀବିକା ବଢ଼଼ାଇବାକୁ ପଡ଼ିବ ତାହା ଭିବଷ୍ୟରେ ଜଣାପଡ଼ିବ।

Join Us @ WhatsApp

About The Author

Google News
Join Us @ WhatsApp

ସମ୍ବନ୍ଧିତ ଖବର