ହ୍ବାଟସଆପ୍‌ ବା ଫେସବୁକ୍‌ ଗ୍ରୁପ୍‌ରେ ଥିଲେ ଧ୍ୟାନ ଦିଅନ୍ତୁ…..

The Sakala Picture
Published On

ହ୍ବାଟସଆପ୍‌ ବା ଫେସବୁକ୍‌ ଆଦିରେ ବିଭିନ୍ନ ଗ୍ରୁପ୍‌ ଦେଖିବାକୁ ମିଳିଥାଏ। କେତେବେଳେ ବନ୍ଧୁମାନଙ୍କୁ ନେଇ ଗ୍ରୁପ୍‌ ତ ଆଉ କେତେବେଳେ ବୃତ୍ତିଗତ ଗ୍ରୁପ୍‌। ଏବେ ଅନ୍‌ଲାଇନ୍‌ ଶପିଂ ଲାଗି ଯୁବପିଢ଼ି ଅନେକ ଗ୍ରୁପ୍‌ର ସମ୍ପର୍କରେ ବି ରହୁଛନ୍ତି। ଗ୍ରୁପ୍‌ରେ ରହିବା କୌଣସି ହାନିକାରକ ବିଷୟ ନୁହେଁ; ତେବେ କୌଣସି ଗ୍ରୁପ୍‌ ସହିତ ଯୋଡ଼ିହେବା ହେବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରଥମେ ଯେଉଁ ଗ୍ରୁପ୍‌ରେ ସାମିଲ ହେବାକୁ ଯାଉଛନ୍ତି, ତାହାର ଉଦ୍ଦେଶ୍ୟ କ’ଣ […]

ହ୍ବାଟସଆପ୍‌ ବା ଫେସବୁକ୍‌ ଆଦିରେ ବିଭିନ୍ନ ଗ୍ରୁପ୍‌ ଦେଖିବାକୁ ମିଳିଥାଏ। କେତେବେଳେ ବନ୍ଧୁମାନଙ୍କୁ ନେଇ ଗ୍ରୁପ୍‌ ତ ଆଉ କେତେବେଳେ ବୃତ୍ତିଗତ ଗ୍ରୁପ୍‌। ଏବେ ଅନ୍‌ଲାଇନ୍‌ ଶପିଂ ଲାଗି ଯୁବପିଢ଼ି ଅନେକ ଗ୍ରୁପ୍‌ର ସମ୍ପର୍କରେ ବି ରହୁଛନ୍ତି। ଗ୍ରୁପ୍‌ରେ ରହିବା କୌଣସି ହାନିକାରକ ବିଷୟ ନୁହେଁ; ତେବେ କୌଣସି ଗ୍ରୁପ୍‌ ସହିତ ଯୋଡ଼ିହେବା ହେବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ପ୍ରଥମେ ଯେଉଁ ଗ୍ରୁପ୍‌ରେ ସାମିଲ ହେବାକୁ ଯାଉଛନ୍ତି, ତାହାର ଉଦ୍ଦେଶ୍ୟ କ’ଣ ସେକଥା ଭଲଭାବେ ବୁଝି ଗ୍ରୁପ୍‌ରେ ଯୋଡ଼ି ହୁଅନ୍ତୁ।କିଛି ଲୋକ ନିଜକୁ ଅପଡେଟ ଦେଖାଇବା ପାଇଁ କିଛି ସତ୍ୟାସତ୍ୟ ନଜାଣି ଫଟାପଟ୍‌ ମେସେଜଗୁଡିକୁ ଅନ୍ୟମାନଙ୍କୁ ପଠାଇଥାନ୍ତି। ହେଲେ ପ୍ରତ୍ୟେକ ଖବରକୁ ଭଲଭାବେ ବୁଝି ସେୟାର କରନ୍ତୁ ଏବଂ ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରାନ୍ତୁ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଯଦି କେହି ଆପଣଙ୍କ ଗ୍ରୁପ୍‌ରେ ସାମିଲ ହେଉନାହିଁ ତା’ହେଲେ ତାଙ୍କ ବିଷୟରେ ବାରମ୍ବାର ଆଲୋଚନା କରନ୍ତୁନି। କାରଣ ଏପରି କରିବା ସମ୍ପର୍କରେ ତିକ୍ତତା ଆସିଥାଏ।

ଭାବିଚିନ୍ତି ଗ୍ରୁପ୍‌ରେ ମେସେଜ୍‌ ଲେଖନ୍ତୁ। କାରଣ ଏହା ଏକ ମୁକ୍ତ ସ୍ଥାନ। ଗ୍ରୁପ୍‌ଟି ଯେଉଁ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଛି ସେହି ସମ୍ବନ୍ଧୀୟ ଆଲୋଚନା କରିବା ଭଲ। ଅନ୍ୟଥା ଅନାବଶ୍ୟକ ମେସେଜ୍, ଫଟୋ, ଭିଡିଓ ଆଦି ସେୟାର କରିବା ଦ୍ବାରା ଗ୍ରୁପ୍‌ର ଗରିମା ନଷ୍ଟ ହେବ। ପୁଣି ଏହା ଦ୍ବାରା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିବ।

ଯେଉଁ ମେସେଜ୍‌ର ଉତ୍ତର ଦେବାକୁ ଚାହୁଁଛନ୍ତି ସେହି ମେସେଜ ଉପରେ ହିଁ କ୍ଲିକ୍‌ କରି ଜବାବ ଦିଅନ୍ତୁ। ଗ୍ରୁପର ଯେକୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କିଛି ଲେଖିବାକୁ ଚାହୁଁଥିଲେ ତାଙ୍କ ନାଁ ପୂର୍ବରୁ ଆଟ୍‌ ଦି ରେଟ୍ ( @) ଲେଖନ୍ତୁ।

21 Jul 2021 By The Sakala

ହ୍ବାଟସଆପ୍‌ ବା ଫେସବୁକ୍‌ ଗ୍ରୁପ୍‌ରେ ଥିଲେ ଧ୍ୟାନ ଦିଅନ୍ତୁ…..

ହ୍ବାଟସଆପ୍‌ ବା ଫେସବୁକ୍‌ ଆଦିରେ ବିଭିନ୍ନ ଗ୍ରୁପ୍‌ ଦେଖିବାକୁ ମିଳିଥାଏ। କେତେବେଳେ ବନ୍ଧୁମାନଙ୍କୁ ନେଇ ଗ୍ରୁପ୍‌ ତ ଆଉ କେତେବେଳେ ବୃତ୍ତିଗତ ଗ୍ରୁପ୍‌। ଏବେ ଅନ୍‌ଲାଇନ୍‌ ଶପିଂ ଲାଗି ଯୁବପିଢ଼ି ଅନେକ ଗ୍ରୁପ୍‌ର ସମ୍ପର୍କରେ ବି ରହୁଛନ୍ତି। ଗ୍ରୁପ୍‌ରେ ରହିବା କୌଣସି ହାନିକାରକ ବିଷୟ ନୁହେଁ; ତେବେ କୌଣସି ଗ୍ରୁପ୍‌ ସହିତ ଯୋଡ଼ିହେବା ହେବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ପ୍ରଥମେ ଯେଉଁ ଗ୍ରୁପ୍‌ରେ ସାମିଲ ହେବାକୁ ଯାଉଛନ୍ତି, ତାହାର ଉଦ୍ଦେଶ୍ୟ କ’ଣ ସେକଥା ଭଲଭାବେ ବୁଝି ଗ୍ରୁପ୍‌ରେ ଯୋଡ଼ି ହୁଅନ୍ତୁ।କିଛି ଲୋକ ନିଜକୁ ଅପଡେଟ ଦେଖାଇବା ପାଇଁ କିଛି ସତ୍ୟାସତ୍ୟ ନଜାଣି ଫଟାପଟ୍‌ ମେସେଜଗୁଡିକୁ ଅନ୍ୟମାନଙ୍କୁ ପଠାଇଥାନ୍ତି। ହେଲେ ପ୍ରତ୍ୟେକ ଖବରକୁ ଭଲଭାବେ ବୁଝି ସେୟାର କରନ୍ତୁ ଏବଂ ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରାନ୍ତୁ।

ଯଦି କେହି ଆପଣଙ୍କ ଗ୍ରୁପ୍‌ରେ ସାମିଲ ହେଉନାହିଁ ତା’ହେଲେ ତାଙ୍କ ବିଷୟରେ ବାରମ୍ବାର ଆଲୋଚନା କରନ୍ତୁନି। କାରଣ ଏପରି କରିବା ସମ୍ପର୍କରେ ତିକ୍ତତା ଆସିଥାଏ।

ଭାବିଚିନ୍ତି ଗ୍ରୁପ୍‌ରେ ମେସେଜ୍‌ ଲେଖନ୍ତୁ। କାରଣ ଏହା ଏକ ମୁକ୍ତ ସ୍ଥାନ। ଗ୍ରୁପ୍‌ଟି ଯେଉଁ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଛି ସେହି ସମ୍ବନ୍ଧୀୟ ଆଲୋଚନା କରିବା ଭଲ। ଅନ୍ୟଥା ଅନାବଶ୍ୟକ ମେସେଜ୍, ଫଟୋ, ଭିଡିଓ ଆଦି ସେୟାର କରିବା ଦ୍ବାରା ଗ୍ରୁପ୍‌ର ଗରିମା ନଷ୍ଟ ହେବ। ପୁଣି ଏହା ଦ୍ବାରା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିବ।

ଯେଉଁ ମେସେଜ୍‌ର ଉତ୍ତର ଦେବାକୁ ଚାହୁଁଛନ୍ତି ସେହି ମେସେଜ ଉପରେ ହିଁ କ୍ଲିକ୍‌ କରି ଜବାବ ଦିଅନ୍ତୁ। ଗ୍ରୁପର ଯେକୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କିଛି ଲେଖିବାକୁ ଚାହୁଁଥିଲେ ତାଙ୍କ ନାଁ ପୂର୍ବରୁ ଆଟ୍‌ ଦି ରେଟ୍ ( @) ଲେଖନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp