ଅନ୍‌ଲାଇନ୍‌ ତଥ୍ୟ ସନ୍ଧାନରେ କେତେ ବିଜୁଳି ନଷ୍ଟ ହୁଏ

The Sakala Picture
Published On

ଆଜିକାଲି ଅଧିକାଂଶଙ୍କ ହାତରେ ସ୍ମାର୍ଟଫୋନ୍‌। ପ୍ରତ୍ୟେକ ଛୋଟ େଛାଟ ପ୍ରଶ୍ନର ଉତ୍ତର ପାଇଁ ସମସ୍ତେ ଗୁଗଲ୍‌ରେ ସର୍ଚ୍ଚ କରୁଛନ୍ତି। ଗୁଗଲ୍‌ ସହିତ ଏବେ ଚାଟ୍‌ଜିପିଟି ମଧ୍ୟ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ହୋମ୍‌ୱାର୍କଠାରୁ ଆରମ୍ଭ କରି ଅଫିସ୍‌ କାମ, କବିତା ଲେଖା, ପ୍ରବନ୍ଧ ଲେଖା ଭଳି ସବୁକିଛି କାମ କରାଯାଉଛି। ଜର୍ମାନ୍‌ କମ୍ପାନୀ ଷ୍ଟ୍ରାଟୋର ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗୁଗଲ୍‌, ଚାଟ୍‌ଜିପିଟି କିମ୍ବା ଅନ୍ୟ କୌଣସି ଆପ୍‌ ଖୋଲିବା ଦ୍ବାରା କେବଳ ମୋବାଇଲ୍‌ର […]

ଆଜିକାଲି ଅଧିକାଂଶଙ୍କ ହାତରେ ସ୍ମାର୍ଟଫୋନ୍‌। ପ୍ରତ୍ୟେକ ଛୋଟ େଛାଟ ପ୍ରଶ୍ନର ଉତ୍ତର ପାଇଁ ସମସ୍ତେ ଗୁଗଲ୍‌ରେ ସର୍ଚ୍ଚ କରୁଛନ୍ତି। ଗୁଗଲ୍‌ ସହିତ ଏବେ ଚାଟ୍‌ଜିପିଟି ମଧ୍ୟ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ହୋମ୍‌ୱାର୍କଠାରୁ ଆରମ୍ଭ କରି ଅଫିସ୍‌ କାମ, କବିତା ଲେଖା, ପ୍ରବନ୍ଧ ଲେଖା ଭଳି ସବୁକିଛି କାମ କରାଯାଉଛି। ଜର୍ମାନ୍‌ କମ୍ପାନୀ ଷ୍ଟ୍ରାଟୋର ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗୁଗଲ୍‌, ଚାଟ୍‌ଜିପିଟି କିମ୍ବା ଅନ୍ୟ କୌଣସି ଆପ୍‌ ଖୋଲିବା ଦ୍ବାରା କେବଳ ମୋବାଇଲ୍‌ର ଡାଟା ସରୁନି ବରଂ ଏହାଦ୍ବାରା ବିଜୁଳି ଶକ୍ତିର ମଧ୍ୟ ଅପଚୟ ହେଉଛି। ଇଣ୍ଟରନେଟ୍‌ରେ ଗୋଟିଏ ସର୍ଚ୍ଚ କରିବା ପାଇଁ ଯେତିକି ବିଦ୍ୟୁତ୍ ଖର୍ଚ୍ଚ ହୁଏ, ସେଥିରେ ୧୧ ୱାଟ୍‌ର ସିଏଫ୍‌ଏଲ୍‌ (କମ୍ପାକ୍ଟ ଫ୍ଲୋରୋସେଣ୍ଟ୍‌ ଲାଇଟ୍) ଘଣ୍ଟାଏ ପର୍ଯ୍ୟନ୍ତ ଚାଲିପାରିବ। କାରଣ ଆମେ ଯେତେବେଳେ ଅନ୍‌ଲାଇନ୍‌ ମାଧ୍ୟମରେ କୌଣସି ତଥ୍ୟ ସନ୍ଧାନ କରୁ, ସେତେବେଳେ ଏହିସବୁ ତଥ୍ୟ ‘ଡାଟା ସେଣ୍ଟର୍‌’ରୁ ଆସିଥାଏ।

ତେଣୁ ଅନବରତ ଏହି ଡାଟା ସେଣ୍ଟର୍‌କୁ କାର୍ଯ୍ୟକ୍ଷମ ରଖୀବା ପାଇଁ ଅତ୍ୟଧିକ ମାତ୍ରାରେ ବିଜୁଳିର ଆବଶ୍ୟକତା ପଡ଼ିଥାଏ। ଡାଟା େସଣ୍ଟର୍‌, ସର୍ଭର୍‌, ସର୍ଭର୍‌ ରାଉଟର୍‌ ଯେତେ କାର୍ଯ୍ୟକ୍ଷମ ରହିବ, ସେହି ଅନୁପାତରେ ବିଜୁଳି ଖର୍ଚ୍ଚ ହେବ। ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ବିଶ୍ବର ପ୍ରାୟ ୫ ଅରବ େଲାକ ବିଭିନ୍ନ ଡିଭାଇସ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ରହିଥାନ୍ତି। ଦେଖୀବାକୁ ଗଲେ, ଜଣେ ଲୋକ ଦିନର ୭ ଘଣ୍ଟା ଇଣ୍ଟରନେଟ୍‌ରେ କାଟିଦିଅନ୍ତି। ସେଥିରୁ ୮୦ ପ୍ରତିଶତ ଲୋକ କେବଳ ଅନ୍‌ଲାଇନ୍‌ ଗୀତ ଶୁଣିବା ଓ ଚଳଚ୍ଚିତ୍ର ଦେଖୀବାରେ ମୋବାଇଲ୍‌ ଡାଟା ବ୍ୟବହାର କରିଥାନ୍ତି। ଅନ୍ୟ ପକ୍ଷରେ ଘଣ୍ଟାଏ ଅନ୍‌ଲାଇନ୍‌ରେ ଏଚ୍‌ଡି ଭିଡିଓ ଦେଖୀବା ପାଇଁ ପ୍ରାୟ ୩ ଜିବି ଡାଟା ବ୍ୟବହୃତ ହୁଏ ଏବଂ ଏଥିପାଇଁ ୯ କିଲୋୱାଟ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ଏତିକି ବିଜୁଳି ଉତ୍ପାଦନ କରିବା ପାଇଁ ପ୍ରାୟ ୩.୨ କିଲୋ କାର୍ବନ୍‌ ନିର୍ଗତ ହୋଇଥାଏ।

ରିପୋର୍ଟରେ କୁହାଯାଇଛି ଯେ, ଅନ୍‌ଲାଇନ୍‌ରେ ‘ଏଆଇ’ର ଅର୍ଥ କ’ଣ, କେବଳ ଏତିକି ଜାଣିବା ପାଇଁ ୨ ୟୁରୋ ସେଣ୍ଟ୍‌ ଖର୍ଚ୍ଚ ହୋଇଥାଏ। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୧୭୮ ଟଙ୍କା େହବ। ଡିଡବ୍‌ଲ୍ୟୁର ଏକ ରିପୋର୍ଟ ଅନୁସାରେ, ଚାଟ୍‌ବଟ୍‌କୁ ଟ୍ରେଣ୍ଡ୍‌ କରିବା ପାଇଁ ୯୩୬ ମେଗାୱାଟ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ଏତିକି ୟୁନିଟ୍ ବିଦ୍ୟୁତ୍‌ରେ ଲକ୍ଷେ ଘରକୁ ଗୋଟିଏ ଦିନଟିଏ ପାଇଁ ବିଜୁଳି ଯୋଗାଇ ହେବ। ଏହି ରିପୋର୍ଟ ତଥ୍ୟ ଅନୁସାରେ ଦେଖୀବାକୁ ଗଲେ, ବିଶ୍ବସ୍ତରରେ ଯେତିକି ମୋବାଇଲ୍‌ ଡାଟା ବ୍ୟବହୃତ ହେଉଛି ଏବଂ ଏଥିପାଇଁ ଯେତିକି ବିଜୁଳି ଅପଚୟ ହେଉଛି, ସେଥିରେ ବିଶ୍ବରେ କାର୍ବନ୍‌ ସ୍ତର ୨.୮ ପ୍ରତିଶତ ବଢ଼ୁଛି। ଏହି ତାଲିକାରେ ପ୍ରଥମ ଦେଶ ହେଉଛି ଚୀନ୍‌, ଯେଉଁଠି ୨୭ ପ୍ରତିଶତ କାର୍ବନ୍‌ ନିର୍ଗତ ହେଉଛି। ଯଦି ଇଣ୍ଟରନେଟ୍‌ ଏକ ଦେଶ ହୋଇଥାନ୍ତା, ତେବେ ଏହା କାର୍ବନ ନିର୍ଗତ କରୁଥିବା ଷଷ୍ଠ ଦେଶ ହୋଇଥାନ୍ତା।

ଏହି ତାଲିକାର ସର୍ବାଗ୍ରେ ଚୀନ୍‌ରେ ୨୭%, ଆମେରିକାରେ ୧୫%, ଭାରତରେ ୭% କାର୍ବନ୍‌ ନିର୍ଗତ ହେଉଛି ବୋଲି ଆକଳନ କରାଯାଇଛି। ଭାରତ ଏହି କ୍ଷେତ୍ରରେ ରୁଷ୍ ଓ ଜାପାନ ପରେ ଆସିଥାଏ। ତେବେ ଅନୁମାନ କରାଯାଉଛି ଯେ, ୧୦ ବର୍ଷ ଭିତରେ ଡାଟା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ। ତେଣୁ ବିଦ୍ୟୁତ୍‌ ଶକ୍ତିର ଅପଚୟ ଆହୁରି ବଢ଼ିବ। ଆମେରିକୀୟ ସଂସ୍ଥା ସେସ୍‌କୋ ପକ୍ଷରୁ କରାଯାଇଥିବା ଏକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଆମେରିକାରେ ଜଣେ ବ୍ୟକ୍ତି ମାସିକ ପ୍ରାୟ ୧୪୦ ଜିବି ଡାଟା ବ୍ୟବହାର କରନ୍ତି। ଏଥିଯୋଗୁଁ ଏଠାରେ ୨.୪ ବିଲିୟନ୍‌ ବିଲିୟନ୍‌ କେଜି କାର୍ବନ୍‌ ନିର୍ଗତ ହୋଇଥାଏ। ଏତିକି ପରିମାଣର କାର୍ବନ୍‌ ପାଇଁ ୨୩୦ ମିଲିୟନ୍‌ ଗଛର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର