ଭାରତରେ କମୁଛି ଫେସବୁକ୍‌ର ଚାହିଦା

The Sakala Picture
Published On

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଫେସବୁକ୍‌କୁ ଲାଗିଛି ବଡ ଝଟ୍‌କା। ଭାରତରେ କାରବାର ପାଇଁ ଚିନ୍ତାରେ ଫେସ୍‌ବୁକ୍। ମେଟା କମ୍ପାନୀର ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ଫେସ୍‌ବୁକର ସ୍ଥିତି ଭଲ ନ ଥିବା ଏଥିରୁ ଜଣାପଡିଛି। ଦେଶରେ ଫେସବୁକର ଅଭିବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ହ୍ରାସର ଦୁଇଟି ବଡ କାରଣ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଫେସ୍‌ବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ […]

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଫେସବୁକ୍‌କୁ ଲାଗିଛି ବଡ ଝଟ୍‌କା। ଭାରତରେ କାରବାର ପାଇଁ ଚିନ୍ତାରେ ଫେସ୍‌ବୁକ୍। ମେଟା କମ୍ପାନୀର ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ଫେସ୍‌ବୁକର ସ୍ଥିତି ଭଲ ନ ଥିବା ଏଥିରୁ ଜଣାପଡିଛି। ଦେଶରେ ଫେସବୁକର ଅଭିବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ହ୍ରାସର ଦୁଇଟି ବଡ କାରଣ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଫେସ୍‌ବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ ଅଡୁଆ ବଢାଇଛି। ମେଟାର ଅନ୍ୟ କମ୍ପାନୀ ଯଥା ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଜରିଆରେ ଫେସବୁକ୍‌ର ବୃଦ୍ଧି କମିଛି। କମ୍ପାନୀ ପ୍ରଥମ ଥର ପାଇଁ ଭାରତରେ କୌଣସି ତ୍ରୈମାସିକରେ ହ୍ରାସର ସାମ୍ନା କରିଛି। ଫେସବୁକ ଆର୍ଥିକ ବିଭାଗର ମୁଖ୍ୟଙ୍କ କହିବାନୁସାରେ, ଅଧିକ ଇଣ୍ଟରନେଟର ଦାମ୍ ମଧ୍ୟ ଅଭିବୃଦ୍ଧିରେ ହ୍ରାସର କାରଣ ହୋଇପାରେ। ଭାରତ ଫେସବୁକ ପାଇଁ ବିଶ୍ୱର ବଡ ବଜାର ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁସାରେ, ମହିଳାମାନେ ଫେସବୁକ୍‌ଠାରୁ ବିମୁଖ ହେଉଛନ୍ତି। ଏହାର କାରଣ ହେଉଛି ସେମାନଙ୍କ ସୁରକ୍ଷା ଏବଂ ଗୋପନୀୟତା। ଏହି କାରଣ ପୂର୍ବରୁ କେଉଁ ରିପୋର୍ଟରେ ଜଣାପଡି ନ ଥିଲା। ସେହିପରି ରଏଟର୍ସର ଏକ ରିପୋର୍ଟ ଅନୁସାରେ, କଣ୍ଟେଣ୍ଟ ସୁରକ୍ଷା ଓ ମନଇଚ୍ଛା କଣ୍ଟେଣ୍ଟ ମହିଳାଙ୍କ ଆଗ୍ରହ କମିବାର ବଡ କାରଣ। ଅନ୍ୟପକ୍ଷରେ ମହିଳାଙ୍କୁ ପଛରେ ଛାଡି ଭାରତରେ ସଫଳତା ମିଳିବ ନାହିଁ ବୋଲି ମେଟା କହିଛି। ନଗ୍ନ କଣ୍ଟେଣ୍ଟ ଫେସ୍‌ବୁକର ଅଭିବୃଦ୍ଧିରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

25 Jul 2022 By The Sakala

ଭାରତରେ କମୁଛି ଫେସବୁକ୍‌ର ଚାହିଦା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଫେସବୁକ୍‌କୁ ଲାଗିଛି ବଡ ଝଟ୍‌କା। ଭାରତରେ କାରବାର ପାଇଁ ଚିନ୍ତାରେ ଫେସ୍‌ବୁକ୍। ମେଟା କମ୍ପାନୀର ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ଫେସ୍‌ବୁକର ସ୍ଥିତି ଭଲ ନ ଥିବା ଏଥିରୁ ଜଣାପଡିଛି। ଦେଶରେ ଫେସବୁକର ଅଭିବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ହ୍ରାସର ଦୁଇଟି ବଡ କାରଣ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଫେସ୍‌ବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ ଅଡୁଆ ବଢାଇଛି। ମେଟାର ଅନ୍ୟ କମ୍ପାନୀ ଯଥା ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଜରିଆରେ ଫେସବୁକ୍‌ର ବୃଦ୍ଧି କମିଛି। କମ୍ପାନୀ ପ୍ରଥମ ଥର ପାଇଁ ଭାରତରେ କୌଣସି ତ୍ରୈମାସିକରେ ହ୍ରାସର ସାମ୍ନା କରିଛି। ଫେସବୁକ ଆର୍ଥିକ ବିଭାଗର ମୁଖ୍ୟଙ୍କ କହିବାନୁସାରେ, ଅଧିକ ଇଣ୍ଟରନେଟର ଦାମ୍ ମଧ୍ୟ ଅଭିବୃଦ୍ଧିରେ ହ୍ରାସର କାରଣ ହୋଇପାରେ। ଭାରତ ଫେସବୁକ ପାଇଁ ବିଶ୍ୱର ବଡ ବଜାର ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁସାରେ, ମହିଳାମାନେ ଫେସବୁକ୍‌ଠାରୁ ବିମୁଖ ହେଉଛନ୍ତି। ଏହାର କାରଣ ହେଉଛି ସେମାନଙ୍କ ସୁରକ୍ଷା ଏବଂ ଗୋପନୀୟତା। ଏହି କାରଣ ପୂର୍ବରୁ କେଉଁ ରିପୋର୍ଟରେ ଜଣାପଡି ନ ଥିଲା। ସେହିପରି ରଏଟର୍ସର ଏକ ରିପୋର୍ଟ ଅନୁସାରେ, କଣ୍ଟେଣ୍ଟ ସୁରକ୍ଷା ଓ ମନଇଚ୍ଛା କଣ୍ଟେଣ୍ଟ ମହିଳାଙ୍କ ଆଗ୍ରହ କମିବାର ବଡ କାରଣ। ଅନ୍ୟପକ୍ଷରେ ମହିଳାଙ୍କୁ ପଛରେ ଛାଡି ଭାରତରେ ସଫଳତା ମିଳିବ ନାହିଁ ବୋଲି ମେଟା କହିଛି। ନଗ୍ନ କଣ୍ଟେଣ୍ଟ ଫେସ୍‌ବୁକର ଅଭିବୃଦ୍ଧିରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp