ଡାଟା ସୁରକ୍ଷା ବିଲ୍ : ଆଇନ ଭାଙ୍ଗିଲେ ସରକାର ମଧ୍ୟ ପାଇବେନି ଛାଡ, ତଥ୍ୟର ଅପବ୍ୟବହାର କଲେ ଦେବାକୁ ପଡିବ ୫୦୦ କୋଟି ଜରିମାନା

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ‘ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୨୨›ର ଚିଠା ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟକୁ ନିୟନ୍ତ୍ରଣ କରିବା। ନୂତନ ବିଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ବ୍ୟକ୍ତିଗତ ଅଧିକାର ଏବଂ ଆଇନଗତ ଉଦ୍ଦେଶ୍ୟ ପାଇଁ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣର ଆବଶ୍ୟକତାକୁ ସ୍ୱୀକୃତି ଦେଇଥାଏ। ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ତଥ୍ୟ […]

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ‘ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୨୨›ର ଚିଠା ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟକୁ ନିୟନ୍ତ୍ରଣ କରିବା। ନୂତନ ବିଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ବ୍ୟକ୍ତିଗତ ଅଧିକାର ଏବଂ ଆଇନଗତ ଉଦ୍ଦେଶ୍ୟ ପାଇଁ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣର ଆବଶ୍ୟକତାକୁ ସ୍ୱୀକୃତି ଦେଇଥାଏ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ଏହି ଆଇନରେ ତଥ୍ୟ ଉଲ୍ଲଂଘନ ମାମଲାରେ ସରକାରଙ୍କୁ ମଧ୍ୟ ଛାଡ ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ତଥ୍ୟ ଉଲ୍ଲଂଘନ ପାଇଁ ସରକାର ମଧ୍ୟ ଦାୟୀ ରହିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ବାସ୍ତବରେ, ନୂତନ ଡିଜିଟାଲ୍ ଡାଟା ସୁରକ୍ଷା ବିଲ୍ ଅଧୀନରେ, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପୂର୍ବରୁ ସମ୍ମତି ନେବା ବାଧ୍ୟତାମୂଳକ ହେବ । ନୂତନ ଡ୍ରାଫ୍ଟରେ ନିୟମ ଭାଙ୍ଗିବା ପାଇଁ ୫୦୦ କୋଟି ଜୋରିମାନା ଲାଗୁ କରାଯାଇପାରେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ପୂର୍ବର ଡାଟା ସୁରକ୍ଷା ବିଲ୍ ଚଳିତ ବର୍ଷ ପ୍ରାରମ୍ଭରେ ସଂସଦର ମୌସୁମୀ ଅଧିବେଶନରେ ରଦ୍ଧ କରିଦିଆଯାଇଥିଲା। ବର୍ତ୍ତମାନ ମନ୍ତ୍ରାଳୟ ଏହାର ନାମକୁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ରେ ପରିବର୍ତ୍ତନ କରିଛି, ଯାହା ଉପଭୋକ୍ତା ତଥ୍ୟ ସହ ଜଡିତ ନିୟମକୁ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦେଇଥାଏ। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ୨୦୨୨ ଚିଠା ଉପରେ ଲୋକଙ୍କ ମତାମତ ଲୋଡିଛନ୍ତି।

ଡିଜିଟାଲ୍ ବ୍ୟକ୍ତିଗତ ଡାଟା ବିଲ୍ ଅନୁଯାୟୀ, ବିଭିନ୍ନ ଡାଟାକୁ ସଂଗ୍ରହ କରି ତାହାକୁ ଏକତ୍ର କରୁଥିବା କମ୍ପାନୀଗୁଡିକ ସର୍ବସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟକୁ ନିଜ ପାଖରେ ଷ୍ଟୋର କରିବା ରଖିବା ବନ୍ଦ କରିବା ଆବଶ୍ୟକ, କିମ୍ବା ସେହି ସାଧନଗୁଡିକୁ ହଟାଇଦେବା ଜରୁରୀ ଯେଉଁଗୁଡିକ ଦ୍ବାରା ଏଭଳି ବ୍ୟକ୍ତିଗତ ତଥ୍ୟକୁ ଅଣାଯାଇପାରୁଛି। ଏହାବ୍ୟତୀତ ଚିଠାରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଆଇନଗତ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଆବଶ୍ୟକ ନ ହେବା ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ତଥ୍ୟ କମ୍ପାନୀ ନିଜ ପାଖରେ ରଖିବା ଉଚିତ ନୁହେଁ। ନୂତନ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ମଧ୍ୟ ବାୟୋମେଟ୍ରିକ୍ ତଥ୍ୟର ମାଲିକଙ୍କୁ ପୂର୍ଣ୍ଣ ଅଧିକାର ଦେଇଥାଏ। ଯଦିଓ ଜଣେ ନିଯୁକ୍ତିଦାତା ଉପସ୍ଥାନ ପାଇଁ ଜଣେ କର୍ମଚାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ଆବଶ୍ୟକ କରିଥାନ୍ତି, ତେବେ ସ୍ପଷ୍ଟ ଭାବରେ ଏଥିପାଇଁ କର୍ମଚାରୀଙ୍କ ସମ୍ମତି ଆବଶ୍ୟକ। କର୍ମଚାରୀଙ୍କ ସମ୍ମତି ବିନା ନିଯୁକ୍ତିଦାତା ଉପସ୍ଥାପନ ପାଇଁ ତାଙ୍କର ବାୟୋମେଟ୍ରିକ୍ ତଥ୍ୟ ନେଇପାରିବେ ନାହିଁ।

ନୂତନ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ କେୱାଇସି ତଥ୍ୟକୁ ମଧ୍ୟ ପ୍ରଭାବିତ କରିବ। ପ୍ରତ୍ୟେକ ଥର ଏକ ସଞ୍ଚୟ ଖାତା ଖୋଲିବା ସମୟରେ କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଆବଶ୍ୟକ ହୋଇଥାଏ। ଏହି ପ୍ରକ୍ରିୟା ଅଧୀନରେ ସଂଗୃହିତ ତଥ୍ୟ ମଧ୍ୟ ନୂତନ ଡାଟା ସୁରକ୍ଷା ବିଲ୍ ଅଧୀନରେ ଆସିଥାଏ। ଆକାଉଣ୍ଟ ବନ୍ଦ ହେବା ପରେ ବ୍ୟାଙ୍କ ଗ୍ରାହକଙ୍କ କେୱାଇସି ତଥ୍ୟକୁ ୬ ମାସରୁ ଅଧିକ ସମୟ ପାଇଁ ବଜାୟ ରଖିବାକୁ ବାଧ୍ୟ। ପିଲାମାନଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ଏବଂ ତାହାକୁ ବଜାୟ ରଖିବା ପାଇଁ ଏକ ନୂତନ ନିୟମ ସେଟ୍ ଏଥିରେ ରଖାଯାଇଛି। ଏହି ଅନୁଯାୟୀ, ଡାଟା ଅନୁସନ୍ଧାନକାରୀ କମ୍ପାନୀଗୁଡିକ ଏହି ଛୋଟ ପିଲାମାନଙ୍କର ଡାଟାରେ ଏଣ୍ଟ୍ରି କରିବାକୁ ହେଲେ ସେମାନଙ୍କର ପିତାମାତା କିମ୍ବା ଅଭିଭାବକଙ୍କ ସହମତି ଆବଶ୍ୟକ କରିବା ବାଧ୍ୟ। ସୋସିଆଲ ମିଡିଆ କମ୍ପାନୀଗୁଡିକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ ଯେ ସେମାନେ ବିଜ୍ଞାପନ ପାଇଁ ପିଲାମାନଙ୍କର ତଥ୍ୟକୁ ଟ୍ରାକ କରୁନାହାଁନ୍ତି।

19 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର