ଜାଣନ୍ତୁ ବିଏସଏନଏଲର ୪ଜି ପ୍ଲାନ: ମାତ୍ର ୯୮ ଟଙ୍କାରେ ପାଇବେ ଦିନକୁ ୨ଜିବି ଡାଟା

The Sakala Picture
Published On

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ଯରେ ବିଏସଏନଏଲ ୪ଜି ସେବା ଆରମ୍ଭ ହୋଇଛି।  ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ବିଏସଏନଏଲ ୪ଜି ସାରା ଦେଶରେ ଲଞ୍ଚ ହେବ ବୋଲି ଜଣାଯାଇଛି। ସମ୍ପ୍ରତି, ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରି-ପେଡ୍ ଯୋଜନାକୁ ୨୫ ପ୍ରତିଶତ ମହଙ୍ଗା କରିଦେଇଛିନ୍ତି। ଏହା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଭରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ର ୪ଜି ସେବା ଆରମ୍ଭ କରିବାକୁ ଦାବି କରୁଛନ୍ତି। ଗତ ସପ୍ତାହରେ ବିଏସଏନଏଲ  […]

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ଯରେ ବିଏସଏନଏଲ ୪ଜି ସେବା ଆରମ୍ଭ ହୋଇଛି।  ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ବିଏସଏନଏଲ ୪ଜି ସାରା ଦେଶରେ ଲଞ୍ଚ ହେବ ବୋଲି ଜଣାଯାଇଛି। ସମ୍ପ୍ରତି, ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରି-ପେଡ୍ ଯୋଜନାକୁ ୨୫ ପ୍ରତିଶତ ମହଙ୍ଗା କରିଦେଇଛିନ୍ତି। ଏହା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଭରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ର ୪ଜି ସେବା ଆରମ୍ଭ କରିବାକୁ ଦାବି କରୁଛନ୍ତି। ଗତ ସପ୍ତାହରେ ବିଏସଏନଏଲ  ଆନୁଷ୍ଠାନିକ ଭାବେ କହିଛି ଯେ, ସେପ୍ଟେମ୍ବର ୨୦୨୨ ସୁଦ୍ଧା ଏହା ସମଗ୍ର ଦେଶରେ ୪ଜି ସେବା ଆରମ୍ଭ କରିବ। ବିଏସଏନଏଲ  ଏହାର ୪ଜି ସେବାରୁ ୯୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ଆଶା କରିଛି। ବର୍ତ୍ତମାନ ବିଏସଏନଏଲ ୪ଜିର ସମସ୍ତ ଯୋଜନା ସମ୍ପର୍କିତ ତଥ୍ଯ ଲିକ୍ ହୋଇଯାଇଛି। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଅପେକ୍ଷା ବିଏସଏନଏଲ ୪ଜି ଯୋଜନା ବହୁତ ଶସ୍ତା ରଖିଛି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

Bsnlteleservices ନାମକ ୱେବସାଇଟ୍ ପ୍ରଥମେ ବିଏସଏନଏଲର ୪ଜି ଯୋଜନାଗୁଡିକର ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଅନୁଯାୟୀ ବିଏସଏନଏଲ ୪ଜି ଅନ୍ଯ ଟେଲିକମ ଅପେକ୍ଷା ଶସ୍ତା ରହିବ।  ୧୬ ଟଙ୍କାରେ  ସମୁଦାୟ ୨ଜିବି ଡାଟା ଉପଲବ୍ଧ ହେବ। ଏହି ଯୋଜନାର ବୈଧତା ୧ ଦିନ ହେବ। ଦ୍ୱିତୀୟ ଯୋଜନା ୫୬ ଟଙ୍କା ରହିଛି । ଯେଉଁଥିରେ ୧୦ ଜିବି ଡାଟା ଉପଲବ୍ଧ ହେବ ଏବଂ ଏହାର ବୈଧତା ୧୦ ଦିନ ହେବ। ତୃତୀୟ ଯୋଜନା  ୯୭ ଟଙ୍କା ରହିଛି। ଯେଉଁଥିରେ ୨ ଜିବି ଡାଟା ସହିତ ୧୮ ଦିନର ବୈଦ୍ଧତା ମିଳିବ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

୯୮ ଟଙ୍କାର ପ୍ଲାନ: ଏହି ପ୍ଲାନର ନାମ ଡାଟା ସୂନାମି ରଖାଯାଇଛି। ଏହାର ମୂଲ୍ୟ ୯୮ ଟଙ୍କା ରହିଛି। ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୨ଜିବି ଡାଟା ପାଇବେ। ଏଥିରେ, EROS Now ର ମାଗଣା ସଦସ୍ୟତା ଉପଲବ୍ଧ ହେବ। ବିଏସଏନଏଲର ଏହି ଯୋଜନାର ବୈଧତା ୨୨ ଦିନ ରହିଛି।

୧୮୭ ଟଙ୍କାର ପ୍ଲାନ: ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୨ଜିବି ଡାଟା ପାଇବେ। ସମସ୍ତ ନେଟୱାର୍କକୁ ଏହି ଯୋଜନାରେ ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ଉପଲବ୍ଧ ହେବ ।  ଏହି ଯୋଜନାର ବୈଧତା ୨୮ ଦିନ ହେବ ।

ଡାଟା WFH ୧୫୧ ପ୍ଲାନ: ଯଦି ଆପଣ ଘରୁ କାମ କରୁଛନ୍ତି ତେବେ ଏହି ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ ହେବ। ୨୮ ଦିନର ବୈଧତା ସହିତ ଏହି ଯୋଜନାରେ ସମୁଦାୟ ୪୦ଜିବି ଡାଟା ଉପଲବ୍ଧ ହେବ। ଏହା ସହିତ କଲିଂ, ମେସେଜିଂ ଭଳି ସୁବିଧା ଉପଲବ୍ଧ ହେବ। ଏଥିରେ ZING ଆପର ସବସ୍କ୍ରିପସନ ମିିଳିବ ।

୧୯୮ ଟଙ୍କାର ପ୍ଲାନ:  ଏହି ଯୋଜନାର ବୈଧତା ୫୦ ଦିନ ରହିବ। ଏଥିରେ ୨ଜିବି ପ୍ରତିଦିନ ସମୁଦାୟ ୧୦୦ଜିବି ଡାଟା ଉପଲବ୍ଧ ହେବ । ଏହି ଯୋଜନାରେ କଲିଂ ଏବଂ ମେସେଜିଂ ସୁବିଧା ମଧ୍ୟ ଉପଲବ୍ଧ ହେବ ନାହିଁ ।

୨୫୧ର ଟଙ୍କାର ପ୍ଲାନ:  ବିଏସଏନଏଲର ୨୫୧ ଟଙ୍କା ଯୋଜନାରେ ମଧ୍ଯ କଲ୍ ଏବଂ ମେସେଜିଂ ମଧ୍ୟ ଉପଲବ୍ଧ ହେବ ନାହିଁ । ଏହି ଯୋଜନାର ବୈଧତା ୩୦ ଦିନ ହେବ ଏବଂ ଏଥିରେ ମୋଟ ୭୦ ଜିବି ଡାଟା ଉପଲବ୍ଧ ହେବ।

06 Dec 2021 By The Sakala

ଜାଣନ୍ତୁ ବିଏସଏନଏଲର ୪ଜି ପ୍ଲାନ: ମାତ୍ର ୯୮ ଟଙ୍କାରେ ପାଇବେ ଦିନକୁ ୨ଜିବି ଡାଟା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ଯରେ ବିଏସଏନଏଲ ୪ଜି ସେବା ଆରମ୍ଭ ହୋଇଛି।  ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ବିଏସଏନଏଲ ୪ଜି ସାରା ଦେଶରେ ଲଞ୍ଚ ହେବ ବୋଲି ଜଣାଯାଇଛି। ସମ୍ପ୍ରତି, ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରି-ପେଡ୍ ଯୋଜନାକୁ ୨୫ ପ୍ରତିଶତ ମହଙ୍ଗା କରିଦେଇଛିନ୍ତି। ଏହା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଭରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ର ୪ଜି ସେବା ଆରମ୍ଭ କରିବାକୁ ଦାବି କରୁଛନ୍ତି। ଗତ ସପ୍ତାହରେ ବିଏସଏନଏଲ  ଆନୁଷ୍ଠାନିକ ଭାବେ କହିଛି ଯେ, ସେପ୍ଟେମ୍ବର ୨୦୨୨ ସୁଦ୍ଧା ଏହା ସମଗ୍ର ଦେଶରେ ୪ଜି ସେବା ଆରମ୍ଭ କରିବ। ବିଏସଏନଏଲ  ଏହାର ୪ଜି ସେବାରୁ ୯୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ଆଶା କରିଛି। ବର୍ତ୍ତମାନ ବିଏସଏନଏଲ ୪ଜିର ସମସ୍ତ ଯୋଜନା ସମ୍ପର୍କିତ ତଥ୍ଯ ଲିକ୍ ହୋଇଯାଇଛି। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଅପେକ୍ଷା ବିଏସଏନଏଲ ୪ଜି ଯୋଜନା ବହୁତ ଶସ୍ତା ରଖିଛି ବୋଲି ଜଣାପଡ଼ିଛି।

Bsnlteleservices ନାମକ ୱେବସାଇଟ୍ ପ୍ରଥମେ ବିଏସଏନଏଲର ୪ଜି ଯୋଜନାଗୁଡିକର ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଅନୁଯାୟୀ ବିଏସଏନଏଲ ୪ଜି ଅନ୍ଯ ଟେଲିକମ ଅପେକ୍ଷା ଶସ୍ତା ରହିବ।  ୧୬ ଟଙ୍କାରେ  ସମୁଦାୟ ୨ଜିବି ଡାଟା ଉପଲବ୍ଧ ହେବ। ଏହି ଯୋଜନାର ବୈଧତା ୧ ଦିନ ହେବ। ଦ୍ୱିତୀୟ ଯୋଜନା ୫୬ ଟଙ୍କା ରହିଛି । ଯେଉଁଥିରେ ୧୦ ଜିବି ଡାଟା ଉପଲବ୍ଧ ହେବ ଏବଂ ଏହାର ବୈଧତା ୧୦ ଦିନ ହେବ। ତୃତୀୟ ଯୋଜନା  ୯୭ ଟଙ୍କା ରହିଛି। ଯେଉଁଥିରେ ୨ ଜିବି ଡାଟା ସହିତ ୧୮ ଦିନର ବୈଦ୍ଧତା ମିଳିବ।

୯୮ ଟଙ୍କାର ପ୍ଲାନ: ଏହି ପ୍ଲାନର ନାମ ଡାଟା ସୂନାମି ରଖାଯାଇଛି। ଏହାର ମୂଲ୍ୟ ୯୮ ଟଙ୍କା ରହିଛି। ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୨ଜିବି ଡାଟା ପାଇବେ। ଏଥିରେ, EROS Now ର ମାଗଣା ସଦସ୍ୟତା ଉପଲବ୍ଧ ହେବ। ବିଏସଏନଏଲର ଏହି ଯୋଜନାର ବୈଧତା ୨୨ ଦିନ ରହିଛି।

୧୮୭ ଟଙ୍କାର ପ୍ଲାନ: ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୨ଜିବି ଡାଟା ପାଇବେ। ସମସ୍ତ ନେଟୱାର୍କକୁ ଏହି ଯୋଜନାରେ ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ଉପଲବ୍ଧ ହେବ ।  ଏହି ଯୋଜନାର ବୈଧତା ୨୮ ଦିନ ହେବ ।

ଡାଟା WFH ୧୫୧ ପ୍ଲାନ: ଯଦି ଆପଣ ଘରୁ କାମ କରୁଛନ୍ତି ତେବେ ଏହି ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ ହେବ। ୨୮ ଦିନର ବୈଧତା ସହିତ ଏହି ଯୋଜନାରେ ସମୁଦାୟ ୪୦ଜିବି ଡାଟା ଉପଲବ୍ଧ ହେବ। ଏହା ସହିତ କଲିଂ, ମେସେଜିଂ ଭଳି ସୁବିଧା ଉପଲବ୍ଧ ହେବ। ଏଥିରେ ZING ଆପର ସବସ୍କ୍ରିପସନ ମିିଳିବ ।

୧୯୮ ଟଙ୍କାର ପ୍ଲାନ:  ଏହି ଯୋଜନାର ବୈଧତା ୫୦ ଦିନ ରହିବ। ଏଥିରେ ୨ଜିବି ପ୍ରତିଦିନ ସମୁଦାୟ ୧୦୦ଜିବି ଡାଟା ଉପଲବ୍ଧ ହେବ । ଏହି ଯୋଜନାରେ କଲିଂ ଏବଂ ମେସେଜିଂ ସୁବିଧା ମଧ୍ୟ ଉପଲବ୍ଧ ହେବ ନାହିଁ ।

୨୫୧ର ଟଙ୍କାର ପ୍ଲାନ:  ବିଏସଏନଏଲର ୨୫୧ ଟଙ୍କା ଯୋଜନାରେ ମଧ୍ଯ କଲ୍ ଏବଂ ମେସେଜିଂ ମଧ୍ୟ ଉପଲବ୍ଧ ହେବ ନାହିଁ । ଏହି ଯୋଜନାର ବୈଧତା ୩୦ ଦିନ ହେବ ଏବଂ ଏଥିରେ ମୋଟ ୭୦ ଜିବି ଡାଟା ଉପଲବ୍ଧ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp