ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି ଯାହା ମସଲାସ୍ତରକୁ ଜାଣିବାରେ ସାହାଯ୍ୟ କରିବ

Madhusudan Das Picture
Published On

ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି। ଏହା ଖାଦ୍ୟରେ ଥିବା ରାଗ ତଥା ମସଲାର ସ୍ତରକୁ କିଛି ସେକେଣ୍ଡରେ ଚିହ୍ନଟ କରିପାରିବ। ତେବେ ରାଗ ଓ ମସଲା ପ୍ରତି ଯେଉଁମାନେ ଅଧିକ ସମ୍ବେଦନଶୀଳ, ସେମାନଙ୍କ ଲାଗି ଏହା ଉପକାରୀ ସାବ୍ୟସ୍ତ ହୋଇପାରେ। ଏହାସହ ସ୍ବାଦ ବାରିବାରେ ଦୁର୍ବଳ ଲୋକେ ବି କୃତ୍ରିମ ଜିଭ ଦ୍ବାରା ଉପକୃତ ହେବା କୁହାଯାଉଛି।  ସେହିପରି ଏହି ଟେକ୍ନିକ୍‌ ଭବିଷ୍ୟତରେ ରୋବଟ୍‌, ଫୁଡ୍‌ ଟେଷ୍ଟିଂ ଡିଭାଇସ୍‌ ଏବଂ ସ୍ବାଦ ସମ୍ବନ୍ଧିତ ପୀଡ଼ିତ ରୋଗୀଙ୍କ ପାଇଁ ସଫଳ ସାବ୍ୟସ୍ତ ହେବ। 

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ତେବେ କୃତ୍ରିମ ଜିଭର ଡିଜାଇନ୍‌ କ୍ଷୀରରେ ମିଳୁଥିବା କେସିନ୍‌ ପ୍ରୋଟିନ୍‌ରୁ ପ୍ରେରିତ। କେସିନ୍‌ ହେଉଛି ସେହି ପ୍ରୋଟିନ୍‌, ଯାହା କ୍ୟାପସାଇସିନ୍‌ ଅର୍ଥାତ୍ ଲଙ୍କାରେ ରାଗ ପଣ ଆଣୁଥିବା ତତ୍ତ୍ବକୁ ନିଷ୍କ୍ରିୟ କରିଥାଏ। ସେହିପରି ରାଗ ଅଧିକ ଲାଗିଲେ, କ୍ଷୀର ପିଇଲେ ଆଶ୍ବସ୍ତି ମିଳେ। ଏହି ବିଜ୍ଞାନ ହିଁ ଏବେ କୃତ୍ରିମ ଜିଭର ଆଧାର ହୋଇଛି। ବୈଜ୍ଞାନିକମାନେ ଏକ୍ରିଲିକ୍ ଏସିଡ୍‌, କୋଲିନ କ୍ଲୋରାଇଡ୍ ଏବଂ ସ୍କିମ୍‌ଡ ମିଲ୍କ ପାଉଡରକୁ ମିଶାଇ ଜେଲ ଭଳି ଏକ ପତଳା ପାରଦର୍ଶୀ ଆସ୍ତରଣ ତିଆରି କରିଥିଲେ। ଏହାକୁ ୟୁଭି ଲାଇଟ୍ ବା ଅତିବାଇଗଣୀ ରଶ୍ମିରେ ରଖିଲେ। ଏହାଦ୍ବାରା ଏହା ନମନୀୟ ଏବଂ ହାଲୁକା ଅସ୍ବଚ୍ଛ ପଦାର୍ଥରେ ପରିଣତ ହେଲା। ସେହିପରି ଏହି ଜେଲ୍‌ ବିଦ୍ୟୁତ୍‌ ପ୍ରବାହକୁ ପ୍ରବାହିତ କରିପାରେ। ତେବେ ଏହା ଯେତେବେଳେ କ୍ୟାପ୍‌ସାଇସିନ୍‌ କିମ୍ବା କୌଣସି ରାଗ ଜିନିଷ ସଂସ୍ପର୍ଶରେ ଆସେ ଏହି ଧାରାରେ ପରିବର୍ତ୍ତନ ଦେଖାଯାଏ।  ଏହି ପରିବର୍ତ୍ତନ କୃତ୍ରିମ ଜିଭକୁ ଖାଦ୍ୟଟି କେତେ ରାଗ କିମ୍ବା ମସଲାଯୁକ୍ତ ବୋଲି ଜଣାଇଥାଏ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ବୈଜ୍ଞାନିକମାନେ ଏହି ପରୀକ୍ଷଣ ଆଠ ପ୍ରକାର ଲଙ୍କା ଏବଂ ଆଠ ପ୍ରକାର ମସଲା ବ୍ୟଞ୍ଜନ ଉପରେ କରିଛନ୍ତି। ଏଥିରୁ ଜଣାପଡ଼ିଲା କ୍ୟାପ୍‌ସାଇସିନ୍‌କୁ ଏହି ଆସ୍ତରଣ ଉପରେ ରଖିବା ଦ୍ବାରା କେବଳ ୧୦ ସେକେଣ୍ଡରେ ହିଁ ବିଦ୍ୟୁତ୍ ପ୍ରବାହରେ ପରିବର୍ତ୍ତନ ଆସିଛି। ଏଥିରୁ ସ୍ପଷ୍ଟ ହେଲା ଯେ, କୃତ୍ରିମ ଜିଭ ମସଲା ସ୍ତର ଜାଣିବାକୁ ସକ୍ଷମ। ଅନ୍ୟପକ୍ଷରେ ଏହି କୃତ୍ରିମ ଜିଭ କମ୍ ରାଗ, ମସଲା ଠୁ ଆରମ୍ଭ କରି ଅଧିକ ରାଗୁଆ ଭଳି ଦୁଇଟି ସ୍ତରକୁ ବାରିପାରେ। 

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

23 Nov 2025 By Madhusudan Das

ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି ଯାହା ମସଲାସ୍ତରକୁ ଜାଣିବାରେ ସାହାଯ୍ୟ କରିବ

ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି। ଏହା ଖାଦ୍ୟରେ ଥିବା ରାଗ ତଥା ମସଲାର ସ୍ତରକୁ କିଛି ସେକେଣ୍ଡରେ ଚିହ୍ନଟ କରିପାରିବ। ତେବେ ରାଗ ଓ ମସଲା ପ୍ରତି ଯେଉଁମାନେ ଅଧିକ ସମ୍ବେଦନଶୀଳ, ସେମାନଙ୍କ ଲାଗି ଏହା ଉପକାରୀ ସାବ୍ୟସ୍ତ ହୋଇପାରେ। ଏହାସହ ସ୍ବାଦ ବାରିବାରେ ଦୁର୍ବଳ ଲୋକେ ବି କୃତ୍ରିମ ଜିଭ ଦ୍ବାରା ଉପକୃତ ହେବା କୁହାଯାଉଛି।  ସେହିପରି ଏହି ଟେକ୍ନିକ୍‌ ଭବିଷ୍ୟତରେ ରୋବଟ୍‌, ଫୁଡ୍‌ ଟେଷ୍ଟିଂ ଡିଭାଇସ୍‌ ଏବଂ ସ୍ବାଦ ସମ୍ବନ୍ଧିତ ପୀଡ଼ିତ ରୋଗୀଙ୍କ ପାଇଁ ସଫଳ ସାବ୍ୟସ୍ତ ହେବ। 

ତେବେ କୃତ୍ରିମ ଜିଭର ଡିଜାଇନ୍‌ କ୍ଷୀରରେ ମିଳୁଥିବା କେସିନ୍‌ ପ୍ରୋଟିନ୍‌ରୁ ପ୍ରେରିତ। କେସିନ୍‌ ହେଉଛି ସେହି ପ୍ରୋଟିନ୍‌, ଯାହା କ୍ୟାପସାଇସିନ୍‌ ଅର୍ଥାତ୍ ଲଙ୍କାରେ ରାଗ ପଣ ଆଣୁଥିବା ତତ୍ତ୍ବକୁ ନିଷ୍କ୍ରିୟ କରିଥାଏ। ସେହିପରି ରାଗ ଅଧିକ ଲାଗିଲେ, କ୍ଷୀର ପିଇଲେ ଆଶ୍ବସ୍ତି ମିଳେ। ଏହି ବିଜ୍ଞାନ ହିଁ ଏବେ କୃତ୍ରିମ ଜିଭର ଆଧାର ହୋଇଛି। ବୈଜ୍ଞାନିକମାନେ ଏକ୍ରିଲିକ୍ ଏସିଡ୍‌, କୋଲିନ କ୍ଲୋରାଇଡ୍ ଏବଂ ସ୍କିମ୍‌ଡ ମିଲ୍କ ପାଉଡରକୁ ମିଶାଇ ଜେଲ ଭଳି ଏକ ପତଳା ପାରଦର୍ଶୀ ଆସ୍ତରଣ ତିଆରି କରିଥିଲେ। ଏହାକୁ ୟୁଭି ଲାଇଟ୍ ବା ଅତିବାଇଗଣୀ ରଶ୍ମିରେ ରଖିଲେ। ଏହାଦ୍ବାରା ଏହା ନମନୀୟ ଏବଂ ହାଲୁକା ଅସ୍ବଚ୍ଛ ପଦାର୍ଥରେ ପରିଣତ ହେଲା। ସେହିପରି ଏହି ଜେଲ୍‌ ବିଦ୍ୟୁତ୍‌ ପ୍ରବାହକୁ ପ୍ରବାହିତ କରିପାରେ। ତେବେ ଏହା ଯେତେବେଳେ କ୍ୟାପ୍‌ସାଇସିନ୍‌ କିମ୍ବା କୌଣସି ରାଗ ଜିନିଷ ସଂସ୍ପର୍ଶରେ ଆସେ ଏହି ଧାରାରେ ପରିବର୍ତ୍ତନ ଦେଖାଯାଏ।  ଏହି ପରିବର୍ତ୍ତନ କୃତ୍ରିମ ଜିଭକୁ ଖାଦ୍ୟଟି କେତେ ରାଗ କିମ୍ବା ମସଲାଯୁକ୍ତ ବୋଲି ଜଣାଇଥାଏ। 

ବୈଜ୍ଞାନିକମାନେ ଏହି ପରୀକ୍ଷଣ ଆଠ ପ୍ରକାର ଲଙ୍କା ଏବଂ ଆଠ ପ୍ରକାର ମସଲା ବ୍ୟଞ୍ଜନ ଉପରେ କରିଛନ୍ତି। ଏଥିରୁ ଜଣାପଡ଼ିଲା କ୍ୟାପ୍‌ସାଇସିନ୍‌କୁ ଏହି ଆସ୍ତରଣ ଉପରେ ରଖିବା ଦ୍ବାରା କେବଳ ୧୦ ସେକେଣ୍ଡରେ ହିଁ ବିଦ୍ୟୁତ୍ ପ୍ରବାହରେ ପରିବର୍ତ୍ତନ ଆସିଛି। ଏଥିରୁ ସ୍ପଷ୍ଟ ହେଲା ଯେ, କୃତ୍ରିମ ଜିଭ ମସଲା ସ୍ତର ଜାଣିବାକୁ ସକ୍ଷମ। ଅନ୍ୟପକ୍ଷରେ ଏହି କୃତ୍ରିମ ଜିଭ କମ୍ ରାଗ, ମସଲା ଠୁ ଆରମ୍ଭ କରି ଅଧିକ ରାଗୁଆ ଭଳି ଦୁଇଟି ସ୍ତରକୁ ବାରିପାରେ। 

https://www.thesakala.in/technology/chinese-scientists-have-developed-an-artificial-tongue-that-will-help-humans-recognize-spices/article-43240
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର