ଓପନ୍‌ ଏଆଇର ସିଇଓ ପଦରୁ ବହିଷ୍କୃତ ହେଲେ ସାମ୍ ଅଲ୍ଟମ୍ୟାନ

The Sakala Picture
Published On

ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ। କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର […]

ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଛନ୍ତି।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।

18 Nov 2023 By The Sakala

ଓପନ୍‌ ଏଆଇର ସିଇଓ ପଦରୁ ବହିଷ୍କୃତ ହେଲେ ସାମ୍ ଅଲ୍ଟମ୍ୟାନ

ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।

କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।

ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଛନ୍ତି।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର