ହ୍ୱାଟସଆପ୍‌ର ନ୍ୟୁ ବ୍ରଡ୍‌କାଷ୍ଟ ଅପ୍‌ସନ୍‌; ଯେଉଁଥିରେ ଆପଣ ଏକାଥରେ ଅଧିକ ବନ୍ଧୁଙ୍କୁ ପଠାଇପାରିବେ ନବବର୍ଷ ଶୁଭେଚ୍ଛା

The Sakala Picture
Published On

ନୂଆଦିଲ୍ଲୀ: ବର୍ଷ ୨୦୨୩କୁ ଅଭିନନ୍ଦନ ଜଣାଇବାକୁ ସମସ୍ତେ ଆଗଭର ଆଉ ଉତ୍ସାହିତ। ବର୍ତ୍ତମାନ ସମୟରେ ସମସ୍ତେ ହ୍ୱାଟ୍ସଆପ୍‌ରେ ନବବର୍ଷ ଶୁଭେଚ୍ଛା ଜଣାଉଛନ୍ତି। ହ୍ୱାଟ୍ସଆପ୍ ଏବେ ଦେଶ-ବିଦେଶରେ ଏକ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଲଟିଛି। ଏହି ପ୍ଲାଟଫର୍ମରେ ସମସ୍ତଙ୍କୁ ଅଭିନନ୍ଦନ ଜଣାପିବାକୁ ପସନ୍ଦ କରୁଛନ୍ତି। ଜଣ ଜଣ କରି ସମସ୍ତଙ୍କୁ ମେସେଜ୍‌ ପଠାଇବା ସମସ୍ତଙ୍କ ବଡ଼ କଷ୍ଟକର ହୋଇଥାଏ। କାରଣ ଏଥିରେ ଅଧÒକ ସମୟ ଲାଗିଥାଏ। ହ୍ୱାଟ୍ସଆପ୍‌ରେ ଏକାଥରକେ ୫ ଜଣଙ୍କୁ ମେସେଜ୍‌ ପଠାଯାଇପାରିବ। ଏଭଳି ସମୟରେ […]

ନୂଆଦିଲ୍ଲୀ: ବର୍ଷ ୨୦୨୩କୁ ଅଭିନନ୍ଦନ ଜଣାଇବାକୁ ସମସ୍ତେ ଆଗଭର ଆଉ ଉତ୍ସାହିତ। ବର୍ତ୍ତମାନ ସମୟରେ ସମସ୍ତେ ହ୍ୱାଟ୍ସଆପ୍‌ରେ ନବବର୍ଷ ଶୁଭେଚ୍ଛା ଜଣାଉଛନ୍ତି। ହ୍ୱାଟ୍ସଆପ୍ ଏବେ ଦେଶ-ବିଦେଶରେ ଏକ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଲଟିଛି। ଏହି ପ୍ଲାଟଫର୍ମରେ ସମସ୍ତଙ୍କୁ ଅଭିନନ୍ଦନ ଜଣାପିବାକୁ ପସନ୍ଦ କରୁଛନ୍ତି। ଜଣ ଜଣ କରି ସମସ୍ତଙ୍କୁ ମେସେଜ୍‌ ପଠାଇବା ସମସ୍ତଙ୍କ ବଡ଼ କଷ୍ଟକର ହୋଇଥାଏ। କାରଣ ଏଥିରେ ଅଧÒକ ସମୟ ଲାଗିଥାଏ। ହ୍ୱାଟ୍ସଆପ୍‌ରେ ଏକାଥରକେ ୫ ଜଣଙ୍କୁ ମେସେଜ୍‌ ପଠାଯାଇପାରିବ। ଏଭଳି ସମୟରେ ଏକାଥରକେ କିଭଳି ଭାବେ ସମସ୍ତଙ୍କୁ ମେସେଜ୍‌ ପଠାଯିବ ୟୁଜରମାନଙ୍କୁ ସେହି ଚିନ୍ତା ଘାରିଛି। ହ୍ୱାଟ୍ସଆପର ‘ବ୍ରଡକାଷ୍ଟ’ ଫିଚର ଆପଣଙ୍କର କାମକୁ ସହଜ କରିଦେବ। ଏହି ଫିଚର ପୂର୍ବରୁ ହିଁ ହ୍ୱାଟ୍ସଆପରେ ରହିଛି। ଅନେକ ଏହି ଫିଚର୍ ସମ୍ପର୍କରେ ଜାଣନ୍ତିନାହିଁ ।

କେମିତି କରିବେ ‘ବ୍ରଡକାଷ୍ଟ’ ଫିଚରର ବ୍ୟବହାର

-ପ୍ରଥମେ ହ୍ୱାଟ୍ସଆପ୍ ଓପନ୍‌ କରି ଡାହାଣ ପାଖ ଉପରେ ୩ଟି ଡଟ୍ ଉପରେ ଟ୍ୟାପ୍ କରନ୍ତୁ। ଆଇଫୋନ୍ ୟୁଜର ଏହି ଡଟ୍ କୁ ସେମାନଙ୍କର ଫୋନ୍‌ର ନିମ୍ନ ଭାଗରେ ଦେଖିପାରିବେ।

-ଏହାପରେ ମେନ୍ୟୁରୁ ୟୁଜର୍ସଙ୍କୁ ନ୍ୟୁ ବ୍ରଡ୍‌କାଷ୍ଟ ଅପ୍‌ସନ୍‌କୁ ସିଲେକ୍ଟ କରିବାକୁ ହେବ। ଏହାପରେ ଆପଣ ସମସ୍ତ କଣ୍ଟାକ୍ଟକୁ ଦେଖିପାରିବେ। ଏଠାରେ ଆପଣ ମେସେଜ୍‌ ପଠାଇବାକୁ ଚାହୁଁଥିବା ଗୋଟିଏ ଗୋଟିଏ କରି କଣ୍ଟାକ୍ଟକୁ ସିଲେକ୍ଟ କରନ୍ତୁ। ଏକାଥରକେ ସମସ୍ତ କଣ୍ଟାକ୍ଟଙ୍କୁ ସିଲେକ୍ଟ କରି ପରେ ଅନଚେକ୍ କରିପାରିବେ, ଯେଉଁମାନଙ୍କୁ ଆପଣ ମେସେଜ୍ ପଠାଇବାକୁ ଚାହାଁନ୍ତି ନାହିଁ।

-ଏହାପରେ ୟୁଜର୍ସଙ୍କୁ ସ୍କ୍ରିନରେ ନଜର ଆସୁଥିବା ଗ୍ରୀନ୍ ଚେକ୍ ବଟନ୍‌ ଉପରେ ଟ୍ୟାପ୍ କରିବାକୁ ହେବ। ପରେ ଗ୍ରୁପ୍ ଭଳି ଇଣ୍ଟରଫେସ୍ ନଜର ଆସିବ। ଏହାପରେ ଆପଣଙ୍କୁ ହାପି ନ୍ୟୁ ଇୟର ବା କୌଣସି ମେସେଜ୍ ଲେଖି ସେଣ୍ଡ୍ ବଟନ୍‌ ଉପରେ ଟ୍ୟାପ୍ କରନ୍ତୁ। ମେସେଜ୍‌ ଚାଲିଯିବ।

-ଏହାପରେ ଆପଣଙ୍କ କଣ୍ଟାକ୍ଟମାନେ ଏହି ମେସେଜ୍ ନିଜର ଇଣ୍ଡିଭିଜୁଆଲ୍ ଚାଟ୍‌ରେ ଦେଖିପାରିବେ। ଏଥିରେ ମେସେଜ୍‌ ପାଇଥିବା ବ୍ୟକ୍ତି ଏହି ମେସେଜ୍ ବ୍ରଡକାଷ୍ଟ ଜରିଆରେ ପାଇଥିବା ଆଦୌ ଜାଣିପାରିବେନାହିଁ।

30 Dec 2022 By The Sakala

https://www.thesakala.in/technology/new-broadcast-option-in-whatsapp/article-17760
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର