ଟ୍ରାଇର ନୂଆ ପଦକ୍ଷେପ, ପହିଲାରୁ ବଦଳିବ ଏସ୍‌ଏମ୍‌ଏସ୍‌ ନିୟମ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆସନ୍ତା ଏପ୍ରିଲ ପହିଲାଠାରୁ ଏହାର ଏସ୍‌ଏମ୍‌ଏସ୍‌ ନିୟମରେ କେତେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଅନୁଯାୟୀ, ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଇପାରୁଥିବା ମେସେଜ୍‌ ଅର୍ଥାତ୍‌ ବ୍ଲକ୍‌ ମେସେଜ୍‌ ସମ୍ୱନ୍ଧରେ ରହିଥିବା ନିୟମ ପରିବର୍ତ୍ତନ କରିବା ପାଇଁ ଟ୍ରାଇ ପ୍ରମୁଖ ମନ୍ତ୍ରାଳାୟଗୁଡିକୁ ଚିଠି ଲେଖିଛି। ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଆହୁରି ଅଧିକ ସହଜ ହେବ ବୋଲି ଟ୍ରାଇ କହିଛି। ଏଥିସହ ଏହାର ଅଧୀନରେ ଆସୁଥିବା […]

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆସନ୍ତା ଏପ୍ରିଲ ପହିଲାଠାରୁ ଏହାର ଏସ୍‌ଏମ୍‌ଏସ୍‌ ନିୟମରେ କେତେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଅନୁଯାୟୀ, ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଇପାରୁଥିବା ମେସେଜ୍‌ ଅର୍ଥାତ୍‌ ବ୍ଲକ୍‌ ମେସେଜ୍‌ ସମ୍ୱନ୍ଧରେ ରହିଥିବା ନିୟମ ପରିବର୍ତ୍ତନ କରିବା ପାଇଁ ଟ୍ରାଇ ପ୍ରମୁଖ ମନ୍ତ୍ରାଳାୟଗୁଡିକୁ ଚିଠି ଲେଖିଛି। ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଆହୁରି ଅଧିକ ସହଜ ହେବ ବୋଲି ଟ୍ରାଇ କହିଛି। ଏଥିସହ ଏହାର ଅଧୀନରେ ଆସୁଥିବା ଅନୁଷ୍ଠାନ ଏବଂ ସଂଗଠନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଟ୍ରାଇ କହିଛି। ଏନ୍ଆଇସି ବିଣିଜ୍ୟିକ ମେସେଜ୍‌ ପାଇଁ ଲାଗୁ ହେଉଥିବା ନିୟମକୁ ନେଇ ସରକାରୀ ସଂଗଠନ ସାହାୟତାରେ ଏବଂ ଏହା ସହିତ ଜଡ଼ିତ କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛି। ଟ୍ରାଇ ଫିକି, ସିଆଇଅଆଇ, ଆସୋଚାମ୍‌, ନାସ୍‌କମ୍‌ ଏବଂ ସିଓଏଆଇକୁ ଏହି ନୂତନ ନିୟମର ଆବଶ୍ୟକତା ବିଷୟରେ ସେମାନଙ୍କ ସଦସ୍ୟମାନଙ୍କୁ ଅବଗତ କରାଇବାକୁ କହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

31 Mar 2021 By The Sakala

ଟ୍ରାଇର ନୂଆ ପଦକ୍ଷେପ, ପହିଲାରୁ ବଦଳିବ ଏସ୍‌ଏମ୍‌ଏସ୍‌ ନିୟମ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆସନ୍ତା ଏପ୍ରିଲ ପହିଲାଠାରୁ ଏହାର ଏସ୍‌ଏମ୍‌ଏସ୍‌ ନିୟମରେ କେତେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଅନୁଯାୟୀ, ଥରକେ ଏକରୁ ଅଧିକ ଲୋକଙ୍କ ପାଖକୁ ପଠାଯାଇପାରୁଥିବା ମେସେଜ୍‌ ଅର୍ଥାତ୍‌ ବ୍ଲକ୍‌ ମେସେଜ୍‌ ସମ୍ୱନ୍ଧରେ ରହିଥିବା ନିୟମ ପରିବର୍ତ୍ତନ କରିବା ପାଇଁ ଟ୍ରାଇ ପ୍ରମୁଖ ମନ୍ତ୍ରାଳାୟଗୁଡିକୁ ଚିଠି ଲେଖିଛି। ବ୍ୟବହାରକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଆହୁରି ଅଧିକ ସହଜ ହେବ ବୋଲି ଟ୍ରାଇ କହିଛି। ଏଥିସହ ଏହାର ଅଧୀନରେ ଆସୁଥିବା ଅନୁଷ୍ଠାନ ଏବଂ ସଂଗଠନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଟ୍ରାଇ କହିଛି। ଏନ୍ଆଇସି ବିଣିଜ୍ୟିକ ମେସେଜ୍‌ ପାଇଁ ଲାଗୁ ହେଉଥିବା ନିୟମକୁ ନେଇ ସରକାରୀ ସଂଗଠନ ସାହାୟତାରେ ଏବଂ ଏହା ସହିତ ଜଡ଼ିତ କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛି। ଟ୍ରାଇ ଫିକି, ସିଆଇଅଆଇ, ଆସୋଚାମ୍‌, ନାସ୍‌କମ୍‌ ଏବଂ ସିଓଏଆଇକୁ ଏହି ନୂତନ ନିୟମର ଆବଶ୍ୟକତା ବିଷୟରେ ସେମାନଙ୍କ ସଦସ୍ୟମାନଙ୍କୁ ଅବଗତ କରାଇବାକୁ କହିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର