‘ଭାରତରେ ୨୦୨୪ ସୁଦ୍ଧା ଆସିବ ୬-ଜି’

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ନିକଟରେ ଏହାର ୪ଜି ପରୀକ୍ଷା କରିଛି । ତେବେ ଦେଶରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହାର ଶୁଭାରମ୍ଭ କରାଯିବ ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ । ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଲାଗିଯାଇଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଭାରତ ୬ଜି ଟେକ୍ନୋଲୋଜି ବିକାଶ କରିବା ଦିଗରେ କାମ […]

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ନିକଟରେ ଏହାର ୪ଜି ପରୀକ୍ଷା କରିଛି । ତେବେ ଦେଶରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହାର ଶୁଭାରମ୍ଭ କରାଯିବ ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ । ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଲାଗିଯାଇଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଭାରତ ୬ଜି ଟେକ୍ନୋଲୋଜି ବିକାଶ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ୬ଜି ଉପରେ କାମ କରୁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ଏହାର ଅନୁମତି ଦିଆଯାଇଛି। ୬ଜି ର ବିକାଶ କାମ ଆରମ୍ଭ ହୋଇସାରିଛି। ସରକାର ଏହି ଦିଗରେ କାମ କରୁଛନ୍ତି । ୨୦୨୩-୨୪ ସୁଦ୍ଧା ଦେଶରେ ୬ଜି ଆରମ୍ଭ ହେବା କଥା ମନ୍ତ୍ରୀ କହୁଥିବାବେଳେ ସ୍ମାର୍ଟଫୋନ ନିର୍ମାତାକାରୀ ବହୁ ପୂର୍ବରୁ ୫ଜି ସ୍ମାର୍ଟଫୋନ ଭାରତରେ ବିକ୍ରି କରୁଛନ୍ତି। ମାତ୍ର ଗ୍ରାହକଙ୍କ ପାଇଁ ୫ଜି ଆସିବାର କୌଣସି ଚିହ୍ନବର୍ଣ୍ଣ ହିଁ ନାହିଁ । ଆସନ୍ତାବର୍ଷ ଏପ୍ରିଲ-ମେ ରେ ୫ଜି ସ୍ପେକ୍ଟ୍ରମ ନିଲାମ ହୋଇପାରେ। ନିଲାମ ନେଇ ଚୂଡାନ୍ତ ତାରିଖ ଏ ଯାଏ ସ୍ପଷ୍ଟ ହୋଇ ନାହିଁ । କାରଣ ଏହା ପୂର୍ବରୁ ଟ୍ରାଇକୁ ୨୦୨୨ ଫେବୃଆରୀ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ। ଏହାପରେ ଯାଇ ସଠିକ୍ ତାରିଖ ଜଣାପଡିପାରେ। ରିପୋର୍ଟ ଅନୁଯାୟୀ, ଟେଲିକମ କମ୍ପାନୀ ମଧ୍ୟ ୫ଜି ସ୍ପେକ୍ଟ୍ରମର ନିଲାମ ଅଉ କିଛି ସମୟ ଘୁଞ୍ଚାଇବାକୁ କହିଛନ୍ତି । କୁହାଯାଉଛି ଅନେକ କମ୍ପାନୀ ୨୦୨୨ ମେ ପୂର୍ବରୁ ୫ଜି ସ୍ପେକ୍ଟ୍ରମର ନିଲାମ ନ କରିବାକୁ ଅନୁରୋଧ କରିଛନ୍ତି।

25 Nov 2021 By The Sakala

‘ଭାରତରେ ୨୦୨୪ ସୁଦ୍ଧା ଆସିବ ୬-ଜି’

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ନିକଟରେ ଏହାର ୪ଜି ପରୀକ୍ଷା କରିଛି । ତେବେ ଦେଶରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହାର ଶୁଭାରମ୍ଭ କରାଯିବ ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ । ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଲାଗିଯାଇଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଭାରତ ୬ଜି ଟେକ୍ନୋଲୋଜି ବିକାଶ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ୬ଜି ଉପରେ କାମ କରୁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ଏହାର ଅନୁମତି ଦିଆଯାଇଛି। ୬ଜି ର ବିକାଶ କାମ ଆରମ୍ଭ ହୋଇସାରିଛି। ସରକାର ଏହି ଦିଗରେ କାମ କରୁଛନ୍ତି । ୨୦୨୩-୨୪ ସୁଦ୍ଧା ଦେଶରେ ୬ଜି ଆରମ୍ଭ ହେବା କଥା ମନ୍ତ୍ରୀ କହୁଥିବାବେଳେ ସ୍ମାର୍ଟଫୋନ ନିର୍ମାତାକାରୀ ବହୁ ପୂର୍ବରୁ ୫ଜି ସ୍ମାର୍ଟଫୋନ ଭାରତରେ ବିକ୍ରି କରୁଛନ୍ତି। ମାତ୍ର ଗ୍ରାହକଙ୍କ ପାଇଁ ୫ଜି ଆସିବାର କୌଣସି ଚିହ୍ନବର୍ଣ୍ଣ ହିଁ ନାହିଁ । ଆସନ୍ତାବର୍ଷ ଏପ୍ରିଲ-ମେ ରେ ୫ଜି ସ୍ପେକ୍ଟ୍ରମ ନିଲାମ ହୋଇପାରେ। ନିଲାମ ନେଇ ଚୂଡାନ୍ତ ତାରିଖ ଏ ଯାଏ ସ୍ପଷ୍ଟ ହୋଇ ନାହିଁ । କାରଣ ଏହା ପୂର୍ବରୁ ଟ୍ରାଇକୁ ୨୦୨୨ ଫେବୃଆରୀ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ। ଏହାପରେ ଯାଇ ସଠିକ୍ ତାରିଖ ଜଣାପଡିପାରେ। ରିପୋର୍ଟ ଅନୁଯାୟୀ, ଟେଲିକମ କମ୍ପାନୀ ମଧ୍ୟ ୫ଜି ସ୍ପେକ୍ଟ୍ରମର ନିଲାମ ଅଉ କିଛି ସମୟ ଘୁଞ୍ଚାଇବାକୁ କହିଛନ୍ତି । କୁହାଯାଉଛି ଅନେକ କମ୍ପାନୀ ୨୦୨୨ ମେ ପୂର୍ବରୁ ୫ଜି ସ୍ପେକ୍ଟ୍ରମର ନିଲାମ ନ କରିବାକୁ ଅନୁରୋଧ କରିଛନ୍ତି।

https://www.thesakala.in/technology/6g-will-be-available-by-2024-in-india/article-7134
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର