ବିରାଟ କୋହଲିଙ୍କୁ ଆଇସିସିର ବଡ଼ ସମ୍ମାନ, ପ୍ରଥମ ଥର ପାଇଁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ

The Sakala Picture
Published On

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ବର୍ଷ ଏସିଆ କପ୍‌ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି। ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି […]

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ବର୍ଷ ଏସିଆ କପ୍‌ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି। ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କୋହଲିଙ୍କ ସହ ଜିମ୍ବାୱେ ଦଳର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ପୁରୁଷ ବର୍ଗରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଏହି ପୁରସ୍କାର କୋହଲିଙ୍କ ହାତକୁ ଆସିଛି। କୋହଲି ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ଗତ ମାସରେ ଅର୍ଥାତ୍ ଅକ୍ଟୋବରରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ସେ ଏହି ସମ୍ମାନ ପାଇଛନ୍ତି। ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି। ୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି।

07 Nov 2022 By The Sakala

ବିରାଟ କୋହଲିଙ୍କୁ ଆଇସିସିର ବଡ଼ ସମ୍ମାନ, ପ୍ରଥମ ଥର ପାଇଁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ବର୍ଷ ଏସିଆ କପ୍‌ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି। ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।

କୋହଲିଙ୍କ ସହ ଜିମ୍ବାୱେ ଦଳର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ପୁରୁଷ ବର୍ଗରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଏହି ପୁରସ୍କାର କୋହଲିଙ୍କ ହାତକୁ ଆସିଛି। କୋହଲି ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ଗତ ମାସରେ ଅର୍ଥାତ୍ ଅକ୍ଟୋବରରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ସେ ଏହି ସମ୍ମାନ ପାଇଛନ୍ତି। ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି।

୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି। ୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି।

https://www.thesakala.in/sports/virat-kohli-wins-icc-player-of-the-month-award-for-october/article-16363
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର