୧୧ ମାସ ପରେ ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଲେ ବିରାଟ କୋହଲି

The Sakala Picture
Published On

ନୂଆଦିଲ୍ଲୀ : ଗତ ରବିବାର ଆଇସିସି ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ସୁପର ମୁକାବିଲାରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆର ବିଜୟ ପଛରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର୍ ଇଂନିସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା […]

ନୂଆଦିଲ୍ଲୀ : ଗତ ରବିବାର ଆଇସିସି ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ସୁପର ମୁକାବିଲାରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆର ବିଜୟ ପଛରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର୍ ଇଂନିସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା ପରେ ସେ ଫର୍ମକୁ ଫେରିଛନ୍ତି ଓ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ସେ ସମଗ୍ର ବିଶ୍ବର କ୍ରିକେଟପ୍ରେମୀଙ୍କୁ ଏହା ଦେଖାଇଥିଲେ।

ଆହୁରି ପଢ଼ନ୍ତୁ: ୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ

ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ଆଇସିସି ପକ୍ଷରୁ ଜାରି ବ୍ୟାଟିଂ ରାଙ୍କିଙ୍ଗର ୬ଟି ସ୍ଥାନ ଉପରକୁ ଉଠି ବିରାଟ ସିଧା ୯ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ ମ୍ୟାଚ ମଧ୍ୟ ଛଡ଼ାଇ ଆଣିଥିଲା। ଏହାର ଫାଇଦା ବିରାଟଙ୍କୁ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ସେ ଏବେ ଦୀର୍ଘଦିନ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆରସିବିଠାରୁ ଶୋଚନୀୟ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶଂସକଙ୍କୁ ଅକ୍ଷର ପଟେଲଙ୍କ ଭାବୁକ ନିବେଦନ

ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ। ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ। ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ‍ଫେରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସି ଯାଇଥିଲେ। ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି। ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ୟ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜୱାନ ୧ନଂ ସ୍ଥାନରେ ଥିବା ବେଳେ ୪ର୍ଥ ସ୍ଥାନକୁ ଖସିଛନ୍ତି ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ୩୯ତମ ଜନ୍ମଦିନ: ଜଣେ ଭାରତୀୟ କ୍ରିକେଟର ଭାବରେ ଏହା କ'ଣ 'ହିଟମ୍ୟାନ୍'ଙ୍କ ଶେଷ ଜନ୍ମଦିନ?

26 Oct 2022 By The Sakala

୧୧ ମାସ ପରେ ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଲେ ବିରାଟ କୋହଲି

ନୂଆଦିଲ୍ଲୀ : ଗତ ରବିବାର ଆଇସିସି ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ସୁପର ମୁକାବିଲାରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆର ବିଜୟ ପଛରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର୍ ଇଂନିସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା ପରେ ସେ ଫର୍ମକୁ ଫେରିଛନ୍ତି ଓ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ସେ ସମଗ୍ର ବିଶ୍ବର କ୍ରିକେଟପ୍ରେମୀଙ୍କୁ ଏହା ଦେଖାଇଥିଲେ।

ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଆଇସିସି ଟି-୨୦ ରାଙ୍କିଙ୍ଗର ଟପ୍‌ ୧୦କୁ ଫେରିଛନ୍ତି। ଆଇସିସି ପକ୍ଷରୁ ଜାରି ବ୍ୟାଟିଂ ରାଙ୍କିଙ୍ଗର ୬ଟି ସ୍ଥାନ ଉପରକୁ ଉଠି ବିରାଟ ସିଧା ୯ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୧୨ ମୁକାବିଲାରେ ବିରାଟ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ବଳରେ ପାକିସ୍ତାନ ପଞ୍ଝାରୁ ଟିମ ଇଣ୍ଡିଆ ମ୍ୟାଚ ମଧ୍ୟ ଛଡ଼ାଇ ଆଣିଥିଲା। ଏହାର ଫାଇଦା ବିରାଟଙ୍କୁ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ସେ ଏବେ ଦୀର୍ଘଦିନ ପରେ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟପ୍‌ ୧୦ରୁ ବାଦ ପଡ଼ିଥିଲେ। ୨୦୨୧ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିପର୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ। ଅବଶ୍ୟ ଚଳିତ ବର୍ଷ ଫେବୃଆରୀରେ ସେ ପୁଣି ଟପ୍ ୧୦କୁ ‍ଫେରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ତଳକୁ ଖସି ଯାଇଥିଲେ। ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି। ବିଶ୍ୱକପ ପୂର୍ବରୁ ୨ନଂ ସ୍ଥାନରେ ଥିବା ସୂର୍ୟ୍ୟ କୁମାର ଏବେ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ୨ନଂ ସ୍ଥାନକୁ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ଉଠିଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୮୩୧ ରହିଛି। ୮୪୯ ପଏଣ୍ଟ ସହ ପାକିସ୍ତାନର ମହମ୍ମଦ ରିଜୱାନ ୧ନଂ ସ୍ଥାନରେ ଥିବା ବେଳେ ୪ର୍ଥ ସ୍ଥାନକୁ ଖସିଛନ୍ତି ଅଧିନାୟକ ବାବର ଆଜମ। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ବିରାଟ କୋହଲି ଓ ୧୦ମରେ ୟୁଏଇର ମହମ୍ମଦ ୱାସିମ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର