ଆରସିବି’ର ପୂର୍ବତନ ଅଧିନାୟକ ଡାନିଏଲ ଭେଟ୍ଟୋରିଙ୍କୁ ବଡ଼ ଦାୟିତ୍ବ ଦେଲା ସନରାଇଜର୍ସ ହାଇଦ୍ରାବାଦ

The Sakala Picture
Published On

ହାଇଦ୍ରାବାଦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଡାନିଏଲ ଭେଟ୍ଟୋରିଙ୍କୁ ବଡ଼ ଦାୟିତ୍ବ ଦେଇଛି ସନରାଇଜର୍ସ ହାଇଦ୍ରାବାଦ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କୁ ଆଇପିଏଲ୍ ଟମ୍‌ ସନରାଇଜର୍ସ ହାଇଦ୍ରାବାଦ ସୋମବାର କୋଚ୍‌ ପଦରୁ ହଟାଇ ଆରସିବିର ପୂର୍ବତନ ଅଧିନାୟକ ଡାନିଏଲ ଭେଟ୍ଟୋରିଙ୍କୁ ନିଜ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ଗତ ସିଜନରେ ଦଳର ଖରାପ ପ୍ରଦର୍ଶନ ପରେ ଲାରାଙ୍କୁ ଏହି ପଦରୁ ହଟାଇ ଦିଆଯାଇ ୨୦୧୧ ଓ ୧୨ ସିଜିନ୍‌ରେ ଆରସିବି […]

ହାଇଦ୍ରାବାଦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଡାନିଏଲ ଭେଟ୍ଟୋରିଙ୍କୁ ବଡ଼ ଦାୟିତ୍ବ ଦେଇଛି ସନରାଇଜର୍ସ ହାଇଦ୍ରାବାଦ। ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କୁ ଆଇପିଏଲ୍ ଟମ୍‌ ସନରାଇଜର୍ସ ହାଇଦ୍ରାବାଦ ସୋମବାର କୋଚ୍‌ ପଦରୁ ହଟାଇ ଆରସିବିର ପୂର୍ବତନ ଅଧିନାୟକ ଡାନିଏଲ ଭେଟ୍ଟୋରିଙ୍କୁ ନିଜ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ଗତ ସିଜନରେ ଦଳର ଖରାପ ପ୍ରଦର୍ଶନ ପରେ ଲାରାଙ୍କୁ ଏହି ପଦରୁ ହଟାଇ ଦିଆଯାଇ ୨୦୧୧ ଓ ୧୨ ସିଜିନ୍‌ରେ ଆରସିବି କ୍ୟାପଟେନ ଥିବା ଭେଟ୍ଟୋରିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।  କୋଚ୍ ଭାବେ ଏହା ଆଇପିଏଲରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଭେଟ୍ଟୋରିଙ୍କ ଦ୍ୱିତୀୟ ପାଳି ହେବ। ସେ ଏହାପୂର୍ବରୁ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କୋଚ୍ ଦାୟିତ୍ବ ତୁଲାଇଥିଲେ ।

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

ଭେଟ୍ଟୋରି ନିକଟରେ ଅଷ୍ଟ୍ରେଲୀୟ ପୁରୁଷ ଦଳର ସହାୟକ କୋଚ୍ ଭାବେ କାର୍ଯ୍ୟ କରିଥିଲେ। ସେ ଏହା ପୂର୍ବରୁ ବାଂଲାଦେଶ ସହିତ ସ୍ପିନ୍ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି। ସନରାଇଜର୍ସ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ‘ଅରେଞ୍ଜ ଆର୍ମି’ ହ୍ୟାସଟ୍ୟାଗ୍ ସହ ଲେଖିଛି, “କିୱି (ନ୍ୟୁଜିଲ୍ୟାଣ୍ଡର ଖେଳାଳି) ଭେଟେରାନ ଡାନିଏଲ ଭେଟୋରି ମୁଖ୍ୟ କୋଚ୍ ଭାବରେ ଦଳରେ ଯୋଗ ଦେଇଛନ୍ତି।”

ପୂର୍ବତନ ଭେଟେରାନ ବାମହାତୀ ସ୍ପିନର ଭେଟ୍ଟୋରି ବର୍ତ୍ତମାନ ‘ଦି ହଣ୍ଡ୍ରେଡ୍’ ଟୁର୍ଣ୍ଣାମେଣ୍ଟରେ ‘ବର୍ମିଂହାମ ଫିନିକ୍ସ’ର କୋଚ୍ ଅଛନ୍ତି । ଭେଟ୍ଟୋରୀ ଆରସିବି ସହିତ କାର୍ଯ୍ୟକାଳ ମଧ୍ୟରେ ୨୦୧୫ରେ ଆଇପିଏଲ୍ ପ୍ଲେ ଅଫ୍ ଏବଂ ୨୦୧୬ରେ ଫାଇନାଲକୁ ନେଇଥିଲେ।

ଲାରାଙ୍କ ଠାରୁ ଅଲଗା ହେବା ନିଶ୍ଚିତ କରି ସନରାଇଜର୍ସ କହିଛି, “ଲାରାଙ୍କ ସହ ଆମର ଦୁଇ ବର୍ଷର ଚୁକ୍ତି ଶେଷ ହେବା ପରେ , ଆମେ ତାଙ୍କୁ ବିଦାୟ ଦେଉଛୁ । ସନରାଇଜର୍ସ ପ୍ରତି ଅବଦାନ ପାଇଁ ଧନ୍ୟବାଦ । ଭବିଷ୍ୟତ ପାଇଁ ଆମେ ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ । ଲାରା ଆଇପିଏଲ୍ ୨୦୨୨ ସମୟରେ ବ୍ୟାଟିଂ କୋଚ୍ ଭାବେ ସନରାଇଜର୍ସ ହାଇଦ୍ରାବାଦ ସହ ଯୋଗ ଦେଇଥିଲା । ଏହି ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ୨୦୨୩ ସିଜନ୍ ପୂର୍ବରୁ ଦଳର କୋଚ୍ ଭାବେ ଟମ୍ ମୁଡିଙ୍କ ସ୍ଥାନ ନେଇଥିଲେ । ସନରାଇଜର୍ସ ମୁଖ୍ୟ କୋଚ୍ ଭାବେ ଲାରାଙ୍କ କାର୍ଯ୍ୟକାଳ ନୈରାଶ୍ୟଜନକ ଥିଲା । କାରଣ ଆଇପିଏଲ୍ ୨୦୨୩ରେ ସନରାଇଜର୍ସ ଦଶମ ସ୍ଥାନରେ ରହିଥିଲା । ଦଳ ୨୦୨୦ରେ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଥିଲା । ସନରାଇଜର୍ସ ହାଇଦ୍ରାବାଦ ଗତ ୬ଟି ସିଜନରେ ପଞ୍ଚମ ଥର ପାଇଁ ମୁଖ୍ୟ କୋଚ୍ ବଦଳାଇଛି । ଦଳ ୨୦୧୯ରେ ଟମ୍ ମୁଡିଙ୍କୁ ମୁଖ୍ୟ କୋଚ୍ କରିଥିଲା । ଏହା ପରେ ଟ୍ରେଭର୍ ବାଇଲିସଙ୍କୁ ୨୦୨୦ ଏବଂ ୨୦୨୧ ସିଜନ୍ ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା । ୨୦୨୨ରେ ମୁଡି ପୁଣି ଦଳର ମୁଖ୍ୟ କୋଚ୍ ହୋଇଥିଲେ ।

07 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp