୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା : ୨୦୨୨ରେ ଚାମ୍ପିଅନ ଅଧିନାୟକ

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ନିଜର ବଳିଷ୍ଠ ନେତୃତ୍ୱ ବଳରେ ଗୁଜରାଟକୁ ପଦାର୍ପଣରେ ଆଇପିଏଲ୍‍ ଚାମ୍ପିଅନ୍‍ କରାଇ ହାର୍ଦ୍ଦିକ ଖବରର ଶିରୋନାମାରେ ରହିଛନ୍ତି। ଭାରତୀୟ କ୍ରିକେଟ୍‍ ତାରକା ହେବା ପୂର୍ବରୁ ପାଣ୍ଡ୍ୟା ବରୋଦାର ଜଣେ ସାଧାରଣ ବାଳକ ଥିଲେ। […]

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ନିଜର ବଳିଷ୍ଠ ନେତୃତ୍ୱ ବଳରେ ଗୁଜରାଟକୁ ପଦାର୍ପଣରେ ଆଇପିଏଲ୍‍ ଚାମ୍ପିଅନ୍‍ କରାଇ ହାର୍ଦ୍ଦିକ ଖବରର ଶିରୋନାମାରେ ରହିଛନ୍ତି। ଭାରତୀୟ କ୍ରିକେଟ୍‍ ତାରକା ହେବା ପୂର୍ବରୁ ପାଣ୍ଡ୍ୟା ବରୋଦାର ଜଣେ ସାଧାରଣ ବାଳକ ଥିଲେ। ଘରୋଇ କ୍ରିକେଟ୍‍ରେ ମଧ୍ୟ ଜଣେ ଅଜଣା ଚେହେରା ଥିଲେ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଏପରିକି ୨୦୧୪ ଆଇପିଏଲ୍‍ ଖେଳାଳି ନିଲାମୀରେ ତାଙ୍କ ମୂଳଦର ୧୦ ଲକ୍ଷ ଟଙ୍କା ରହିଥିଲେ ମଧ୍ୟ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏହାର ଗୋଟିଏ ବର୍ଷ ପରେ ପାଣ୍ଡ୍ୟାଙ୍କ ଭାଗ୍ୟ ଫିଟିଥିଲା। ୨୦୧୫ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୂଳଦର ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ଏହାପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୩ ଷ୍ଟ୍ରାଇକ ରେଟ୍‍ରେ ୧୪୭୬ ରନ୍‍ ସଂଗ୍ରହ କରିଥିଲେ। ସେହିଭଳି ଏହି ସମୟ ମଧ୍ୟରେ ସେ ଆଇପିଏଲ୍‍ରେ ୪୨ ୱିକେଟ୍‍ ମଧ୍ୟ ଅକ୍ତିଆର କରିସାରିଥିଲେ। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇକୁ ଆଇପିଏଲ୍‍ ଚାମ୍ପିଅନ୍‍ କରାଇବାରେ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ରହିଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

01 Jun 2022 By The Sakala

୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା : ୨୦୨୨ରେ ଚାମ୍ପିଅନ ଅଧିନାୟକ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ନିଜର ବଳିଷ୍ଠ ନେତୃତ୍ୱ ବଳରେ ଗୁଜରାଟକୁ ପଦାର୍ପଣରେ ଆଇପିଏଲ୍‍ ଚାମ୍ପିଅନ୍‍ କରାଇ ହାର୍ଦ୍ଦିକ ଖବରର ଶିରୋନାମାରେ ରହିଛନ୍ତି। ଭାରତୀୟ କ୍ରିକେଟ୍‍ ତାରକା ହେବା ପୂର୍ବରୁ ପାଣ୍ଡ୍ୟା ବରୋଦାର ଜଣେ ସାଧାରଣ ବାଳକ ଥିଲେ। ଘରୋଇ କ୍ରିକେଟ୍‍ରେ ମଧ୍ୟ ଜଣେ ଅଜଣା ଚେହେରା ଥିଲେ।

ଏପରିକି ୨୦୧୪ ଆଇପିଏଲ୍‍ ଖେଳାଳି ନିଲାମୀରେ ତାଙ୍କ ମୂଳଦର ୧୦ ଲକ୍ଷ ଟଙ୍କା ରହିଥିଲେ ମଧ୍ୟ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏହାର ଗୋଟିଏ ବର୍ଷ ପରେ ପାଣ୍ଡ୍ୟାଙ୍କ ଭାଗ୍ୟ ଫିଟିଥିଲା। ୨୦୧୫ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୂଳଦର ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ଏହାପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୩ ଷ୍ଟ୍ରାଇକ ରେଟ୍‍ରେ ୧୪୭୬ ରନ୍‍ ସଂଗ୍ରହ କରିଥିଲେ। ସେହିଭଳି ଏହି ସମୟ ମଧ୍ୟରେ ସେ ଆଇପିଏଲ୍‍ରେ ୪୨ ୱିକେଟ୍‍ ମଧ୍ୟ ଅକ୍ତିଆର କରିସାରିଥିଲେ। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇକୁ ଆଇପିଏଲ୍‍ ଚାମ୍ପିଅନ୍‍ କରାଇବାରେ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp