ଆଫଗାନିସ୍ତାନରେ ‘ଆଇପିଏଲ୍‌’ ପ୍ରସାରଣ ବ୍ୟାନ୍‌ କଲା ତାଲିବାନ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

The Sakala Picture
Published On

କାବୁଲ : ଆରମ୍ଭ ହୋଇସାରିଛି ଫଟାଫଟ୍‌ କିକ୍ରେଟ ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ । ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି।  ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ ‘ଆଇପିଏଲ୍‌ ୨୦୨୧’ ପ୍ରସାରଣ ବ୍ୟାନ୍‌ କରିଛି ତାଲିବାନ । ଯାହା ଫଳରେ ଆଫଗାନିସ୍ତାନର  ହଜାର ହଜାର କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର […]

କାବୁଲ : ଆରମ୍ଭ ହୋଇସାରିଛି ଫଟାଫଟ୍‌ କିକ୍ରେଟ ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ । ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି।  ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ ‘ଆଇପିଏଲ୍‌ ୨୦୨୧’ ପ୍ରସାରଣ ବ୍ୟାନ୍‌ କରିଛି ତାଲିବାନ । ଯାହା ଫଳରେ ଆଫଗାନିସ୍ତାନର  ହଜାର ହଜାର କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଇ ପାରିବେ ନାହିଁ କି ତାଙ୍କ ପସନ୍ଦର କ୍ରିଡାବିତ୍‌ଙ୍କ ଖେଳ ଦେଖିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତେବେ ଆଫଗାନିସ୍ତାନରେ ଆଇପିଏଲ ୨୦୨୧ କଣ ପାଇଁ ବ୍ୟାନ୍‌ କରାଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ସମ୍ଭାବ୍ୟ ଆଇପିଏଲ ‘ଇସଲାମ ବିରୋଧୀ କଣ୍ଟେଟ୍‌’ ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣ ଉପରେ ରୋକ୍‌ ଲଗାଇଛି ତାଲିବାନ । ମ୍ୟାଚ୍‌ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍‌ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍‌ ମ୍ୟାଚ୍‌ ପ୍ରସାରଣ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ପୂର୍ବତନ ଗଣମାଧ୍ୟମ ପରିଚାଳକ ତଥା ସାମ୍ବାଦିକ ଏମ୍‌. ଇବ୍ରାହିମ୍‌ ମୋମାନ୍ଦ କରିଥିବା ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ଝିଅମାନଙ୍କ ନୃତ୍ୟ, କେଶ ସଳଖିଥିବା ନାରୀଙ୍କ ଉପସ୍ଥିତି ଭଳି ସମ୍ଭାବ୍ୟ ଇସ୍‌ଲାମ୍‌-ବିରୋଧୀ ଆଧେୟ ଥିବାରୁ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌ ଅଫ୍ ଦି ତାଲିବାନ୍‌’ରେ ‘ଆଇପିଏଲ୍‌’ ପ୍ରସାରଣ ନିଷେଧ କରାଯାଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ


ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍‌ରେ ଆଫଗାନିସ୍ତାନର ରାଶିଦ ଖାନ୍‌ ଏବଂ ମହୋମ୍ମଦ ନବି ଭଳି ଖେଳାଳିମାନେ ମଧ୍ୟ ଭାଗ ନେଇଛନ୍ତି। ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ବେଳେ ଏହି ଦୁଇ ଖେଳାଳି ଦେଶ ବାହାରେ ଥିଲେ। ବର୍ତ୍ତମାନ ଏହି ଦୁଇ ଖେଳାଳି ୟୁଏଇରେ ଅଛନ୍ତି। ସେପଟେ ପୁରୁଷମାନେ କ୍ରିକେଟ ଖେଳିବା ନେଇ କୌଣସି ଆପତ୍ତି ନଥିବା ପୂର୍ବରୁ ତାଲିବାନ ସ୍ପଷ୍ଟ କରିଛି।ମହିଳାମାନଙ୍କ ପାଇଁ କ୍ରୀଡ଼ା କ୍ଷେତ୍ର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର