ଅଶ୍ୱିନଙ୍କ ୩୯୧ ୱିକେଟରୁ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନ୍‌

The Sakala Picture
Published On

ଚେନ୍ନାଇ :  ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତର ଅଫ୍‍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪୩ ରନ୍‍ରେ ୫ ୱିକେଟ ଅକ୍ତିଆର କରିଛନ୍ତି। ଏହାକୁ ମିଶାଇଲେ ସେ ଟେଷ୍ଟ କ୍ରିକେଟରେ ୩୯୧ ଜଣ ଖେଳାଳିଙ୍କୁ ଆଉଟ କରିଛନ୍ତି। କିନ୍ତୁ ଏହି ଆଉଟ ହୋଇଥିବା ଖେଳାଳିଙ୍କ ମଧ୍ୟରେ ସେ ୨୦୦ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ସେହିପରି ପ୍ରତିପକ୍ଷ ଦଳର ବେନ୍‍ ଷ୍ଟୋକ୍ସ ଏହା ମଧ୍ୟରୁ ୯ଥର ଆଉଟ […]

ଚେନ୍ନାଇ :  ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତର ଅଫ୍‍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪୩ ରନ୍‍ରେ ୫ ୱିକେଟ ଅକ୍ତିଆର କରିଛନ୍ତି। ଏହାକୁ ମିଶାଇଲେ ସେ ଟେଷ୍ଟ କ୍ରିକେଟରେ ୩୯୧ ଜଣ ଖେଳାଳିଙ୍କୁ ଆଉଟ କରିଛନ୍ତି। କିନ୍ତୁ ଏହି ଆଉଟ ହୋଇଥିବା ଖେଳାଳିଙ୍କ ମଧ୍ୟରେ ସେ ୨୦୦ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ସେହିପରି ପ୍ରତିପକ୍ଷ ଦଳର ବେନ୍‍ ଷ୍ଟୋକ୍ସ ଏହା ମଧ୍ୟରୁ ୯ଥର ଆଉଟ ହୋଇଛନ୍ତି। ବିଶ୍ୱରେ ସର୍ବାଧିକ ୮୦୦ ୱିକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୧୯୧ ଜଣ ବାମହାତୀଙ୍କୁ ଆଉଟ କରିବାରେ ସମର୍ଥ ହୋଇଛନ୍ତି। ଏହି ତାଲିକାରେ ଜେମ୍ସ ଆଣ୍ଡରସନ ୧୯୦, ଗ୍ଲେନ୍‍ ମ୍ୟାକ୍‍ଗ୍ରାଥ ଓ ସେନ୍‍ ୱର୍ଣ୍ଣ ୧୭୨ ଜଣ ଲେଖାଏଁ ବାମହାତୀଙ୍କୁ ଆଉଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ଟେଷ୍ଟରେ ଅଶ୍ୱିନ ତାଙ୍କ ଟେଷ୍ଟ କ୍ୟାରିୟରର ଗୋଟିଏ ଇନିଂସରେ ୨୯ତମ ଓ ଘରୋଇ ମାଟିରେ ୨୩ତମ ୫ ୱିକେଟ ନେବାରେ ସଫଳ ହୋଇଛନ୍ତି। ସେ ଅନୀଲ କୁମ୍ବଲେଙ୍କଠାରୁ ୨ଥର କମ୍‍ ସଫଳତା ପାଇଛନ୍ତି। ଅଶ୍ୱିନ ୫ ୱିକେଟ ନେବା ଫଳରେ ଘରୋଇ ମାଟିରେ ତାଙ୍କ ୱିକେଟ ସଂଖ୍ୟା ୨୬୮ରେ ପହଞ୍ଚିଛି। କୁମ୍ବଲେ ସର୍ବାଧିକ ୩୫୦ଟି ୱିକେଟ ନେଇଥିଲାବେଳେ ହରଭଜନ ୨୬୫ଟି ୱିକେଟ ପାଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଇଂଲଣ୍ଡ ୧୩୪ରେ ଅଲ୍‍ଆଉଟ ହେବା ଫଳରେ ଭାରତରେ ଦ୍ୱିତୀୟ ସର୍ବନିମ୍ନ ସ୍କୋର କରିଛି। ଏହା ପୂର୍ବରୁ ୧୯୮୧ରେ ଦଳ ୧୦୨ ରନ୍‍ରେ ଆଉଟ ହୋଇ ସର୍ବନିମ୍ନ ସ୍କୋରର ରେକର୍ଡ କରିଥିଲା। ଏହି ମ୍ୟାଚ୍‍ରେ ଭାରତର ପ୍ରଥମ ଇନିଂସରେ ଇଂଲଣ୍ଡ କୌଣସି ଅତିରିକ୍ତ ରନ୍‍ ଦେଇନାହିଁ। ଟେଷ୍ଟ କ୍ରିକେଟରେ ଏହା ହେଉଛି ସର୍ବାଧିକ ଦଳଗତ ସ୍କୋର ଯେଉଁଥିରେ ଅତିରିକ୍ତ ରନ୍‍ ସାମିଲ ନାହିଁ। ସେହିପରି ଭାରତୀୟ ଇନିଂସରେ ୪ଜଣ ଖେଳାଳି ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ଏହା ୯ମ ଘଟଣା ଯେଉଁଥିରେ କି ଭାରତର ୪ଜଣ ଲେଖାଏଁ ଖେଳାଳି ଖାତା ଖୋଲିବା

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର