ଆଜି ଦ୍ବିତୀୟ ଦିନିକିଆ : ସିରିଜ୍‍ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଭାରତ

The Sakala Picture
Published On

ପୁଣେ :  ଭ୍ରମଣକାରୀ ଇଂଲଣ୍ଡ ସହ ପ୍ରଥମେ ଅନୁଷ୍ଠିତ ଟେଷ୍ଟ ସିରିଜ୍‍କୁ ୩-୧, ଏହା ପରେ ଖେଳାଯାଇଥିବା ଟି-୨୦ ସିରିଜ୍‍କୁ ୩-୨ରେ ଆୟୋଜକ ଭାରତ ଜିତିନେଇଛି। ତୃତୀୟ ତଥା ଶେଷରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ପ୍ରଥମ ମ୍ୟାଚ୍‍କୁ ୬୬ ରନ୍‍ରେ ଜିତିଛି ଘରୋଇ ଦଳ। ଶୁକ୍ରବାର ଦୁଇଦଳ ମଧ୍ୟରେ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଘରୋଇ ଦଳ ଯଦି ଏହି ମ୍ୟାଚ୍‍ରେ ବିଜୟୀ ହେବ ତେବେ ଇଂଲଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍‌ ସିରିଜ୍‍ କବ୍‍ଜା […]

ପୁଣେ :  ଭ୍ରମଣକାରୀ ଇଂଲଣ୍ଡ ସହ ପ୍ରଥମେ ଅନୁଷ୍ଠିତ ଟେଷ୍ଟ ସିରିଜ୍‍କୁ ୩-୧, ଏହା ପରେ ଖେଳାଯାଇଥିବା ଟି-୨୦ ସିରିଜ୍‍କୁ ୩-୨ରେ ଆୟୋଜକ ଭାରତ ଜିତିନେଇଛି। ତୃତୀୟ ତଥା ଶେଷରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ପ୍ରଥମ ମ୍ୟାଚ୍‍କୁ ୬୬ ରନ୍‍ରେ ଜିତିଛି ଘରୋଇ ଦଳ। ଶୁକ୍ରବାର ଦୁଇଦଳ ମଧ୍ୟରେ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଘରୋଇ ଦଳ ଯଦି ଏହି ମ୍ୟାଚ୍‍ରେ ବିଜୟୀ ହେବ ତେବେ ଇଂଲଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍‌ ସିରିଜ୍‍ କବ୍‍ଜା କରିବ। ଏହି ଲକ୍ଷ୍ୟ ନେଇ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଦିନିକିଆ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡ ପ୍ରଥମ ମ୍ୟାଚ୍‍ରେ ଭଲ ଖେଳି ନଥିଲେ ମଧ୍ୟ ଏହି ଦଳଠାରୁ ଅଧିକ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ଏଣୁ ଇଂଲଣ୍ଡ ଏହି ମ୍ୟାଚ ଜିତିବାକୁ ତାହାର ସମସ୍ତ ଶକ୍ତି ଲଗାଇଦେବ ବୋଲି ଆଶା କରାଯାଉଛି। ଆହତ ହୋଇଥିବା ଶ୍ରେୟସ ଆୟର ଭାରତ ପକ୍ଷରୁ ଏହି ମ୍ୟାଚ୍‍ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‍ରେ ଚମକ ଦେଖାଇଥିବା ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ କରିବେ। ଭାରତର ଓପନର ରୋହିତ ଶର୍ମା ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ସେ ଖେଳ ବେଳକୁ ଫିଟ୍‍ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ଯଦି ସେ ନ ଖେଳନ୍ତି ତେବେ ଆଉ ଜଣେ ଯୁବ ଖେଳାଳି ଶୁବମାନ ଗିଲ୍‍ ତାଙ୍କ ସ୍ଥାନ ନେବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ସିରିଜ୍‍ରେ ଭାରତ ତାହାର ନିୟମିତ ଖେଳାଳିଙ୍କୁ ହରାଇ ଅସୁବିଧାରେ ପଡ଼ିନାହିଁ। ୩ଟି ଯାକ ଫର୍ମାଟରେ ପ୍ରମୁଖ ଖେଳାଳି ରହିଥିବା ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଟେଷ୍ଟରେ ଅକ୍ଷର ପଟେଲ ଓ ସୀମିତ ଓଭରରେ କ୍ରୁନାଲ ପାଣ୍ଡ୍ୟା ତାଙ୍କ ସ୍ଥାନ ପୂରଣ କରିଛନ୍ତି। ଦୁଇ ଫାଷ୍ଟ ବୋଲର ମହମ୍ମଦ୍‍ ସାମି ଓ ଯଶ୍‍ପ୍ରୀତ୍‍ ବୁମ୍‍ରାଙ୍କ ଅନୁପସ୍ଥିତିରେ ଡେବ୍ୟୁ କରିଥିବା ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ପ୍ରଥମ ମ୍ୟାଚ୍‍ରେ କମାଲ ଦେଖାଇନ୍ତି। ଅନ୍ୟତମ ଡେବ୍ୟୁଟାଣ୍ଟ କ୍ରୁନାଲ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଆୟର ବାଦ୍‍ ପଡ଼ିବା ଦଳ ଲାଗି ଚିନ୍ତାର କାରଣ ହୋଇଛି। ତାଙ୍କ ସ୍ଥାନରେ ଖେଳିବା ସମ୍ଭାବନା ଥିବା ସୂର୍ଯ୍ୟକୁମାର ଯଦି ଟି-୨୦ ପରି ଖେଳନ୍ତି ତେବେ ଭାରତୀୟ ଟିମ୍‍ ମ୍ୟାନେଜ୍‍ମେଣ୍ଟକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ବୋଲିଂରେ ପେସ୍‍ ବୋଲର ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଓ ପ୍ରସିଦ୍ଧ ଯେପରି ବୋଲିଂ କଲେ ତାହା ଯେ କୌଣସି ଅଧିନାୟକଙ୍କୁ ସନ୍ତୁଷ୍ଟ କରିବ। କିନ୍ତୁ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ବୋଲିଂ ସନ୍ତୋଷଜନକ ହୋଇ ନାହିଁ। ଭାରତ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନଦେବାର ଯଥେଷ୍ଟ ସମ୍ଭାବନା ରହିଛି। କ୍ରମାଗତ ଖେଳିଆସୁଥିବା ଶାର୍ଦ୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇପାରେ।
ମୋର୍ଗାନ ବାଦ୍‍, ବଟ୍ଟଲରଙ୍କୁ ନେତୃତ୍ୱ ଦିଆଯିବ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ଅଧିନାୟକ ମୋର୍ଗାନ ଅନ୍‍ଫିଟ୍‍ ହେବାରୁ ଶେଷ ଦୁଇଟି ଦିନିକିଆରୁ ନିଜେ ଓହରି ଯାଇଛନ୍ତି। ତାଙ୍କ ଆଙ୍ଗୁଳି ମଝିରେ ବଲ ବାଜି ଫାଟିଯାଇଛି। ଏଣୁ ସେ ଶେଷ ଦୁଇଟି ଦିନିକିଆରେ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ୱିକେଟକିପର ବ୍ୟାଟ୍ସମ୍ୟାନ୍‍ ଜୋଶ ବଟ୍ଟଲରଙ୍କୁ ଇଂଲଣ୍ଡ ଦଳର କାମଚଳା ଅଧିନାୟକ ଦାୟିତ୍ୱ ଦିଆଯାଇଛି। ରିଜର୍ଭ ଖେଳାଳି ଡାୱିଡ ମଲାନଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ପ୍ରଥମ ମ୍ୟାଚ୍‍ରେ ଦୁଇ ଓପନର ଜେସନ ରୟ ଓ ବଟ୍ଟଲରଙ୍କୁ ବାଦ୍‍ଦେଲେ ଅନ୍ୟ କେହି ଭାରତକୁ ଅସୁବିଧାରେ ପକାଇଲା ଭଳି ଖେଳିନାହାନ୍ତି। ଏଭଳି ସ୍ଥିତିରେ ଇଂଲଣ୍ଡ କିଛି ଚମତ୍କାର ପ୍ରଦର୍ଶନ ବଳରେ ସିରିଜ୍‍କୁ ଫେରିପାରିବ। କିନ୍ତୁ ଫାଷ୍ଟ ବୋଲର ମାର୍କ ଉଡ୍‍, କୁରାନ ବ୍ରଦର୍ସ ଯେପରି ଭଲ ଆରମ୍ଭ କରିଥିଲେ, ସେଭଳି ପ୍ରଦର୍ଶନ ବଜାୟ ରଖିଲେ ଭାରତ ନିଶ୍ଚିତ ରନ୍‍ ସଂଗ୍ରହ ଲାଗି ସଂଘର୍ଷ କରିବ ବୋଲି ନିଃସନ୍ଦେହ ରେ କୁହାଯାଇପାରେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର