ନିଲାମୀରେ ରହିଥିଲେ ଅଲୋଡ଼ା, ବଦଳ ଖେଳାଳି ଭାବେ ଆସି ବନିଗଲେ ହିରୋ

The Sakala Picture
Published On

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୁବ ବ୍ୟାଟର ରଜତ ପଟିଦାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଯାଇଛନ୍ତି। ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୫୪ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୭ ଛକା ସହ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳି ବାଙ୍ଗାଲୋରକୁ ଜିତାଇବା ସହ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ। ଫଳରେ ସେ ଆଇପିଏଲ୍‍ର ନୂଆ ଆବିଷ୍କାର ଭାବେ ଉଭା ହୋଇଛନ୍ତି। ତାଙ୍କର […]

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୁବ ବ୍ୟାଟର ରଜତ ପଟିଦାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଯାଇଛନ୍ତି। ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୫୪ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୭ ଛକା ସହ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳି ବାଙ୍ଗାଲୋରକୁ ଜିତାଇବା ସହ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ। ଫଳରେ ସେ ଆଇପିଏଲ୍‍ର ନୂଆ ଆବିଷ୍କାର ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ମ୍ୟାଚ୍‍ ବିଜୟୀ ନିର୍ଣ୍ଣାୟକ ଇନିଂସକୁ ଏକାଧିକ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ଅବଶ୍ୟ ସେ ଏହି ଇନିଂସରେ ୩ଟି ଜୀବନଦାନ ପାଇଥିଲେ। ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡେନ ତାଙ୍କ ଖେଳିବାର ଶୈଳୀକୁ ଆକର୍ଷଣୀୟ ବୋଲି କହିଛନ୍ତି। ଉଭୟ ଅନ୍‍ ଓ ଅଫ୍‍ ସାଇଡରେ ସେ ବଡ଼ ଶଟ୍‍ ଖେଳିବାରେ ସକ୍ଷମ ବୋଲି ସେ କୁହନ୍ତି।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଅନ୍ୟପଟେ ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ମଧ୍ୟ  ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ସେ ଉନ୍ନତ ପଦର୍ଶନ କରିଛନ୍ତି। ରାଜସ୍ଥାନ ରୟାଲ୍ସର ବୋଲରଙ୍କ ମାପଚୁପ ବୋଲିଂ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନ୍ୟ ଖେଳାଳିମାନେ ରନ୍‌ କରିବାରେ ସକ୍ଷମ ନହୋଇ ୱିକେଟ ଦେଇ ଯାଉଥିବା ସମୟରେ ରଜତ ପଟିଦାର ସଠିକ ଭାବେ ରାଜସ୍ଥାନ ବୋଲରଙ୍କୁ ମୁକାବିଲା କରିଛନ୍ତି। ୪୨ଟି ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୩ ଛକା ସହାୟତାରେ ସେ ୫୮ ରନ୍‌ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ନିଲାମୀରେ ରହିଥିଲେ ଅଲୋଡ଼ା

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୯୩ ଜୁନ୍‍ ୧ରେ ଜନ୍ମିତ ଏହି ୨୮ ବର୍ଷୀୟ କ୍ରିକେଟର ମାତ୍ର ୮ ବର୍ଷରୁ ବ୍ୟାଟ ଧରିବା ଆରମ୍ଭ କରିଥିଲେ। ପିଲାଟି ବେଳୁ କ୍ରିକେଟ ପ୍ରତି ରଜତଙ୍କର ସମର୍ପଣ ଭାବ ରହିଥିଲା ବୋଲି ତାଙ୍କ ପରିବାର ଲୋକେ କୁହନ୍ତି। ଗତ ଖେଳାଳି ନିଲାମରେ ସେ ଅଲୋଡା ରହିଥିଲେ। ଚଳିତ ଆଇପିଏଲରେ ସେ ଜଣେ ବଦଳ ଖେଳାଳି ଭାବେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ ମଧ୍ୟ ୧୦ ବର୍ଷ ଆଇପିଏଲ ଖେଳିବା ଭଳି ବ୍ୟାଟିଂ କରିଥିଲେ ବୋଲି ପୂର୍ବତନ ଭାରତୀୟ କୋଚ୍‍ ରବି ଶାସ୍ତ୍ରୀ କହିଛନ୍ତି। ୱିକେଟକିପର ବ୍ୟାଟର ଲୁଭନିଥ ସିସୋଡିଆ ଇଞ୍ଜୁରି କାରଣରୁ ବାଦ୍‍ ପଡ଼ିବା ପରେ ରଜତଙ୍କୁ ଦଳରେ ନିଆଯାଇଥିଲା। କିଏ ବୋଲିଂ କରୁଛି, ସ୍ପିନ୍‍ କିମ୍ବା ପେସ ଓ କେତେ ବେଗର ବୋଲିଂ ହେଉଛି ତାହାକୁ ଭୃକ୍ଷେପ ନ କରି ରଜଦ ଏକ ନିର୍ଭୀକ ଇନିଂସ ଖେଳିଛନ୍ତି ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଶାସ୍ତ୍ରୀ କହିଛନ୍ତି। ଡାହାଣହାତୀ ବ୍ୟାଟିଂ କରୁଥିବା ରଜତ ଅଫ୍‍ ସ୍ପିନ ବୋଲିଂ କରିବାର କ୍ଷମତା ମଧ୍ୟ ରଖନ୍ତି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟରରେ ରଜତଙ୍କ ଏହି ଇନିଂସ ଆଇପିଏଲର ଶ୍ରେଷ୍ଠ ଶତକ ବୋଲି ବାଙ୍ଗାଲୋର ଅଧିନାୟକ ଫାଫ୍‍ ଡୁପ୍ଲେସିସ କହିଛନ୍ତି। ୨୦୧୫ରୁ ମଧ୍ୟପ୍ରଦେଶ ପାଇଁ ସେ କ୍ରିକେଟ ଖେଳି ଆସୁଛନ୍ତି। ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳି ସେ ୪୦.୪୩ ରନ ହାରରେ ୭ ଶତକ ଓ ୧୪ ଅର୍ଦ୍ଧଶତକ ସହ ୨୫୮୮ ରନ ସଂଗ୍ରହ କରିଛନ୍ତି। ସେହିପରି ସେ ୪୩ଟି ଲିଷ୍ଟ ଏ ମ୍ୟାଚ୍‍ ଖେଳି ୫୧.୦୦ ହାରରେ ୪ ଶତକ ଓ ୧୦ ଅର୍ଦ୍ଧଶତକ ସହ ୨୧୯୩ ରନ ସଂଗ୍ରହ କରିଛନ୍ତି। ୩୮ଟି ଟି-୨୦ ମ୍ୟାଚ୍‍ ଖେଳି ସେ ୩୪.୪୨ ହାରରେ ୧୧୩୬ ରନ ସଂଗ୍ରହ କରିଛନ୍ତି। ଏଥିରେ ୧ ଶତକ ଓ ୮ ଅର୍ଦ୍ଧଶତକ ସାମିଲ ରହିଛି। ରଜତ ପରିବାରର ଥିବା ବ୍ୟବସାୟ ସମ୍ଭାଳିବାକୁ ପିତା ମନୋହର ପଟିଦାର ଚାହୁଁଥିଲେ। କିନ୍ତୁ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା କାରଣରୁ ସେ ଆଜି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ବୋଲି ପିତା କହିଛନ୍ତି। କ୍ରିକେଟ ନେଇ ବ୍ୟସ୍ତତା କାରଣରୁ ସେ ମାତ୍ର ଦ୍ୱାଦଶ ଶ୍ରେଶୀ ପର୍ଯନ୍ତ ପଢ଼଼ିବାକୁ ସକ୍ଷମ ହୋଇଥିଲେ। ବିରାଟ କୋହଲି, ଫାଫ୍‍ ଡୁପ୍ଲେସି, ଗ୍ଲେନ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକଙ୍କ ଭଳି ତାରକାଙ୍କ ସହ ଡ୍ରେସିଂ ରୁମ ସେୟାର କରିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧୀ ବୋଲି ରଜତ କୁହନ୍ତି। ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥିବାରୁ ସେ ଅଗାମୀ ଦିନରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବେ ବୋଲି ଆଶା କରାଯାଉଛି।

ଆଇପିଏଲ୍‍ ଲାଗି ବିବାହ ସ୍ଥଗିତ ରଖିଥିଲେ ପଟିଦାର

ଚଳିତ ଆଇପିଏଲ୍‍ରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍ ବିପକ୍ଷ ଏଲିମିନେଟର୍‍ ମ୍ୟାଚରେ ଶତକ ହାସଲ କରି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଯୁବ ବ୍ୟାଟର୍‍ ରଜତ ପଟିଦାର ଖବରର ଶିରୋନାମାରେ ରହିଛନ୍ତି। ରଜତ ଏହି ମ୍ୟାଚରେ ୫୪ ବଲରୁ ୧୧୨ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ବାଙ୍ଗାଲୋର ୧୪ ରନରେ ବିଜୟୀ ହୋଇ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିପାରିଛି।

୨୮ ବର୍ଷୀୟ ରଜତ ବେଶ୍‍ ଭାଗ୍ୟଶାଳୀ ଖେଳାଳି ରହିଛନ୍ତି। ଗତ ଫେବୃଆରୀରେ ହୋଇଥିବା ମେଗା ଖେଳାଳି ନିଲାମୀରେ ତାଙ୍କୁ କୌଣସି ଦଳ କ୍ରୟ କରି ନ ଥିଲେ। କିନ୍ତୁ ଚଳିତ ଆଇପିଏଲ୍‍ ମଝିରେ ବାଙ୍ଗାଲୋରର ଲୁଭନିଥ ସିସୋଦିଆ ଆଘାତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‍ ପଡ଼ିଥିଲେ। ଫଳରେ ବାଙ୍ଗାଲୋର ସିସୋଦିଆଙ୍କ ବଦଳ ଖେଳାଳି ଭାବେ ରଜତଙ୍କୁ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଏପ୍ରିଲ ୩ରେ ଦଳରେ ସାମିଲ କରିଥିଲା। ଏହାର ଭରପୂର ଫାଇଦା ଉଠାଇ ରଜତ ଏଲିମିନେଟର୍‍ରେ ଶତକ ଅର୍ଜନ କରି ଦଳରେ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ୯ରେ ରଜତଙ୍କ ବାହାଘର ରତଲାମ ନାମ୍ନୀ ଜଣେ ଯୁବତୀଙ୍କ ସହ ଠିକ୍‍ ହୋଇଥିଲା। କିନ୍ତୁ ଅଚାନକ ତାଙ୍କୁ ବାଙ୍ଗାଲୋର ଦଳରେ ସୁଯୋଗ ମିଳିବାରୁ ବାହାଘରକୁ ସ୍ଥଗିତ ରଖାଯାଇଥିଲା ବୋଲି ରଜତଙ୍କ ପିତା ମନୋହର କହିଛନ୍ତି। ଏବେ ଜୁଲାଇରେ ରଜତଙ୍କ ବାହାଘର ହେବ ବୋଲି ଜଣାପଡ଼ିଛି। ରଜତ ଏଥିପୂର୍ବରୁ ଆଇପିଏଲ୍‍ ୨୦୨୧ ସଂସ୍କରଣରେ ବାଙ୍ଗାଲୋର ଦଳରୁ ପ୍ରତିନିଧିତ୍ୱ କରି ୪ ମ୍ୟାଚରୁ ୭୧ ରନ ସଂଗ୍ରହ କରିଥିଲେ। କିନ୍ତୁ ଗତ ମେଗା ଖେଳାଳି ନିଲାମୀରେ ବାଙ୍ଗାଲୋର ତାଙ୍କୁ ରିଟେନ୍‍ କରି ନ ଥିଲା। ପ୍ରକାଶଯୋଗ୍ୟ, ଘରୋଇ କ୍ରିକେଟ୍‍ରେ ରଜତ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ରଣଜୀ ଟ୍ରଫିରେ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଜୁନ୍‍ ୬’ରେ ପଞ୍ଜାବ ଓ ମଧ୍ୟପ୍ରଦେଶ ମଧ୍ୟରେ କ୍ୱାର୍ଟର ଫାଇନାଲ ଖେଳାଯିବ।

27 May 2022 By The Sakala

https://www.thesakala.in/sports/rajat-patidar-who-went-unsold-in-the-auction-came-as-a-replacement-and-made-a-record/article-11953
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର