ମନୋରଞ୍ଜନ
ଓଡ଼ିଶା
ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୭୦ ରନର ଟାର୍ଗେଟ ଦେଲା ରାଜସ୍ଥାନ
ମୁମ୍ବାଇ: ଚଳିତ ଆଇପିଏଲ୍ର ୧୩ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ରାଜସ୍ଥାନ ରୟାଲ୍ସ ୧୬୯ ରନ କରିଛି । ଏହି ମ୍ଯାଚକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିବାକୁ ହେଲେ ୧୭୦ ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୈଶ୍ଵାଲ (୨), ଦେବଦତ୍ତ ପାଡ଼ିକଲ ୨୯ ବଲରେ ୩୭ ରନ କରି […]
ମୁମ୍ବାଇ: ଚଳିତ ଆଇପିଏଲ୍ର ୧୩ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ରାଜସ୍ଥାନ ରୟାଲ୍ସ ୧୬୯ ରନ କରିଛି । ଏହି ମ୍ଯାଚକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିବାକୁ ହେଲେ ୧୭୦ ରନର ଆବଶ୍ଯକତା ରହିଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୈଶ୍ଵାଲ (୨), ଦେବଦତ୍ତ ପାଡ଼ିକଲ ୨୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ସଞ୍ଜୁ ସାମସନ ମାତ୍ର ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶେଷ ପର୍ଯ୍ଯନ୍ତ ଜୋସ ବଟଲର ଓ ସିମରନ ହେତମେୟର ସମ୍ଭାଳିଥିଲେ। ଜୋସ ବଟଲର ଅପରାଜିତ ରହି ୪୭ ବଲରେ ୭୦ ରନ କରିଥିବା ବେଳେ ସିମରନ ହେତମେୟର ୩୧ ବଲରେ ୪୨ ରନ କରିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।






