ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ।  ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ମଧ୍ୟରେ ମ୍ୟାଚ ରହିଛି। ମନିପଲ ଟାଇଗର୍ସ ଦଳରେ ଖେଳୁଥିବା ମୁଥିଆ ମୁରଲୀଧରନ ଏବଂ ଲିଜେଣ୍ଡ ଲିଗ୍‌ କ୍ରିକେଟର କିଛି ଖେଳାଳି ଏବଂ ପରିଚାଳକ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ।  ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ମଧ୍ୟରେ ମ୍ୟାଚ ରହିଛି। ମନିପଲ ଟାଇଗର୍ସ ଦଳରେ ଖେଳୁଥିବା ମୁଥିଆ ମୁରଲୀଧରନ ଏବଂ ଲିଜେଣ୍ଡ ଲିଗ୍‌ କ୍ରିକେଟର କିଛି ଖେଳାଳି ଏବଂ ପରିଚାଳକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍‌ମିଟ୍‌ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳି ଓ ଲିଜେଣ୍ଡ ଲିଗ୍‌ କ୍ରିକେଟ ଆୟୋଜକମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିବା ସହ ଭାରତୀୟ ହକି ଟିମର ଏକ ଜର୍ସି ଉପହାର ଆକାରରେ ଦେଇଥିଲେ ନବୀନ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା, କିନ୍ତୁ ଏହା କ'ଣ ସଠିକ୍ ସମୟ?

ସୂଚନାଯୋଗ୍ୟ ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା।

ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

25 Sep 2022 By The Sakala

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ।  ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ମଧ୍ୟରେ ମ୍ୟାଚ ରହିଛି। ମନିପଲ ଟାଇଗର୍ସ ଦଳରେ ଖେଳୁଥିବା ମୁଥିଆ ମୁରଲୀଧରନ ଏବଂ ଲିଜେଣ୍ଡ ଲିଗ୍‌ କ୍ରିକେଟର କିଛି ଖେଳାଳି ଏବଂ ପରିଚାଳକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳି ଓ ଲିଜେଣ୍ଡ ଲିଗ୍‌ କ୍ରିକେଟ ଆୟୋଜକମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିବା ସହ ଭାରତୀୟ ହକି ଟିମର ଏକ ଜର୍ସି ଉପହାର ଆକାରରେ ଦେଇଥିଲେ ନବୀନ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଏଥି ପାଇଁ ବାରବାଟୀ ପ୍ରସ୍ତୁତ ହୋଇଯାଇଥିବା ବେଳେ ଆଜି ଅପରାହ୍‌ଣରେ ଭୁବନେଶ୍ବରରେ ୨ଟି ଟିମ୍‌ ଆସି ପହଞ୍ଚିଛନ୍ତି। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ। ହୋଟେଲରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା।

ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର