ଆଇପିଏଲରୁ ଅବସର ନେବେକି ଧୋନୀ ? କାଲି କରିବେ ବଡ଼ ଘୋଷଣା, ଫେସ୍‌ବୁକ୍‌ ପୋଷ୍ଟ ବଢାଇଲା ଚର୍ଚ୍ଚା…..

The Sakala Picture
Published On

ନୂଆଦିଲ୍ଲୀ : ଆଇପିଏଲରୁ ଶେଷ ହୋଇଯିବ ଧୋନୀ ଯୁଗ। ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ବରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନରେ ଏହି ଖବର ଏକ ସସ୍‌ପେନ୍ସ ସୃଷ୍ଟି କରିଛି। କାରଣ […]

ନୂଆଦିଲ୍ଲୀ : ଆଇପିଏଲରୁ ଶେଷ ହୋଇଯିବ ଧୋନୀ ଯୁଗ। ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ବରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନରେ ଏହି ଖବର ଏକ ସସ୍‌ପେନ୍ସ ସୃଷ୍ଟି କରିଛି। କାରଣ କାଲି ଫେସ୍‌ବୁକ୍‌ ଲାଇଭ କରି ଧୋନୀ କିଛି ବଡ଼ ଘୋଷଣା କରିବେ ବୋଲି ନିଜେ ଘୋଷଣା କରିଛନ୍ତି।

ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। କେତେକଙ୍କ ମତରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ କାଲି ଆଇପିଏଲ ଛାଡିବା ନେଇ ବଡ଼ ଘୋଷଣା କରିପାରନ୍ତି।

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ପଦ ସମ୍ଭାଳୁଥିଲେ ଧୋନୀ। ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନୀ ହିଁ ଦଳର ନେତୃତ୍ୱ ନେଇଥିଲେ।ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହାପରେ ୨୦୨୨ରେ ଧୋନୀ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡି କେବଳ ଜଣେ ଖେଳାଳି ଭାବେ ଖେଳୁଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଧୋନୀ ମୋଟ ୨୦୪ଟି ଆଇପିଏଲ ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ୧୨୧ଟିରେ ବିଜୟୀ ହୋଇଛନ୍ତି ଓ ୮୨ଟିରେ ପରାସ୍ତ ହୋଇଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଫଳରେ ଆଇପିଏଲ ଅଧିନାୟକ ଭାବେ ଧୋନୀଙ୍କ ମ୍ୟାଚ୍‌ ବିଜୟ ପ୍ରତିଶତ ୫୯.୬୦ ରହିଛି । ଧୋନୀଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ ଟି-୨୦ ଟାଇଟଲ ମଧ୍ୟ ଧୋନୀଙ୍କ ନେତୃତ୍ବରେ ସିଏସକେ ନାମରେ ରହିଛି । ସବୁଠୁ ମଜାଦାର କଥା ହେଉଛି, ଧୋନୀଙ୍କ ଚମତ୍କାର ନେତୃତ୍ବରେ ଚେନ୍ନାଇ ୫ଥର ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

24 Sep 2022 By The Sakala

ଆଇପିଏଲରୁ ଅବସର ନେବେକି ଧୋନୀ ? କାଲି କରିବେ ବଡ଼ ଘୋଷଣା, ଫେସ୍‌ବୁକ୍‌ ପୋଷ୍ଟ ବଢାଇଲା ଚର୍ଚ୍ଚା…..

ନୂଆଦିଲ୍ଲୀ : ଆଇପିଏଲରୁ ଶେଷ ହୋଇଯିବ ଧୋନୀ ଯୁଗ। ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ବରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନରେ ଏହି ଖବର ଏକ ସସ୍‌ପେନ୍ସ ସୃଷ୍ଟି କରିଛି। କାରଣ କାଲି ଫେସ୍‌ବୁକ୍‌ ଲାଇଭ କରି ଧୋନୀ କିଛି ବଡ଼ ଘୋଷଣା କରିବେ ବୋଲି ନିଜେ ଘୋଷଣା କରିଛନ୍ତି।

ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି। କେତେକଙ୍କ ମତରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ କାଲି ଆଇପିଏଲ ଛାଡିବା ନେଇ ବଡ଼ ଘୋଷଣା କରିପାରନ୍ତି।

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ସେ ଚେନ୍ନାଇର ଅଧିନାୟକ ପଦ ସମ୍ଭାଳୁଥିଲେ ଧୋନୀ। ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନୀ ହିଁ ଦଳର ନେତୃତ୍ୱ ନେଇଥିଲେ।ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ଏଯାଏ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କ ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର କମାଣ ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହାପରେ ୨୦୨୨ରେ ଧୋନୀ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡି କେବଳ ଜଣେ ଖେଳାଳି ଭାବେ ଖେଳୁଥିଲେ।

ଧୋନୀ ମୋଟ ୨୦୪ଟି ଆଇପିଏଲ ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ସେଥିମଧ୍ୟରୁ ୧୨୧ଟିରେ ବିଜୟୀ ହୋଇଛନ୍ତି ଓ ୮୨ଟିରେ ପରାସ୍ତ ହୋଇଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଫଳରେ ଆଇପିଏଲ ଅଧିନାୟକ ଭାବେ ଧୋନୀଙ୍କ ମ୍ୟାଚ୍‌ ବିଜୟ ପ୍ରତିଶତ ୫୯.୬୦ ରହିଛି । ଧୋନୀଙ୍କ ସଫଳ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ୪ଟି ଆଇପିଏଲ ଟ୍ରଫି ଜିତିପାରିଛି । ବର୍ଷ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଛି ଚେନ୍ନାଇ । ଏଥିସହିତ ୨୦୧୦ ଓ ୨୦୧୪ରେ ଚାମ୍ପିୟନ୍ସ ଲିଗ ଟି-୨୦ ଟାଇଟଲ ମଧ୍ୟ ଧୋନୀଙ୍କ ନେତୃତ୍ବରେ ସିଏସକେ ନାମରେ ରହିଛି । ସବୁଠୁ ମଜାଦାର କଥା ହେଉଛି, ଧୋନୀଙ୍କ ଚମତ୍କାର ନେତୃତ୍ବରେ ଚେନ୍ନାଇ ୫ଥର ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ ହୋଇଛି ।

https://www.thesakala.in/sports/ms-dhoni-teases-fans-with-special-announcement-post/article-15231
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର