ମୋର୍ନେ ମର୍କେଲ ହେଲେ ଟିମ୍‌ ଇଣ୍ଡିଆର ନୂଆ ବୋଲିଂ କୋଚ୍‌

The Sakala Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ମୋର୍ନେ ମର୍କେଲ ହୋଇଛନ୍ତି ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ । ବିସିସିଆଇ ପକ୍ଷରୁ ମୋର୍ନେ ମର୍କେଲଙ୍କୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମର୍କେଲଙ୍କ ଚୁକ୍ତି ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ। ଏହାପୂର୍ବରୁ ବିସିସିଆଇ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରିଥିଲା। South African pacer Morne Morkel appointed as new bowling coach of […]

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ମୋର୍ନେ ମର୍କେଲ ହୋଇଛନ୍ତି ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ । ବିସିସିଆଇ ପକ୍ଷରୁ ମୋର୍ନେ ମର୍କେଲଙ୍କୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମର୍କେଲଙ୍କ ଚୁକ୍ତି ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ। ଏହାପୂର୍ବରୁ ବିସିସିଆଇ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରିଥିଲା।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆର ଐତିହାସିକ ବିଜୟ: ଇଂଲଣ୍ଡକୁ ୭ ୱିକେଟରେ ହରାଇ ସପ୍ତମ ଥର ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍

ଦକ୍ଷିଣ ଆଫ୍ରିକାର ୩୯ ବର୍ଷିୟ ମର୍କେଲ ଟିମ୍‌ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ଥିଲେ। ଉଭୟ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଦଳରେ ଏକାଠି କାମ କରିଛନ୍ତି। ଗମ୍ଭୀର ୨ ବର୍ଷ ଧରି ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ମେଣ୍ଟର ବା ମାର୍ଗଦର୍ଶକ ଥିବା ବେଳେ ମର୍ନେ ମର୍କେଲ ବୋଲିଂ ପ୍ରଶିକ୍ଷକ ଥିଲେ। ଏହାପୂର୍ବରୁ ଗମ୍ଭୀର ଏବଂ ମର୍କେଲ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ତିନି ବର୍ଷ ଧରି ପରସ୍ପର ସହ କାମ କରିଥିଲେ। ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଟି ODI ଏବଂ ୪୪ ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି ଯେଉଁଥିରେ ସେ ମୋଟ ୫୪୪ ୱିକେଟ୍ ନେଇଛନ୍ତି।

14 Aug 2024 By The Sakala

ମୋର୍ନେ ମର୍କେଲ ହେଲେ ଟିମ୍‌ ଇଣ୍ଡିଆର ନୂଆ ବୋଲିଂ କୋଚ୍‌

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ମୋର୍ନେ ମର୍କେଲ ହୋଇଛନ୍ତି ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ । ବିସିସିଆଇ ପକ୍ଷରୁ ମୋର୍ନେ ମର୍କେଲଙ୍କୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମର୍କେଲଙ୍କ ଚୁକ୍ତି ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ। ଏହାପୂର୍ବରୁ ବିସିସିଆଇ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ୍‌ ନିଯୁକ୍ତ କରିଥିଲା।

ଦକ୍ଷିଣ ଆଫ୍ରିକାର ୩୯ ବର୍ଷିୟ ମର୍କେଲ ଟିମ୍‌ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ଥିଲେ। ଉଭୟ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଦଳରେ ଏକାଠି କାମ କରିଛନ୍ତି। ଗମ୍ଭୀର ୨ ବର୍ଷ ଧରି ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ମେଣ୍ଟର ବା ମାର୍ଗଦର୍ଶକ ଥିବା ବେଳେ ମର୍ନେ ମର୍କେଲ ବୋଲିଂ ପ୍ରଶିକ୍ଷକ ଥିଲେ। ଏହାପୂର୍ବରୁ ଗମ୍ଭୀର ଏବଂ ମର୍କେଲ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ତିନି ବର୍ଷ ଧରି ପରସ୍ପର ସହ କାମ କରିଥିଲେ। ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଟି ODI ଏବଂ ୪୪ ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି ଯେଉଁଥିରେ ସେ ମୋଟ ୫୪୪ ୱିକେଟ୍ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର