ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଧୋନୀଙ୍କ ନୂଆ ଅବତାର, ଆପଣ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

The Sakala Picture
Published On

ଭାରତୀୟ କ୍ରିକେଟ ଦଳକୁ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ବ ବଜେତା କରିଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଅବତାର ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।  ଧୋନୀ ପୂର୍ବରୁ ବହୁବାର ନିଜ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିବା ସମୟରେ ଲମ୍ବା କେଶ ରଖିଥିଲେ ମହେନ୍ଦ୍ର ସିଂହ ଧୋନୀ । ଏହାପରେ ଧୀରେ ଧୀରେ ଧୋନୀଙ୍କ ଲୁକ୍‌ରେ ପରିବର୍ତ୍ତନ ହୋଇଥିଲା। କେତେବେଳେ ଧୋନୀ ଛୋଟ ଛୋଟ ଚୁଟିରେ […]

ଭାରତୀୟ କ୍ରିକେଟ ଦଳକୁ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ବ ବଜେତା କରିଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଅବତାର ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।  ଧୋନୀ ପୂର୍ବରୁ ବହୁବାର ନିଜ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିବା ସମୟରେ ଲମ୍ବା କେଶ ରଖିଥିଲେ ମହେନ୍ଦ୍ର ସିଂହ ଧୋନୀ । ଏହାପରେ ଧୀରେ ଧୀରେ ଧୋନୀଙ୍କ ଲୁକ୍‌ରେ ପରିବର୍ତ୍ତନ ହୋଇଥିଲା। କେତେବେଳେ ଧୋନୀ ଛୋଟ ଛୋଟ ଚୁଟିରେ ନଜର ଆସୁଥିବା ବେଳେ କେତେବେଳ ନିଜ ବାଳରେ ବିଭିନ୍ନ ଷ୍ଟାଇଲ କରି ନଜର ଆସୁଥିଲେ। କିନ୍ତୁ ଏବେ ଧୋନୀଙ୍କ ସନ୍ଥ ବେଶରେ ନଜର ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ସନ୍ଥ ବେଶ ଫଟୋ ଟ୍ବିଟରରେ ଷ୍ଟାର ସ୍ପୋଟ୍ସ ସେୟାର କରିଛି। ଷ୍ଟାର ସ୍ପୋଟ୍ସ ଟ୍ବିଟ୍ କରି ଲେଖିଛି ଧୋନୀଙ୍କ ଏହି ଫଟୋ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଧୋନୀଙ୍କ ନୂଆ ଅବତାର ବିଷୟରେ ଆପଣ କଣ ଭାବୁଛନ୍ତି ବୋଲି ଷ୍ଟାର ସ୍ପୋଟ୍ସ ଲେଖିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା


ସୂଚନାଯୋଗ୍ୟ ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲର ୧୪ ତମ ସିଜିନ୍‌ ପାଇଁ ଅଭ୍ୟାସ ଆରମ୍ଭ କରୁଥିବା ଭିଡିଓ  ଟ୍ବିଟରରେ ସେୟାର କରିଥିଲା ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍ । ଏହି ଭିଡିଓରେ ଧୋନୀ ଚିରାଚରିତ ଭଙ୍ଗିରେ ଜବରଦସ୍ତ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଦୁଇ ଦିନ ପରେ ଷ୍ଟାର ସ୍ପୋଟ୍ସ ଟ୍ବିଟ୍‌ କରିଥିବା ଫଟୋକୁ ଦେଖି ତାଙ୍କ ପ୍ରସଂଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର