ଆଇପିଏଲ ୨୦୨୨ : କୋଲକାତାକୁ ବିଜୟ ପାଇଁ ୧୭୭ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ

The Sakala Picture
Published On

ପୁଣେ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୩ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ ରାଇଡର୍ସ । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ। ଲକ୍ଷ୍ନୌ ଟିମ୍‌ ୨୦ ଓଭର ଖେଳି ୧୭୬ ରନ୍‌  ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚ୍‌ ଜିତିବା ପାଇଁ କୋଲକାତା ନାଇଟ ରାଇଡର୍ସକୁ ୧୭୭ […]

ପୁଣେ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୫୩ତମ ମ୍ୟାଚ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ ରାଇଡର୍ସ । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ। ଲକ୍ଷ୍ନୌ ଟିମ୍‌ ୨୦ ଓଭର ଖେଳି ୧୭୬ ରନ୍‌  ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚ୍‌ ଜିତିବା ପାଇଁ କୋଲକାତା ନାଇଟ ରାଇଡର୍ସକୁ ୧୭୭ ରନ୍‌ ଆବଶ୍ୟକ। ପ୍ଲେ ଅଫ୍ ରେସ ଜୋରଦାର ହୋଇଥିବାରୁ ବିଜୟ ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଲକ୍ଷ୍ନୌ ପାଇଁ ପ୍ଲେ ଅଫ ଏକପ୍ରକାର ପକ୍କା ହୋଇ ଥିବାବେଳେ କୋଲକାତା ପାଇଁ ଆଜିର ମ୍ୟାଚ୍‌ ଜିତିବା ଜରୁରି। କାରଣ ମ୍ୟାଚ୍‌ ହାରିଲେ ପ୍ଲେ ଅଫରୁ ବାଦ୍ ପଡିବ କୋଲକାତା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବକେଟ୍ ହରାଇ ୧୭୬ ରନ କରିଥିଲା । ଦଳ ଇନିଂସ ଆରମ୍ଭରୁ ନିଜ ଅଧିନାୟକ କେଏଲ ରାହୁଲଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ କ୍ବିଣ୍ଟନ ଡି’କକ ଓ ଦୀପକ ହୁଦା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡି’କକ ୫୦ ରନ କରିଥିବାବେଳେ ହୁଦା ୪୧ ରନ କରିଥିଲେ । କ୍ରୁନାଳ ପାଣ୍ଡ୍ୟା ୨୫ ରନ ଓ ମାର୍କସ ଷ୍ଟଇନିସ ୨୮ ରନ କରିଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନେଇଥିବାବେଳେ, ସୁନୀଲ ନାରିନ, ଟିମ ସାଉଦି ଓ ଶୁଭମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp