ବାପା ହେଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ସଞ୍ଜନା
ମୁମ୍ବାଇ : ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି। ବୁମରା ଓ ସଞ୍ଜନା ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ସଞ୍ଜନା ଜଣେ ଜଣାଶୁଣା ଟେଲିଭିଜନ ଆଙ୍କର। View this […]
ବୁମରା ରବିବାର ‘ବ୍ୟକ୍ତିଗତ କାରଣ’ ଦର୍ଶାଇ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଆସିଥିଲେ । ବୋଧେ ନିଜ ପ୍ରଥମ ସନ୍ତାନର ଜନ୍ମ ହିଁ ତାଙ୍କ ଭାରତ ଫେରିବାର କାରଣ ଥିଲା । ସେ ସୋମବାର ନେପାଳ ବିପକ୍ଷ ମ୍ୟାଚ୍ ଖେଳିବେନି । ତେବେ ଟୁର୍ଣ୍ଣାମେଣ୍ଟର ସୁପର-୪ ରାଉଣ୍ଡ ପୂର୍ବରୁ ବୁମରା ଭାରତୀୟ ଦଳ ସହ ଯୋଗଦେବେ।ସୁପର୪ର ପ୍ରଥମ ମୁକାବିଲା ସେପ୍ଟମ୍ବର ୧୦ରେ କାଣ୍ଡୀରେ ହେବ । ଏହି ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ନେପାଳକୁ ଭାରତ ପରାସ୍ତ କରିବାକୁ ପଡିବ । ବର୍ଷା ଯୋଗୁ ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ମଧ୍ୟ ଭାରତ ସୁପର ୪ରେ ପ୍ରବେଶ କରିବ । ତେବେ ନେପାଳ ବିପକ୍ଷ ମ୍ୟାଚରେ ବୁମରାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବାର ସୁଯୋଗ ପାଇପାରନ୍ତି। ଆହତ ଯୋଗୁଁ ୧୩ ମାସ ପରେ ବୁମରା ଦିନିକିଆ ମ୍ୟାଚ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ କାଲି ଭାରତ-ପାକିସ୍ତାନ ମ୍ୟାଚରେ ବୋଲିଂ କରିପାରି ନ ଥିଲେ । ପାକିସ୍ତାନ ବିପକ୍ଷ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଭାରତ ୨୬୭ ରନର ଟାର୍ଗେଟ ରଖିଥିଲେ ମଧ୍ୟ ବର୍ଷା ଯୋଗୁ ପାକିସ୍ତାନ ବ୍ୟାଟିଂ କରିପାରି ନ ଥିଲା । ଅନ୍ୟପଟେ ବୁମରା ଗତମାସରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଉକ୍ତ ସିରିଜରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା।
ବାପା ହେଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ସଞ୍ଜନା
ମୁମ୍ବାଇ : ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି। ବୁମରା ଓ ସଞ୍ଜନା ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ସଞ୍ଜନା ଜଣେ ଜଣାଶୁଣା ଟେଲିଭିଜନ ଆଙ୍କର।