ଚେନ୍ନାଇ ସହ କିଏ ଖେଳିବ ଫାଇନାଲ : ଆଜି ଦ୍ବିତୀୟ କ୍ବାଲିଫାୟରରେ ମୁହାଁମୁହିଁ ହେବେ ଗୁଜରାଟ-ମୁମ୍ବାଇ

The Sakala Picture
Published On

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚର‌ ବିଜେତା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ। ଆକାଶ ମାଧୱାଲଙ୍କ ଚମତ୍କାର ବୋଲିଂ ବଳରେ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ବିଜୟ ହାସଲ କରିଥିଲା । ତେବେ ଦ୍ବିତୀୟ କ୍ବାଲିଫାୟରରେ ରୋହିତଙ୍କ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସରୁ କଡ଼ା ଚ୍ୟାଲେଞ୍ଜର […]

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚର‌ ବିଜେତା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ। ଆକାଶ ମାଧୱାଲଙ୍କ ଚମତ୍କାର ବୋଲିଂ ବଳରେ ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉପରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ବିଜୟ ହାସଲ କରିଥିଲା । ତେବେ ଦ୍ବିତୀୟ କ୍ବାଲିଫାୟରରେ ରୋହିତଙ୍କ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ମାଧୱାଲ ୫ ରନରେ ପାଞ୍ଚ ୱିକେଟ୍ ନେଇଥିବା ବେଳେ ବୁଧବାର ଚେନ୍ନାଇରେ ଖେଳାଯାଇଥିବା ଏଲିମିନେଟରରେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା । ଜସପ୍ରୀତ ବୁମରା ଏବଂ ଜୋଫ୍ରା ଆର୍ଚରଙ୍କ ପରି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ମୁମ୍ବାଇର ବଡ଼ ବିଜୟ ଅନ୍ୟ ଦଳ ପାଇଁ ଏକ ସତର୍କ ଘଣ୍ଟି ଜ୍ଝ ଚଳିତ ସିଜନରେ ମୁମ୍ବାଇର ପ୍ରଦର୍ଶନ ଅସ୍ଥିର ରହିଛି । କିନ୍ତୁ ଏବେ ଦଳ ଠିକ୍ ସମୟରେ ଫର୍ମକୁ ଫେରିଥିବା ମନେ କରାଯାଉଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

କ୍ୟାମେରନ୍ ଗ୍ରୀନ୍, ସୂର୍ଯ୍ୟକୁମାର ଯାଦବ ଏବଂ ଟିମ୍ ଡେଭିଡ ଏପର୍ଯ୍ୟନ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରିଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ନେହଲ ଓ୍ବାଧେରା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ଏବଂ ଇଶାନ କିଶନଙ୍କ ଓପନିଂ ଯୋଡି ମଧ୍ୟ ଲୟକୁ ଫେରିଛନ୍ତି । ଏହା ସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ରେକର୍ଡ ଷଷ୍ଠ ଟାଇଟଲ ଆଡକୁ ଅଗ୍ରସର ହେଉଛି । ଏହି ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ଗୁଜରାଟର ବୋଲରମାନଙ୍କୁ କଡ଼ା ପରୀକ୍ଷା ହେବ, ଯାହାର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଲକ୍ଷ୍ନୌ ବିପକ୍ଷ ଗତ ମ୍ୟାଚରେ ବୋଲିଂରେ ମାଧୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩.୫ ଓଭରରେ ପାଞ୍ଚ ରନ୍ ବିନିମୟରେ ପାଞ୍ଚ ୱିକେଟ୍ ନେଇଥିଲେ। ଦଳ ତାଙ୍କଠାରୁ ପୁଣି ଏହିପରି ପ୍ରଦର୍ଶନ ଆଶା କରିବ। ମୁମ୍ବାଇର ଅନ୍ୟ ବୋଲରଙ୍କ ମଧ୍ୟରେ ଭେଟେରାନ୍ ଲେଗ୍ ସ୍ପିନର ପୀୟୁଷ ଚାୱଲା ଏବଂ ଦ୍ରୁତ ବୋଲର ଜେସନ୍ ବେହେରେଣ୍ଡର୍ଫ ମଧ୍ୟ ଚମତ୍କାର ବୋଲିଂ କରିଛନ୍ତି। ଗତ କିଛି ମ୍ୟାଚ୍‌ରେ ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନ୍ ଲକ୍ଷ୍ନୌ ବିପକ୍ଷରେ ଦୁଇଟି ଓଭରରେ ସାତ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, ଯାହା ମୁମ୍ବାଇ ପାଇଁ ଏକ ଭଲ ସଙ୍କେତ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପ୍ରଥମ କ୍ବାଲିଫାୟରରେ ପରାଜୟ ପରେ ଗୁଜରାଟ ଟାଇଟନ୍ସ ଏହି ମ୍ୟାଚରେ ପ୍ରବେଶ କରିବ। ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିବା ପାଇଁ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।

ଗୁଜରାଟର ସମସ୍ତ ଖେଳାଳି ଏପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବ୍ୟାଟିଂରେ ଶୁଭମାନ ଗିଲ ଏବଂ ବିଜୟ ଶଙ୍କର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ବିପକ୍ଷରେ ଗିଲ୍ ଆଶାନୁରୂପ ପ୍ରଦର୍ଶନ କରିନଥିଲେ । କିନ୍ତୁ ଲିଗ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଶତକ ହାସଲ କରିଥିବା ଏହି ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ମୁମ୍ବାଇ ପାଇଁ ସବୁଠାରୁ ବଡ ବିପଦ ସାଜିପାରନ୍ତି ।

ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଦାୟିତ୍ୱକୁ ଗିଲ ବହୁତ ଭଲ ଭାବେ ତୁଲାଇଛନ୍ତି । ସେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚରେ ୭୨୨ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ପରେ ଗୁଜରାଟ ପାଇଁ ବିଜୟ ଶଙ୍କର ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ଏଯାବତ ୪୨୧ ରନ୍ କରିଛନ୍ତି। ଶଙ୍କର ବର୍ତ୍ତମାନ ୧୨ଟି ମ୍ୟାଚରେ ୩୦୧ ରନ୍ କରିଛନ୍ତି। ଚଳିତ ସିଜନରେ ଟପ୍ ରନ୍ ସ୍କୋରର ଥିବା ଆରସିବିର ଫାଫ୍ ଡୁପ୍ଲେସିଙ୍କ ଠାରୁ ଅରେଞ୍ଜ କ୍ୟାପ୍ ପାଇବା ପାଇଁ ଗିଲଙ୍କୁ କେବଳ ଆଠ ରନ୍ ଆବଶ୍ୟକ।

ଗୁଜରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ପ୍ରଦର୍ଶନ ଚିନ୍ତାର ବିଷୟ। ସେ ଗତ ପାଞ୍ଚଟି ମ୍ୟାଚ୍‌ରେ ମାତ୍ର ୪୫ ରନ୍ ସଂଗ୍ରହ କରିଛନ୍ତି। ଡେଭିଡ ମିଲର ମଧ୍ୟ ମଧ୍ୟ କ୍ରମରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଗତ ତିନୋଟି ମ୍ୟାଚ୍‌ରେ ସେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ। ଚଳିତ ସିଜନରେ ମୁମ୍ବାଇ ଏବଂ ଗୁଜରାଟ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର