ଅମ୍ବାତି ରାଇଡୁଙ୍କ ବଡ ଘୋଷଣା : ଆଜିର ଫାଇନାଲ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌

The Sakala Picture
Published On

ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲ ମ୍ୟାଚ। ବର୍ଷା ଯୋଗୁଁ ମ୍ୟାଚରେ କିଛି ସମୟ ବିଳମ୍ବ ହେଉଛି। ତେବେ ଆଜି ମ୍ୟାଚ ପୂର୍ବରୁ ଚେନ୍ନାଇର ବରିଷ୍ଠ ଖେଳାଳୀ ଅମ୍ବାତି ରାଇଡୁ ବଡ ଘୋଷଣା କରିଛନ୍ତି । ସେ ଆଇପିଏଲରୁ ସନ୍ୟାସ ନେଇ ଘୋଷଣା […]

ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଫାଇନାଲ ମ୍ୟାଚ। ବର୍ଷା ଯୋଗୁଁ ମ୍ୟାଚରେ କିଛି ସମୟ ବିଳମ୍ବ ହେଉଛି। ତେବେ ଆଜି ମ୍ୟାଚ ପୂର୍ବରୁ ଚେନ୍ନାଇର ବରିଷ୍ଠ ଖେଳାଳୀ ଅମ୍ବାତି ରାଇଡୁ ବଡ ଘୋଷଣା କରିଛନ୍ତି । ସେ ଆଇପିଏଲରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି । ଏହା ତାଙ୍କର ଶେଷ ଆଇପିଏଲ ମ୍ୟାଚ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ରାୟୁଡୁ ଆଜି ଟ୍ୱିଟ କରି କହିଛନ୍ତି ଯେ “ ଦୁଇ ବଡ଼ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୦୪ ମ୍ୟାଚ୍‌, ୧୪ଟି ସିଜିନ, ୧୧ ପ୍ଲେଅଫ, ୮ ଫାଇନାଲ ଓ ୫ ଟ୍ରଫି ଜିତିଛି। ଆଶା ଆଜି ରାତିରେ ଏହି ସଂଖ୍ୟା ୬ରେ ପହଞ୍ଚିବ। ଏହା ଏକ ଭଲ ଯାତ୍ରା ଥିଲା। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ ମୋ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ଏହି ମହାନ ଟୁର୍ଣ୍ଣାମେଣ୍ଟରେ ଖେଳି ମୁଁ ବେଶ ଆନନ୍ଦ ପାଇଛି। ଧନ୍ୟବାଦ। ଆଉ ୟୁ-ଟର୍ଣ୍ଣ ନେବିନି।”

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ ୨୦୨୩ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ପ୍ରକାଶଥାଉକି, ଅନ୍ତର୍ଜାତୀୟ କ୍ରିକେଟରୁ ସେ ୨୦୧୯ରେ ହିଁ ସନ୍ନ୍ୟାସ ନେଇଥିଲେ, ଯେବେ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ତାଙ୍କର ଆଇପିଏଲ୍ କ୍ୟାରିଅର କଥା ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଲିଛନ୍ତି । ସେଥିମଧ୍ୟରୁ ୩୩ ଅପରାଜିତ ଇନିଂସ ରହିଛି । ସେ ଆଇପିଏଲ୍ କ୍ୟାରିଅରରେ ୪୩୨୯ ରନ୍ କରିଛନ୍ତି, ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ରାଇଡୁ ଖେଳୁଥିବା ଦଳ ୫ଥର ଆଇପିଏଲ ଟ୍ରଫି ଜିତିଛି

ଅମ୍ବାତି ରାଇଡୁ ୫ଥର ଆଇପିଏଲ ବିଜେତା ଦଳର ସଦସ୍ୟ ରହିଛନ୍ତି। ରାୟୁଡୁଙ୍କୁ ୨୦୧୩ରେ ପ୍ରଥମଥର ଏହି ସୁଯୋଗ ମିଳିଥିଲା। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରେ ଖେଳୁଥିଲେ।  ଏହା ମୁମ୍ବାଇର ମଧ୍ୟ ପ୍ରଥମ ଟ୍ରଫି ଥିଲା। ରାୟୁଡୁ ଏହି ସିଜିନର ସବୁ ମ୍ୟାଚ୍‌ ଖେଳିଥିଲେ। ୨୦୧୫ ଓ ୨୦୧୭ରେ ମଧ୍ୟ ରାୟୁଡୁ ମୁମ୍ବାଇରେ ଥିବା ବେଳେ ଦଳ ଆଇପିଏଲ ଚାମ୍ପିୟନ ହୋଇଥିଲା। ଏହାପରେ ଯେତେବେଳେ ଚେନ୍ନାଇ ସୁପର ୨୦୧୮ ଏବଂ ୨୦୨୧ରେ ଟାଇଟଲ ଜିତିଲା ସେହି ସମୟରେ ଅମ୍ବାତି ରାଇଡୁ ଚେନ୍ନାଇ ଟିମ୍‌ରେ ଖେଳୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର