ଆଇପିଏଲ୍‌ ୨୦୨୧ : ଟସ୍‌ ଜିତିଲା ହାଇଦ୍ରାବାଦ, ବ୍ୟାଟିଂ କରିବ ବାଙ୍ଗାଲୋର

The Sakala Picture
Published On

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ  ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟରେ ଓହ୍ଲାଇଛି ସନ ରାଇଜର୍ସ ହାଇଦ୍ରାବାଦ। ସେପଟେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବାଙ୍ଗାଲୋର ଦଳ ବିଜୟ ଧାରାକୁ ବଜାୟ ରଖିବାକୁ […]

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ  ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟରେ ଓହ୍ଲାଇଛି ସନ ରାଇଜର୍ସ ହାଇଦ୍ରାବାଦ। ସେପଟେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବାଙ୍ଗାଲୋର ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଏହି ମ୍ୟାଚରେ ସନରାଇଜର୍ସ ଟିମରେ ଦୁଇଟି ପରିବର୍ତ୍ତନ କରିଛି। ସନ୍ଦୀପ ଶର୍ମା ଓ ମହମ୍ମଦ ନବି ବାଦ୍ ପଡ଼ିଥିବା ବେଳେ ଏମାନଙ୍କ ସ୍ଥାନରେ ଶାହାବାଜ ନଦୀମ ଓ ଜେସନ୍ ହୋଲ୍ଡରଙ୍କୁ ସୁଯୋଗ ମିଳିଛି। ସେହିପରି ଆରସିବି ଟିମର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପଟିଦାର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ୍ ଦଳକୁ ଫେରିଛନ୍ତି । ସେପଟେ ସନରାଇଜର୍ସ ହାଇଦ୍ରାବାଦର ପ୍ରମୁଖ ବୋଲର ଭୁବନେଶ୍ବର କୁମାର ମଧ୍ୟ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ ନିଜ ଫର୍ମକୁ ଫେରି ଦଳ ପାଇଁ କିଛି ଯୋଗ ଦାନ କରିବାକୁ ଚେଷ୍ଟା କରିବେ । ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି ।  ସେଥିରୁ  ହାଇଦ୍ରାବାଦ  ୧୦ ଟି ଓ ବାଙ୍ଗାଲୋର ୭ଟିରେ ବିଜୟ ହାସଲ କରିଛି । ଫଳରେ ଆଇପିଏଲର ରେକର୍ଡ ହାଇଦ୍ରାବାଦ ସପକ୍ଷରେ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଋଦ୍ଧିମାନ ସାହା (ୱିକେଟକିପର), ମନିଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ଜେସନ୍ ହୋଲ୍ଡର୍, ଅବଦୁଲ ସମାଦ, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ଶାହାବାଜ ନଦୀମ, ଟି. ନଟରାଜନ୍।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ରଜତ ପଟିଦର, ବିରାଟ କୋହଲି, ଏବି ଡିଭିଲିୟର୍ସ(ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାଇଲ ଜାମିସନ, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ।

14 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର