ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ

The Sakala Picture
Published On

ମୁମ୍ବାଇ: ଭାରତର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ ହାସଲ କରି ଇତିହାସ ରଚିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟ୍‌ରେ ପରାସ୍ତ କରିଛି। ମହିଳା ଟେଷ୍ଟ କ୍ରିକେଟରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଦୀର୍ଘ ୪୬ ବର୍ଷ ଧରି ହୋଇନଥିଲା ତାହା ଆଜି ହୋଇଛି […]

ମୁମ୍ବାଇ: ଭାରତର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ ହାସଲ କରି ଇତିହାସ ରଚିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟ୍‌ରେ ପରାସ୍ତ କରିଛି। ମହିଳା ଟେଷ୍ଟ କ୍ରିକେଟରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଦୀର୍ଘ ୪୬ ବର୍ଷ ଧରି ହୋଇନଥିଲା ତାହା ଆଜି ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ୱ।ଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୧୯ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲେ ଭାରତୀୟ ଦଳ। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୭୮ ରନ୍ କରିଥିବା ବେଳେ ମନ୍ଧାନା ୭୪ ଓ ରଡ୍ରିଗଜ ୭୩ ରନ୍ କରିଥିଲେ । ରିଚା ଘୋଷ ୫୨ ଓ ପୂଜା ଭସ୍ତ୍ରାକର ୪୭ ରନ୍ କରିଥିଲେ। ୧୮୭ ରନର ବୃହତ ଅଗ୍ରଣୀ ନେଇଥିବାରୁ ଭାରତ ପାଇଁ ବିଜୟ ସହଜ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ମ୍ୟାଚର ଆଜି ଚତୁର୍ଥ ତଥା ଶେଷ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ୨୬୧ରେ ଶେଷ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ୧୮୭ ରନରେ ଅଗ୍ରଣୀ ନେଇଥିବା ଭାରତୀୟ ଦଳ ପାଇଁ ମାତ୍ର ୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ। ଭାରତ ଏହି ଲକ୍ଷ୍ୟକୁ ମାତ୍ର ଦୁଇ ୱିକେଟ ହରାଇ ହାସଲ କରିନେଇଥିଲା । ଓପ୍ନର ଶେଫାଳି ବର୍ମା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସ୍ମୃତି ମନ୍ଧାନା ଓ ରିଚା ଘୋଷ ଦ୍ୱିତୀୟ ୱିକେଟରେ ୫୧ ରନ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ରିଚା ୧୩ ରନ୍ କରି ଆଉଟ୍ ହୋଇଥିଲେ। ଓପ୍ନର ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗଜ ଆଉ କୋୖଣସି କ୍ଷତି ନ ହେବାକୁ ଦେଇ ବିଜୟ ପାଇଁ ବାକି ରନ୍ ସଂଗ୍ରହ କରି ନେଇଥିଲେ। ୮ ୱିକେଟରେ ଏକ ବୃହତ ଓ ଐତିହାସିକ ବିଜୟ ହାସଲ କରିଥିଲା ହରମନପ୍ରୀତ କଉରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର