ମନୋରଞ୍ଜନ
ଓଡ଼ିଶା
ତୃତୀୟ ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ : ୮୯ ରନ୍ରେ ୮ ୱିକେଟ ହରାଇଲା ଇଂଲଣ୍ଡ
ଅହମଦାବାଦ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍ ମ୍ୟାଚ୍। ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଛି ଏହି ମ୍ୟାଚ୍। ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୩୭.୩ ଓଭରର ଖେଳ ଖେଳି ୯୮ ରନ୍ରେ ୮ ୱିକେଟ୍ ହରାଇ ସାରିଛି। ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା ୨.୩ ଓଭରରେ। […]
ଅହମଦାବାଦ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍ ମ୍ୟାଚ୍। ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଛି ଏହି ମ୍ୟାଚ୍। ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୩୭.୩ ଓଭରର ଖେଳ ଖେଳି ୯୮ ରନ୍ରେ ୮ ୱିକେଟ୍ ହରାଇ ସାରିଛି।

ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା ୨.୩ ଓଭରରେ। ଏହି ଓଭରରେ ଆଉଟ୍ ହୋଇଥିଲେ ଓପନର ଡମ୍ ସିବ୍ଲେ। ତାଙ୍କୁ ଆଉଟ୍ କରିଥିଲେ କ୍ୟାରିୟରର ୧୦୦ତମ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଈଶାନ୍ତ ଶର୍ମା। ଈଶାନ୍ତଙ୍କ ବଲ୍ରେ ଦ୍ୱିତୀୟ ସ୍ଲିପ୍ରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ସିବ୍ଲେ। ସିବ୍ଲେ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିଲେ ଜନି ବେୟାରଷ୍ଟୋ। ତେବେ ସେ ବି ଖାତା ଖୋଲି ପାରି ନଥିଲେ। ମାତ୍ର ୯ଟି ବଲ୍ର ସମ୍ମୁଖୀନ ହୋଇଥିବା ବେଳେ ୬.୧ ଓଭରରେ ଅକ୍ଷର ପଟେଲଙ୍କ ଦ୍ୱାରା ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ସେ ପ୍ୟାଭିଲିୟନକୁ ଫେରିବା ବେଳକୁ ଦଳୀୟ ସ୍କୋର ୨୭ରେ ପହଞ୍ଚିଥିଲା।

ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କ୍ରାଉଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ରୁଟ୍ ମାତ୍ର ୧୭ ରନ କରି ଆଉଟ ହେବା ପରେ କ୍ରାଇଲି ବି ୫୩ ରନ କରି ଆଉଟ ହୋଇଯାଇଛନ୍ତି । ଏହା ଫଳରେ ଦଳ ପୁଣି ସଂକଟକୁ ଠେଲି ହୋଇଯାଇଥିଲା । ପରେ କ୍ରିଜକୁ ଓଲି ପୋପଙ୍କ ସହ ବେନ ଷ୍ଟୋକ୍ସ ଆସି ଇଂଲଣ୍ଡର ମୋର୍ଚ୍ଚା ସମ୍ପାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ସ୍ପିନରଙ୍କ ସାମ୍ନା କରିପାରିନଥିଲେ। ବେନ ଷ୍ଟୋକ୍ସଙ୍କୁ ଅକ୍ଷର ପଟେଲ ଏଲବି ଆଉଟ କରିବା ସହ ଓଲି ପୋପଙ୍କୁ ରବିଚନ୍ଦ୍ରନ ଅଶ୍ବୀନ ବୋଲ୍ଡ କରି ଦେଇଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୪ ଟି , ରବିଚନ୍ଦ୍ରନ ଅଶ୍ବୀନ ୩ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହି ସିରିଜର ପ୍ରଥମ ଟେଷ୍ଟରେ ଇଂଲାଣ୍ଡ ଭାରତକୁ ହରାଇଥିବାବେଳେ ୨ୟ ଟେଷ୍ଟରେ ଭାରତ ଇଂଲାଣ୍ଡକୁ ପରାସ୍ତ କରିଥିଲା । ଫଳରେ ସିରିଜ ଏବେ ୧-୧ ରେ ରହିଛି ।





