ଆଜି ପୁଣେରେ ଚତୁର୍ଥ ଟି-୨୦, ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ ଏକ ଉତ୍ସାହଜନକ ମୋଡରେ ପହଞ୍ଚିଛି। ଭାରତୀୟ ସ୍ପିନରଙ୍କ କବ୍‌ଜାକୁ ମୁକୁଳି ତୃତୀୟ ଟି-୨୦ରେ ବିଜୟୀ ହୋଇଥିବା ଇଂଲଣ୍ଡ ଏବେ ସିରିଜ୍‌ ଜିତିବା ଆଶାରେ ରହିଛି। ଯାହା ଫଳରେ ଟି-୨୦ରେ ବିଶ୍ୱର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଆସନ୍ତାକାଲି ହେବାକୁ ଥିବା ଚତୁର୍ଥ ମୁକାବିଲା ଯେ ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ […]

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ ଏକ ଉତ୍ସାହଜନକ ମୋଡରେ ପହଞ୍ଚିଛି। ଭାରତୀୟ ସ୍ପିନରଙ୍କ କବ୍‌ଜାକୁ ମୁକୁଳି ତୃତୀୟ ଟି-୨୦ରେ ବିଜୟୀ ହୋଇଥିବା ଇଂଲଣ୍ଡ ଏବେ ସିରିଜ୍‌ ଜିତିବା ଆଶାରେ ରହିଛି। ଯାହା ଫଳରେ ଟି-୨୦ରେ ବିଶ୍ୱର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଆସନ୍ତାକାଲି ହେବାକୁ ଥିବା ଚତୁର୍ଥ ମୁକାବିଲା ଯେ ରୋମାଞ୍ଚକ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର କୋଲକାତା ଓ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। କିନ୍ତୁ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟି-୨୦କୁ ଇଂଲଣ୍ଡ ୨୬ ରନ୍‌ ବ୍ୟବଧାନରେ ଜିତିନେଇଛି। ମହାରାଷ୍ଟ୍ର କ୍ରିକେଟ ସଂଘ ଷ୍ଟାଡିୟମ୍‌ରେ ଆସନ୍ତାକାଲି ବା ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ ଜିତି ଭାରତ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି। କିନ୍ତୁ ଘରୋଇ ଦଳ ଲାଗି ଏହା ଯେ ସହଜ ହେବ ନାହିଁ ତାହା ରାଜକୋଟ ଲଢେ଼ଇରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଇଂଲଣ୍ଡ ବିପକ୍ଷରେ ଭାରତର ସ୍ପିନରମାନେ ଯେପରି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି, ସେହିପରି ପେସ୍‌ ବୋଲର କିମ୍ବା ବ୍ୟାଟର ପ୍ରଭାବ ପକାଇବାରେ ସମର୍ଥ ହୋଇ ନାହାନ୍ତି। ବିଶେଷକରି ଓପନର ସଞ୍ଜୁ ସାମସନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ନଂ-୭ରେ ଖେଳିଥିବା ବ୍ୟାଟର ଆଦୌ ଫର୍ମରେ ନାହାନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ କିମ୍ବା ୱାଶିଂଟନ ସୁନ୍ଦର ସେମାନଙ୍କ ଅଲରାଉଣ୍ଡ ପ୍ରଦର୍ଶନ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଯାହା ଫଳରେ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିଲେ ମଧ୍ୟ ଭାରତ ଏହି ସିରିଜ୍‌ରେ ଦମ୍‌ଦାର ଖେଳ ଦେଖାଇବାରେ ସମର୍ଥ ହୋଇପାରି ନାହିଁ। ବିଶେଷ କରି ଫାଷ୍ଟ ବୋଲରଙ୍କୁ ଖେଳିବାରେ ସାମସନଙ୍କ ଦୁର୍ବଳତା ପଦାରେ ପଡ଼ିଯାଇଛି। ନିକଟରେ ସେ ୩ଟି ଶତକ ହାସଲ କରିଥିଲେ ମଧ୍ୟ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲୋମିଟର ବେଗରେ ବୋଲିଂ କରୁଥିବା ଇଂଲଣ୍ଡର ଜୋଫ୍ରା ଆର୍ଚର କିମ୍ବା ମାର୍କ ଉଡ୍‌ଙ୍କୁ ଉଚିତ ମୁକାବିଲା କରିପାରୁ ନାହାନ୍ତି ସାମସନ। ଏହି ଟେକ୍ନିକାଲ ଅସୁବିଧା ଦୂର ନ ହେଲେ ୨୬, ୫ ଓ ୩ ରନ୍‌ କରିଥିବା ସାମସନ ଅନ୍ୟ ଦୁଇଟି ମ୍ୟାଚ୍‌ରେ ଯେ ଫ୍ଲପ୍‌ ହେବେ ଏଥିରେ ସନ୍ଦେହ ନାହିଁ। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ କୋଲକାତାରେ ୦, ଚେନ୍ନଇରେ ୧୨ ଓ ରାଜକୋଟରେ ୧୪ ରନ୍‌ କରିଛନ୍ତି। ଏ ସମସ୍ତ ପିଚ୍‌ରେ କିଛି ବିପଦ ନ ଥିଲେ ମଧ୍ୟ ସାମସନଙ୍କ ପରି ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଖେଳିପାରୁ ନାହାନ୍ତି। ଫର୍ମ ନ ଥିବା ଆଉ ଜଣେ ଖେଳାଳି ହେଲେ ରିଙ୍କୁ ସିଂ। କୋଲକାତାରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ପିଠିରେ ଆଘାତ ଲାଗିବାରୁ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ନ ଖେଳି ବିଶ୍ରାମ ନେଇଥିଲେ। ଚତୁର୍ଥ ମ୍ୟାଚ୍‌ରେ ତାଙ୍କର ପ୍ରତ୍ୟାବର୍ତ୍ତନ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଫିଟନେସ୍‌ ସହ ଫର୍ମରେ ନ ଥିବାରୁ ରିଙ୍କୁଙ୍କ ସ୍ଥାନରେ ରମଣଦୀପ ସିଂଙ୍କୁ ଖେଳିବାର ସୁଯୋଗ ମିଳିପାରେ। ସ୍ପିନ୍‌ ବୋଲିଂରେ ଭାରତ ବେଶ ପ୍ରଭାବ ପକାଇଛି। କିନ୍ତୁ ପେସ୍‌ରଙ୍କ ପ୍ରଭାବ ନାହିଁ। ଏଣୁ ଅର୍ଶଦୀପଙ୍କୁ ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିପାରେ। ସେ ମହମ୍ମଦ୍‌ ସାମିଙ୍କ ସହ ବୋଲିଂ କଲେ ଭାରତକୁ ଉପଯୁକ୍ତ ଫଳ ମିଳିବ ବୋଲି ଆଶା କରାଯାଉଛି। ରାଜକୋଟରେ ଲଢ଼ୁଆ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଧିକ ଆକ୍ରମଣାତ୍ମକ ଖେଳ ଆଶା କରାଯାଉଛି। ଇଂଲଣ୍ଡ ଦଳ ନିକଟରେ ଥିବା ଦୁର୍ବଳତାକୁ ସୁଧାରିବାରେ ସମର୍ଥ ହୋଇଛି। ଏଣୁ ଦଳ ତାହାର ଶକ୍ତି ଉପରେ ଭରସା କରି ଭାରତରେ ଟି-୨୦ ସିରିଜ୍‌ କବ୍‌ଜା କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌ (ଉପ- ଅଧିନାୟକ), ଫିଲ ସଲ୍ଟ, ଜ୍ୟାକବ ବେଥେଲ, ଲିଆମ ଲିଭିଂଷ୍ଟୋନ, ଜୋଫ୍ରା ଆର୍ଚର, ଗସ ଅଟକିନସନ, ବେନ ଡକେଟ, ଜେମି ଓଭରଟନ, ଆଦିଲ ରସିଦ ଓ ମାର୍କ ଉଡ୍‌।

ଖେଳ ଆରମ୍ଭ- ରାତି ୭ଟା

ପ୍ରସାରଣ-ଷ୍ଟାର ସ୍ପୋର୍ଟ୍ସ, ହଟ୍‌ ଷ୍ଟାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp