ହର୍ଷଲ ଓ ଚହଲଙ୍କ ଦମ୍‌ଦାର ପଦର୍ଶନ : ତୃତୀୟ ଟି-୨୦ ବିଜୟ ସହ ସିରିଜକୁ କମବ୍ୟାକ୍ କଲା ଟିମ୍ ଇଣ୍ଡିଆ

The Sakala Picture
Published On

ବିଶାଖାପାଟଣା :  ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ । ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ୨ଟି ମ୍ୟାଚ ଜିତିବାକୁ ହେବ । ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ […]

ବିଶାଖାପାଟଣା :  ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ । ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ୨ଟି ମ୍ୟାଚ ଜିତିବାକୁ ହେବ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ। ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସି ଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଛି। ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ହେନରିକ କ୍ଲାସେନ ୨୯ ରନ କରିଥିବାବେଳେ ରେଜା ହେଣ୍ଡରିକ୍ସ ୨୩ରନ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: RTI ପରିସରଭୁକ୍ତ ନୁହେଁ ବିସିସିଆଇ; ସୂଚନା ଦେବାକୁ ବାଧ୍ୟ ନୁହେଁ ବୋଲି 'ସିଆଇସି'ଙ୍କ ବଡ଼ ନିଷ୍ପତ୍ତି

ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ଈଶାନ କିଶନ(୫୪) ଓ ଗାଏକ୍ୱାଡ(୫୭) ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମେ ୱିକେଟ ପାଇଁ ୯ ଓଭର ସୁଦ୍ଧା ୯୭ ରନ୍‌ ଯୋଡ଼ିଥିଲେ। ମଧ୍ୟକ୍ରମେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶ୍ରେୟସ ଆୟର(୧୪), ପନ୍ତ(୬) ଓ ଦୀନେଶ କାର୍ତ୍ତିକ(୬) ରନ କରିଥିଲେ। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୧ ବଲରେ ଅପରାଜିତ ୩୧ ଓ ଅକ୍ଷର ପଟେଲଙ୍କ ୨ ବଲରେ ୫ ରନ୍ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୯ ରନ୍‌ କରିଥିଲା।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

14 Jun 2022 By The Sakala

ହର୍ଷଲ ଓ ଚହଲଙ୍କ ଦମ୍‌ଦାର ପଦର୍ଶନ : ତୃତୀୟ ଟି-୨୦ ବିଜୟ ସହ ସିରିଜକୁ କମବ୍ୟାକ୍ କଲା ଟିମ୍ ଇଣ୍ଡିଆ

ବିଶାଖାପାଟଣା :  ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ । ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ୨ଟି ମ୍ୟାଚ ଜିତିବାକୁ ହେବ ।

ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ। ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସି ଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଛି। ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ହେନରିକ କ୍ଲାସେନ ୨୯ ରନ କରିଥିବାବେଳେ ରେଜା ହେଣ୍ଡରିକ୍ସ ୨୩ରନ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ଓ୍ବିକେଟ ନେଇଥିଲେ ।

ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ଈଶାନ କିଶନ(୫୪) ଓ ଗାଏକ୍ୱାଡ(୫୭) ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମେ ୱିକେଟ ପାଇଁ ୯ ଓଭର ସୁଦ୍ଧା ୯୭ ରନ୍‌ ଯୋଡ଼ିଥିଲେ। ମଧ୍ୟକ୍ରମେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶ୍ରେୟସ ଆୟର(୧୪), ପନ୍ତ(୬) ଓ ଦୀନେଶ କାର୍ତ୍ତିକ(୬) ରନ କରିଥିଲେ। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୧ ବଲରେ ଅପରାଜିତ ୩୧ ଓ ଅକ୍ଷର ପଟେଲଙ୍କ ୨ ବଲରେ ୫ ରନ୍ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୯ ରନ୍‌ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର