ଆଇସିସି ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା

The Sakala Picture
Published On

ଲକ୍ଷ୍ନୌ: ଚଳିତ ଆଇସିସି ବିଶ୍ୱକପ୍‌‌ର ୧୪ତମ ମୁକାବିଲାରେ ସୋମବାର ରେକର୍ଡ ୫ଥରର ବିଜେତା ଅଷ୍ଟ୍ରେଲିଆ ସହ ଶ୍ରୀଲଙ୍କା ସାମ୍ନାସାମ୍ନି ହେବ। ସ୍ଥାନୀୟ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍‌‌ ଷ୍ଟାଡିୟମରେ ଏହି ହାଇଭୋଲଟେଜ ଦିବା-ରାତ୍ର ମ୍ୟାଚ୍‌‌ ଖେଳାଯିବ। ଏହି ଦୁଇ ପୂର୍ବ ବିଜେତା ବର୍ତ୍ତମାନ ସୁଦ୍ଧା ୨ଟି ଲେଖାଏ ମ୍ୟାଚ୍‌‌ ଖେଳିସାରିଥିଲେ ମଧ୍ୟ ବିଜୟ ସ୍ୱାଦ ଚାଖିପାରି ନାହାନ୍ତି। ତେଣୁ ଏହି ମ୍ୟାଚ୍‌‌ ଜିତି ଉଭୟ ଦଳ ପଏଣ୍ଟ ଟେବଲ୍‌‌ରେ ଖାତା ଖୋଲିବା ଲକ୍ଷ୍ୟରେ […]

ଲକ୍ଷ୍ନୌ: ଚଳିତ ଆଇସିସି ବିଶ୍ୱକପ୍‌‌ର ୧୪ତମ ମୁକାବିଲାରେ ସୋମବାର ରେକର୍ଡ ୫ଥରର ବିଜେତା ଅଷ୍ଟ୍ରେଲିଆ ସହ ଶ୍ରୀଲଙ୍କା ସାମ୍ନାସାମ୍ନି ହେବ। ସ୍ଥାନୀୟ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍‌‌ ଷ୍ଟାଡିୟମରେ ଏହି ହାଇଭୋଲଟେଜ ଦିବା-ରାତ୍ର ମ୍ୟାଚ୍‌‌ ଖେଳାଯିବ। ଏହି ଦୁଇ ପୂର୍ବ ବିଜେତା ବର୍ତ୍ତମାନ ସୁଦ୍ଧା ୨ଟି ଲେଖାଏ ମ୍ୟାଚ୍‌‌ ଖେଳିସାରିଥିଲେ ମଧ୍ୟ ବିଜୟ ସ୍ୱାଦ ଚାଖିପାରି ନାହାନ୍ତି। ତେଣୁ ଏହି ମ୍ୟାଚ୍‌‌ ଜିତି ଉଭୟ ଦଳ ପଏଣ୍ଟ ଟେବଲ୍‌‌ରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିଶ୍ୱକପ୍‌‌ର ସବୁଠୁ ସଫଳ ଦଳର ମାନ୍ୟତା ପାଇଥିବା ପ୍ୟାଟ୍‌‌ କମିନ୍ସଙ୍କ ନେତୃତ୍ୱାଧିନ ଅଷ୍ଟ୍ରେଲିଆ ଚଳିତ ସଂସ୍କରଣରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚରେ ଭାରତ ନିକଟରୁ ୬ ୱିକେଟ୍‌‌ରେ ଏବଂ ୨ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ୧୩୪ ରନର ବୃହତ୍‌‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ଦଳ ବର୍ତ୍ତମାନ ପଏଣ୍ଟ ଟେବଲ୍‌‌ର ସର୍ବନିମ୍ନ ସ୍ଥାନରେ ରହିଛି। ସେହିଭଳି ଶ୍ରୀଲଙ୍କା ଦୁଇଟିଯାକ ମ୍ୟାଚରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା (୧୦୨ ରନ) ଓ ପାକିସ୍ତାନ (୬ ୱିକେଟ୍‌‌)ଠାରୁ ପରାଜୟବରଣ କରିଥିଲା। ଟେବଲ୍‌‌ରେ ଶ୍ରୀଲଙ୍କା ଏବେ ୮ମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଶ୍ରୀଲଙ୍କା ଦଳକୁ ଜୋର୍‌‌ଦାର ଝଟ୍‌‌କା ଲାଗିଛି। ଆଘାତପ୍ରାପ୍ତ ସମସ୍ୟା ଲାଗି ଅଧିନାୟକ ଦସୁନ ସାନକା ବିଶ୍ୱକପ୍‌‌ରୁ ସମ୍ପୂର୍ଣ୍ଣ ବାଦ୍‌‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କୁଶାଲ ମେଣ୍ଡିସ ଏବେ ବଳକା ମ୍ୟାଚ୍‌‌ଗୁଡ଼ିକରେ ନେତୃତ୍ୱ ଭାର ସମ୍ଭାଳିବେ। ରେକର୍ଡ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଏକଦିବସୀୟ ବିଶ୍ୱକପ୍‌‌ ଇତିହାସରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ୧୧ଥର ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଅଷ୍ଟ୍ରେଲିଆ ୮ ଓ ଶ୍ରୀଲଙ୍କା ୨ଥର ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌‌ର ଫଳାଫଳ ବାହାରିପାରି ନାହିଁ। ସେହିଭଳି ଶ୍ରୀଲଙ୍କା ଦୀର୍ଘ ୨୭ ବର୍ଷ ପରେ ବିଶ୍ୱକପ୍‌‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟରେ ରହିଛି। ଶେଷଥର ଲାଗି ସିଂହଳୀ ଦଳ ୧୯୯୬ ବିଶ୍ୱକପ୍‌‌ରେ କଙ୍ଗାରୁ ଦଳ ବିପକ୍ଷରେ ବିଜୟ ଲାଭ କରିଥିଲା। ଏହାପରଠାରୁ ଦୁଇ ଦଳ ବିଶ୍ୱକପ୍‌‌ରେ ୭ଥର ଭେଟାଭେଟି ହୋଇଛନ୍ତି। ଏଥିରେ ଅଷ୍ଟ୍ରେଲିଆ ୬ଟି ଜିତିଥିବାବେଳେ ଗୋଟିଏ ଫଳାଫଳ ବାହାରି ନ ଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର