ପଦାର୍ପଣରେ ବାଜିମାତ: ଟାଇଟନ୍ସକୁ ଟାଇଟଲ୍‍, ଛକା ମାରି ଜିତାଇଲେ ଗିଲ୍‍

The Sakala Picture
Published On

ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୩୧ ରନର ଲକ୍ଷ୍ୟକୁ ପଶ୍ଚାତଧାବନ କରି ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା ଓପନର୍‍ ଶୁବମନ ଗିଲ୍‍ […]

ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୩୧ ରନର ଲକ୍ଷ୍ୟକୁ ପଶ୍ଚାତଧାବନ କରି ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା ଓପନର୍‍ ଶୁବମନ ଗିଲ୍‍ ସର୍ବାଧିକ ୪୫* ରନ କରିଥିଲେ। ୧୯ତମ ଓଭରର ପ୍ରଥମ ବଲ୍‍କୁ ଛକା ମାରି ଗିଲ୍‍ ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪, ଡେଭିଡ୍‍ ମିଲର ୩୨*, ମାଥ୍ୟୁ ୱେଡ୍‍ ୮ ଓ ରିଦ୍ଧିମାନ ଶାହ ୫ ରନ କରି ଆଉଟ୍‍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଏକମାତ୍ର ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ (୪-୧-୧୪-୧) ପ୍ରଭାବୀ ବୋଲିଂ କରିଥିଲେ। ପାଣ୍ଡ୍ୟା ୩ ୱିକେଟ୍‍ ସହ ୩୪ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅପରପକ୍ଷରେ ୨୦୦୮ ପରେ ପ୍ରଥମଥର ଫାଇନାଲ ଖେଳିଥିବା ରାଜସ୍ଥାନର ଦ୍ୱିତୀୟଥର ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ହୋଇଛି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ବିଶ୍ୱର ସର୍ବବୃହତ୍‍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ୍‍ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଘରୋଇ ଦଳର ବୋଲିଂ ଆଗରେ ତାଙ୍କର ନିଷ୍ପତ୍ତି ଫେଲ ମାରିଥିଲା। ଜୋଶ ବଟ୍ଟଲର ବଡ଼ ସ୍କୋର କରିବା ପୂର୍ବରୁ ପାଭିଲିଅନ୍‍ ଫେରିଯାଇଥିଲେ। ଟୁର୍ଣ୍ଣାମେଣ୍ଟର ଟପ୍‍ ସ୍କୋରର ବଟ୍ଟଲର ପ୍ରଥମ ୱିକେଟ ପାର୍ଟନରଶିପ୍‍ରେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ (୧୬ବଲ୍‍ରେ ୨୨ରନ୍‍)ଙ୍କ ସହ ୩୧ ଓ ଦ୍ୱିତୀୟ ୱିକେଟରେ ସାମସନଙ୍କ ସହ ୨୯ ରନ୍‍ ଉଠାଇଥିଲେ। ବଟ୍ଟଲର କିନ୍ତୁ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରିବା ପୂର୍ବରୁ ୧୩ତମ ଓଭରର ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ସେ ୩୫ ବଲ୍‍ରୁ ୫ ଚୌକା ସହ ୩୯ ରନ୍‍ କରି ବିଦାୟ ନେବା ସହ ରାଜସ୍ଥାନର ବଡ଼ ସ୍କୋର କରିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଥିଲା। ସିମରନ ହେଟମାୟର (୧୧), ରବିଚନ୍ଦ୍ରନ ଅଶ୍ୱିନ (୬), ରିଆନ ପରାଗ (୧୫ ରନ) ନିରାଶ କରିଥିଲେ। ଏମାନଙ୍କ ସାମୁହିକ ବ୍ୟାଟିଂ ବିଫଳତା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଏହା ସର୍ବନିମ୍ନ ଫାଇନାଲ ସ୍କୋରରୁ ମାତ୍ର ଗୋଟିଏ ରନ୍‍ ଅଧିକ ରହିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ସର୍ବାଧିକ ୩ଟି ୱିକେଟ୍‍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ କିଶୋର ୨ ଏବଂ ୟଶ୍‍ ଦୟାଲ୍‍ ଓ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ: ୧୩୦/୯, ୨୦ ଓଭର (ବଟ୍ଟଲର- ୩୯, ଜୟସ୍ୱାଲ-୨୨, ସାମସନ-୧୪, ରିଆନ ପରାଗ-୧୫, ହାର୍ଦ୍ଦିକ ପାଣ୍ଡ୍ୟା-୩/୧୭, ସାଇ କିଶୋର-୨/୨୦)।
ଗୁଜରାଟ ଟାଇଟାନ୍ସ: ୧୩୩/୩, ୧୮.୧ ଓଭର (ପାଣ୍ଡ୍ୟା- ୩୪, ଶୁବମନ- ୪୫*, ମିଲର- ୩୨*, ଟ୍ରେଣ୍ଟ ବୋଲ୍ଟ- ୧/୧୪, ୟୁଜବେନ୍ଦ୍ର ଚହଲ- ୧/୨୦)।

ପୁରସ୍କାର ରାଶି
ଚାମ୍ପିଅନ୍‍: ଗୁଜରାଟ- ୨୦ କୋଟି ଟଙ୍କା
ରନର୍ସଅପ: ରାଜସ୍ଥାନ- ୧୨.୫ କୋଟି
ତୃତୀୟ ସ୍ଥାନ: ବାଙ୍ଗାଲୋର- ୭ କୋଟି
ଚତୁର୍ଥ ସ୍ଥାନ: ଲକ୍ଷ୍ନୌ- ୬.୫ କୋଟି
ଅରେଞ୍ଜ କ୍ୟାପ୍‍ (ସର୍ବାଧିକ ରନ): ଜୋଶ୍‍ ବଟଲର୍‍- ୧୦ ଲକ୍ଷ
ପର୍ପଲ କ୍ୟାପ୍‍ (ସର୍ବାଧିକ ୱିକେଟ୍‍): ୟୁଜବେନ୍ଦ୍ର ଚହଲ- ୧୦ ଲକ୍ଷ
ସର୍ବାଧିକ ଛକା/ ଚୌକା/ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର: ବଟଲର୍‍- ୩୦ ଲକ୍ଷ

30 May 2022 By The Sakala

ପଦାର୍ପଣରେ ବାଜିମାତ: ଟାଇଟନ୍ସକୁ ଟାଇଟଲ୍‍, ଛକା ମାରି ଜିତାଇଲେ ଗିଲ୍‍

ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୩୧ ରନର ଲକ୍ଷ୍ୟକୁ ପଶ୍ଚାତଧାବନ କରି ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା ଓପନର୍‍ ଶୁବମନ ଗିଲ୍‍ ସର୍ବାଧିକ ୪୫* ରନ କରିଥିଲେ। ୧୯ତମ ଓଭରର ପ୍ରଥମ ବଲ୍‍କୁ ଛକା ମାରି ଗିଲ୍‍ ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪, ଡେଭିଡ୍‍ ମିଲର ୩୨*, ମାଥ୍ୟୁ ୱେଡ୍‍ ୮ ଓ ରିଦ୍ଧିମାନ ଶାହ ୫ ରନ କରି ଆଉଟ୍‍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଏକମାତ୍ର ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ (୪-୧-୧୪-୧) ପ୍ରଭାବୀ ବୋଲିଂ କରିଥିଲେ। ପାଣ୍ଡ୍ୟା ୩ ୱିକେଟ୍‍ ସହ ୩୪ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅପରପକ୍ଷରେ ୨୦୦୮ ପରେ ପ୍ରଥମଥର ଫାଇନାଲ ଖେଳିଥିବା ରାଜସ୍ଥାନର ଦ୍ୱିତୀୟଥର ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ହୋଇଛି।

ବିଶ୍ୱର ସର୍ବବୃହତ୍‍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ୍‍ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଘରୋଇ ଦଳର ବୋଲିଂ ଆଗରେ ତାଙ୍କର ନିଷ୍ପତ୍ତି ଫେଲ ମାରିଥିଲା। ଜୋଶ ବଟ୍ଟଲର ବଡ଼ ସ୍କୋର କରିବା ପୂର୍ବରୁ ପାଭିଲିଅନ୍‍ ଫେରିଯାଇଥିଲେ। ଟୁର୍ଣ୍ଣାମେଣ୍ଟର ଟପ୍‍ ସ୍କୋରର ବଟ୍ଟଲର ପ୍ରଥମ ୱିକେଟ ପାର୍ଟନରଶିପ୍‍ରେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ (୧୬ବଲ୍‍ରେ ୨୨ରନ୍‍)ଙ୍କ ସହ ୩୧ ଓ ଦ୍ୱିତୀୟ ୱିକେଟରେ ସାମସନଙ୍କ ସହ ୨୯ ରନ୍‍ ଉଠାଇଥିଲେ। ବଟ୍ଟଲର କିନ୍ତୁ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରିବା ପୂର୍ବରୁ ୧୩ତମ ଓଭରର ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ସେ ୩୫ ବଲ୍‍ରୁ ୫ ଚୌକା ସହ ୩୯ ରନ୍‍ କରି ବିଦାୟ ନେବା ସହ ରାଜସ୍ଥାନର ବଡ଼ ସ୍କୋର କରିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଥିଲା। ସିମରନ ହେଟମାୟର (୧୧), ରବିଚନ୍ଦ୍ରନ ଅଶ୍ୱିନ (୬), ରିଆନ ପରାଗ (୧୫ ରନ) ନିରାଶ କରିଥିଲେ। ଏମାନଙ୍କ ସାମୁହିକ ବ୍ୟାଟିଂ ବିଫଳତା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଏହା ସର୍ବନିମ୍ନ ଫାଇନାଲ ସ୍କୋରରୁ ମାତ୍ର ଗୋଟିଏ ରନ୍‍ ଅଧିକ ରହିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ସର୍ବାଧିକ ୩ଟି ୱିକେଟ୍‍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ କିଶୋର ୨ ଏବଂ ୟଶ୍‍ ଦୟାଲ୍‍ ଓ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ: ୧୩୦/୯, ୨୦ ଓଭର (ବଟ୍ଟଲର- ୩୯, ଜୟସ୍ୱାଲ-୨୨, ସାମସନ-୧୪, ରିଆନ ପରାଗ-୧୫, ହାର୍ଦ୍ଦିକ ପାଣ୍ଡ୍ୟା-୩/୧୭, ସାଇ କିଶୋର-୨/୨୦)।
ଗୁଜରାଟ ଟାଇଟାନ୍ସ: ୧୩୩/୩, ୧୮.୧ ଓଭର (ପାଣ୍ଡ୍ୟା- ୩୪, ଶୁବମନ- ୪୫*, ମିଲର- ୩୨*, ଟ୍ରେଣ୍ଟ ବୋଲ୍ଟ- ୧/୧୪, ୟୁଜବେନ୍ଦ୍ର ଚହଲ- ୧/୨୦)।

ପୁରସ୍କାର ରାଶି
ଚାମ୍ପିଅନ୍‍: ଗୁଜରାଟ- ୨୦ କୋଟି ଟଙ୍କା
ରନର୍ସଅପ: ରାଜସ୍ଥାନ- ୧୨.୫ କୋଟି
ତୃତୀୟ ସ୍ଥାନ: ବାଙ୍ଗାଲୋର- ୭ କୋଟି
ଚତୁର୍ଥ ସ୍ଥାନ: ଲକ୍ଷ୍ନୌ- ୬.୫ କୋଟି
ଅରେଞ୍ଜ କ୍ୟାପ୍‍ (ସର୍ବାଧିକ ରନ): ଜୋଶ୍‍ ବଟଲର୍‍- ୧୦ ଲକ୍ଷ
ପର୍ପଲ କ୍ୟାପ୍‍ (ସର୍ବାଧିକ ୱିକେଟ୍‍): ୟୁଜବେନ୍ଦ୍ର ଚହଲ- ୧୦ ଲକ୍ଷ
ସର୍ବାଧିକ ଛକା/ ଚୌକା/ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର: ବଟଲର୍‍- ୩୦ ଲକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର