ଫିଫା ବିଶ୍ୱକପ୍: ସେମିଫାଇନାଲ୍‌ରେ ପ୍ରବେଶ କଲେ ଆର୍ଜେଣ୍ଟିନା ଓ କ୍ରୋଏସିଆ

The Sakala Picture
Published On

ଦୋହା: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨ (୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨) ପେନାଲ୍ଟି ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ […]

ଦୋହା: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨ (୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨) ପେନାଲ୍ଟି ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି । ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି। ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ୟ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ।

10 Dec 2022 By The Sakala

ଫିଫା ବିଶ୍ୱକପ୍: ସେମିଫାଇନାଲ୍‌ରେ ପ୍ରବେଶ କଲେ ଆର୍ଜେଣ୍ଟିନା ଓ କ୍ରୋଏସିଆ

ଦୋହା: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨ (୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨) ପେନାଲ୍ଟି ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଥିଲା ।

ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି । ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ ।

କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି। ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ୟ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ।

https://www.thesakala.in/sports/fifa-world-cup-croatia-and-argentina-entered-the-semi-final/article-17230
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର