ଫିଫା ବିଶ୍ୱକପ ୨୦୨୨: ଏଥର ପୁରସ୍କାର ବାବଦରେ ୩୫୦୦ କୋଟି ଟଙ୍କା ଦେବ ଫିଫା

The Sakala Picture
Published On

ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପାଖାପାଖି ଗୋଟିଏ ମାସ ଧରି ଚାଲିଥିବା ଏହି ବିଶ୍ୱକପ୍‍ରେ ୫ଟି କନ୍‍ଫେଡେରେସନର ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମେ ୧୬ଟି ଦଳ ଗ୍ରୁପ୍‍ ପର୍ଯ୍ୟାୟରୁ ବାଦ୍‍ ପଡ଼ିଥିଲେ। ଆଉ ୮ଟି ଦଳ ରାଉଣ୍ଡ ଅଫ୍‍ ୧୬ରୁ ବିଦା ନେଇଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ୪ଟି […]

ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପାଖାପାଖି ଗୋଟିଏ ମାସ ଧରି ଚାଲିଥିବା ଏହି ବିଶ୍ୱକପ୍‍ରେ ୫ଟି କନ୍‍ଫେଡେରେସନର ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମେ ୧୬ଟି ଦଳ ଗ୍ରୁପ୍‍ ପର୍ଯ୍ୟାୟରୁ ବାଦ୍‍ ପଡ଼ିଥିଲେ। ଆଉ ୮ଟି ଦଳ ରାଉଣ୍ଡ ଅଫ୍‍ ୧୬ରୁ ବିଦା ନେଇଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ୪ଟି ଦଳ ଓ ସେମିଫାଇନାଲରେ ୨ଟି ଦଳ ପର୍ଯ୍ୟାୟ କ୍ରମେ ବିଶ୍ୱକପରୁ ବିଦାୟ ନେଇଛନ୍ତି। ଶେଷରେ ଦୁଇଟି ଦଳ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏଥର ବିଶ୍ୱକପ୍‍ ଶେଷ ହେବା ପରେ ଫିଫା ମୋଟ୍‍ ଉପରେ ୩୫୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ବିଶ୍ୱ ଫୁଟବଲର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଚାମ୍ପିଅନ ଦଳକୁ ୩୪୪ କୋଟି ଟଙ୍କା (୪୨ ମିଲିଅନ ଆମେରିକୀୟ ଡଲାର) ପୁରସ୍କାର ପ୍ରଦାନ କରିବ। ସେହିପରି ଫାଇନାଲରେ ପରାସ୍ତ ହୋଇଥିବା ରନର୍ସଅପ ଦଳକୁ ୨୪୫ କୋଟି ଟଙ୍କା (୩୦ ମିଲିଅନ ଡଲାର) ପୁରସ୍କାର ପ୍ରଦାନ କରାଯିବ। ବିଶ୍ୱକପରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳକୁ ଫିଫା କିଛି ନା କିଛି ପୁରସ୍କାର ଦେଇଥାଏ। ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୨୦ କୋଟି, ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୦୪ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସେହିପରି ପଞ୍ଚମରୁ ଅଷ୍ଟମସ୍ଥାନରେ ରହିବାକୁ ଥିବା ଦଳଗୁଡିକୁ ୧୩୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ୯ମ ରୁ ୧୬ତମ ସ୍ଥାନରେ ରହିଥିବା ଦଳଗୁଡିକୁ ୧୦୬ କୋଟି ଲେଖାଏ ଟଙ୍କା, ୧୭ରୁ ୩୨ତମ ସ୍ଥାନରେ ଥିବା ଦଳଗୁଡିକୁ ୭୪ କୋଟି ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି ଫିଫା ଘୋଷଣା କରିଛି। ଏହାପୂର୍ବରୁ ୨୦୧୮ ବିଶ୍ୱକପ୍‍ରେ ଚାମ୍ପିଅନ ଫ୍ରାନ୍ସ ଦଳ ୩୮ ମିଲିଅନ ଓ ରନର୍ସଅପ କ୍ରୋଏସିଆ ୨୮ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ଜିତିଥିଲା। ୨୦୦୬ ବିଶ୍ୱକପ୍‍ ପୂର୍ବରୁ ଚାମ୍ପିଅନ ଦଳ କେବେବି ୧୦ମି ଆମେରିକୀୟ ଡଲାରରୁ ଅଧିକ ପୁରସ୍କାର ପାଇ ନଥିଲେ। ୧୯୮୨ ଚାମ୍ପିଅନ ଦଳ ଇଟାଲୀକୁ ମାତ୍ର ୨.୨ ମିଲିଅନ ଡଲାର ପୁରସ୍କାର ଦିଆଯାଇଥିଲା। ୨୦୦୨ରେ ଫିଫା ପୁରସ୍କାର ରାଶିରେ ବୃଦ୍ଧି କରିବାକୁ ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶି ଦୁଇଗୁଣା ବୃଦ୍ଧି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ୨୦୨୩ ମହିଳା ଫିଫା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଦୁଇଗୁଣା ବୃଦ୍ଧି କରାଯାଇଛି। ଏହି ମେଗା ଇଭେଣ୍ଟରେ ମୋଟ ଉପରେ ୬୦ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ। ଫ୍ରାନ୍ସରେ ଅନୁଷ୍ଠିତ ୨୦୧୯ ମହିଳା ବିଶ୍ୱକପ୍‍ରେ ୩୦ ମିଲିଅନ ଡଲାର ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହି ମୋଗ ଇଭେଣ୍ଟର ମୋଟ ଉପରେ ୧୦୦ମି ଡଲାର ପୁରସ୍କାର ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଫିଫା ଟେଲିଭିଜନ ରାଇଟ୍ସ, ମାର୍କେଟିଂ ରାଇଟ୍ସ, ଲାଇସେନ୍ସିଂ ରାଇଟ୍ସ ଓ ଟିକେଟ ବିକ୍ରିରୁ ଅର୍ଥ ଉପାର୍ଜନ କରିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର