ଫିଫା ବିଶ୍ୱକପ୍‍: ଇତିହାସ ରଚିଲା ମୋରୋକ୍କୋ, ପର୍ତ୍ତୁଗାଲକୁ ହରାଇ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲରେ କଲା ପ୍ରବେଶ

The Sakala Picture
Published On

କତାର: ଫିଫା ବିଶ୍ୱପକରେ ଇତିହାସ ରଚିଲା ମୋରୋକ୍କୋ । ପର୍ତ୍ତୁଗାଲକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ମୋରୋକ୍କୋ । ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ସେପଟେ ପର୍ତ୍ତୁଗାଲ ମ୍ୟାଚରୁ ବିଦା ହୋଇଛି । ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ଫୁଟବଲର ସବୁଠୁ ପରିଚିତ ଖେଳାଳୀ କ୍ରିଷ୍ଟିୟାନ ରୋନାଲ୍ଡୋଙ୍କ ଦଳ ପର୍ତୁଗାଲ […]

କତାର: ଫିଫା ବିଶ୍ୱପକରେ ଇତିହାସ ରଚିଲା ମୋରୋକ୍କୋ । ପର୍ତ୍ତୁଗାଲକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ମୋରୋକ୍କୋ । ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ସେପଟେ ପର୍ତ୍ତୁଗାଲ ମ୍ୟାଚରୁ ବିଦା ହୋଇଛି । ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ଫୁଟବଲର ସବୁଠୁ ପରିଚିତ ଖେଳାଳୀ କ୍ରିଷ୍ଟିୟାନ ରୋନାଲ୍ଡୋଙ୍କ ଦଳ ପର୍ତୁଗାଲ ନକଆଉଟ ମ୍ୟାଚରେ ହାରିବା ପରେ ସେମିଫାନାଲ ରେସରୁ ବାଦ ପଡିଛି । ସେପଟେ ୫ ଥରର ବିଜେତା ବ୍ରାଜିଲ ପରେ ତିନି ଥରର ଉପବିଜେତା ନେଦରଲ୍ୟାଣ୍ଡ ମଧ୍ୟ ଫିଫା ବିଶ୍ୱକପରୁ ବିଦାୟ ନେଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସ୍ଥାନୀୟ ଅଲ ଥୁମାମା ଷ୍ଟାଡିୟମ୍‍ରେ ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲରେ ମରୋକ୍କୋ ୧-୦ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ହରାଇ ଆଫ୍ରିକାର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଦେଶ ପକ୍ଷରୁ ପ୍ରଥମାର୍ଦ୍ଧ ଖେଳର ୪୨ତମ ମିନିଟ୍‍ରେ ୟୁସେଫ୍‍ ଏନ୍‍ ନେସିରି ଗୋଲ ଦେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ୍‍ରେ ଫ୍ରାନ୍ସ ପକ୍ଷରୁ ଔରେଲିଏନ ଟିଚୋମେନୀ ଓ ଅଲିଭର ଜିରୋଡ ଗୋଲ ଦେଇଥିଲେ। ଇଂଲଣ୍ଡ ଅଧିନାୟକ ପେନାଲ୍ଟିରୁ ଗୋଟିଏ ଗୋଲ ଦେଇଥିଲାବେଳେ ଆଉ ଗୋଟିଏ ଗୋଲ ମିସ୍‍ କରିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର