ଆର୍ଜେଣ୍ଟିନାଠାରୁ ହାରିବା ପରେ ଫିଫା ଉପରେ ବର୍ଷିଲା ଇଜିପ୍ଟ: VAR ନିଷ୍ପତ୍ତିକୁ ନେଇ ସାଂଘାତିକ ଅଭିଯୋଗ

Suryakanta Picture
Published On

ମଙ୍ଗଳବାର ଖେଳାଯାଇଥିବା ଫିଫା ବିଶ୍ୱକପ୍ (FIFA World Cup 2026) ର ପ୍ରି-କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଠାରୁ ପରାସ୍ତ ହେବା ପରେ ଇଜିପ୍ଟ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛି। ଭିଏଆର୍ (VAR) ର ନିଷ୍ପତ୍ତିରେ ସମାନତା ନଥିବା ଏବଂ ତାହା କେବଳ ଆର୍ଜେଣ୍ଟିନା ସପକ୍ଷରେ ଯାଇଥିବା ନେଇ ଇଜିପ୍ଟ ଖେଳାଳି ଓ କୋଚ୍ ଅଭିଯୋଗ କରିଛନ୍ତି। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ଦୁର୍ଦ୍ଦାନ୍ତ ପ୍ରତ୍ୟାବର୍ତ୍ତନ କରି ୩-୨ ଗୋଲ୍‌ରେ ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ରୋମାଞ୍ଚକର ମୁକାବିଲାର ପ୍ରଥମ ୭୯ ମିନିଟ୍ ପର୍ଯ୍ୟନ୍ତ ଇଜିପ୍ଟ ୨-୦ ରେ ଆଗୁଆ ଥିଲା। ୟାସିର୍ ଇବ୍ରାହିମ୍ମୋସ୍ତାଫା ଜିକୋଙ୍କ ଗୋଲ୍ ବଳରେ ଦଳ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୧୩ ମିନିଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍ ଆର୍ଜେଣ୍ଟିନା ପକ୍ଷରୁ ଖ୍ରୀଷ୍ଟିଆନ୍ ରୋମେରୋ, ଲିଓନେଲ୍ ମେସି ଏବଂ ଏନଜୋ ଫର୍ଣ୍ଣାଣ୍ଡେଜ୍ ଗୋଲ୍ ସ୍କୋର୍ କରି ଦଳକୁ ବିଜୟୀ କରାଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

କେଉଁଠୁ ଆରମ୍ଭ ହେଲା ବିବାଦ?

ଇଜିପ୍ଟର ଅଭିଯୋଗ ମୁଖ୍ୟତଃ ଦୁଇଟି ଘଟଣାକୁ ନେଇ। ମ୍ୟାଚ୍‌ର ଦ୍ଵିତୀୟାର୍ଦ୍ଧରେ ମୋସ୍ତାଫା ଜିକୋ ଏକ ଚମତ୍କାର ଗୋଲ୍ ଦେଇଥିଲେ, ଯାହାକି ଇଜିପ୍ଟର ଅଗ୍ରଣୀକୁ ଆହୁରି ବଢ଼ାଇଥାନ୍ତା। କିନ୍ତୁ ରେଫରୀ ଫ୍ରାନ୍ସୁଆ ଲେଟେକ୍ସିଅର୍ ଭିଏଆର୍ (VAR) ର ସହାୟତା ନେଇ ଏକ ଲମ୍ବା ସମୀକ୍ଷା ପରେ ଏହି ଗୋଲ୍‌କୁ ବାତିଲ୍ କରିଥିଲେ। ଭିଏଆର୍ ଦର୍ଶାଇଥିଲା ଯେ ଗୋଲ୍ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ (ପ୍ରାୟ ୧୭ ସେକେଣ୍ଡ ପୂର୍ବରୁ) ଇଜିପ୍ଟର ମାରୱାନ୍ ଅଟିଆ ଆର୍ଜେଣ୍ଟିନାର ଡିଫେଣ୍ଡର୍ ଲିସାଣ୍ଡ୍ରୋ ମାର୍ଟିନେଜ୍‌ଙ୍କ ପାଦ ମାଡ଼ି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଆର୍ଜେଣ୍ଟିନାର ବିଜୟ ସୂଚକ ଗୋଲ୍ ବେଳେ କାହିଁକି ଚୁପ୍ ଥିଲା ଭିଏଆର୍?

ବିବାଦର ଅନ୍ୟ ଏକ କାରଣ ହେଉଛି ଆର୍ଜେଣ୍ଟିନାର ତୃତୀୟ ତଥା ବିଜୟ ସୂଚକ ଗୋଲ୍। ଇଜିପ୍ଟର ଦାବି ଅନୁଯାୟୀ, ଏନଜୋ ଫର୍ଣ୍ଣାଣ୍ଡେଜ୍ଙ୍କ ଗୋଲ୍ ପୂର୍ବରୁ ଆର୍ଜେଣ୍ଟିନାର ଆଲେକ୍ସିସ୍ ମ୍ୟାକ୍ ଆଲିଷ୍ଟର୍ ଇଜିପ୍ଟର ଖେଳାଳି ହାମଦି ଫାଥିଙ୍କ ସାର୍ଟ ଟାଣିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଘଟଣାକୁ ଭିଏଆର୍ ମାଧ୍ୟମରେ ସମୀକ୍ଷା କରାଯାଇନଥିଲା କିମ୍ବା ରେଫରୀ ଏହାକୁ ଅନ୍-ଫିଲ୍ଡ୍ ରିଭ୍ୟୁ କରିନଥିଲେ। ସେହିପରି ମହମ୍ମଦ ସାଲାହ୍‌ଙ୍କ ଉପରେ ଆର୍ଜେଣ୍ଟିନାର ଜୁଲିଆନ୍ ଆଲଭାରେଜ୍‌ କରିଥିବା ଏକ ଫାଉଲ୍ ପାଇଁ ପେନାଲ୍ଟି ଦାବିକୁ ମଧ୍ୟ ଅଣଦେଖା କରାଯାଇଥିଲା ବୋଲି ଇଜିପ୍ଟ ଅଭିଯୋଗ କରିଛି।

ଫିଫା ବିରୋଧରେ ଇଜିପ୍ଟର ସାଂଘାତିକ ଅଭିଯୋଗ

ମ୍ୟାଚ୍ ପରେ ଇଜିପ୍ଟର କୋଚ୍ ହୋସାମ୍ ହାସାନ୍ ଏବଂ ଖେଳାଳି ମୋସ୍ତାଫା ଜିକୋ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଫିଫା ପ୍ରଶାସନ ଇଚ୍ଛାକୃତ ଭାବେ ବିଶ୍ୱ ବିଜେତା ଆର୍ଜେଣ୍ଟିନା ଏବଂ ଲିଓନେଲ୍ ମେସିଙ୍କୁ ଟୁର୍ଣ୍ଣାମେଣ୍ଟରେ ରଖିବା ପାଇଁ ଏଭଳି ପାତରଅନ୍ତର ନୀତି ଆପଣାଉଛି। ରେଫରିଂରେ ଏଭଳି ଅନିୟମିତତାକୁ ନେଇ ଇଜିପ୍ଟ ଫୁଟବଲ୍ ଆସୋସିଏସନ୍ (EFA) ର ସଭାପତି ହାନି ଆବୋ ରିଡା ଆନୁଷ୍ଠାନିକ ଭାବେ ଫିଫା (FIFA) ନିକଟରେ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp