ବିଶ୍ୱକପ ୨୦୨୩ ପୁରସ୍କାର ରାଶି : ଜାଣନ୍ତୁ ଚମ୍ପିଅନ ଓ ରନର୍ସ ଅପ୍‌ ଟିମ୍‌କୁ ମିଳିବ କେତେ କୋଟି ଟଙ୍କା….

The Sakala Picture
Published On

ନୁଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ କାଲି ଶେଷ ହେବ। କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଉଛି। ଭାରତ ଚଳିତ ବିଶ୍ବକପ୍‌ରେ ଅପରାଜେୟ ରହିଥିଲେ ମଧ୍ୟ କାଲି କଣ ହେବ ତାହା କହିବା ଅସମ୍ଭବ। କାରଣ ଅଷ୍ଟ୍ରେଲିଆ ଟିମ୍‌କୁ ହାଲକାରେ ନେଇ ପାରିବନି ଭାରତ। ଭାରତ ଚଳିତ ବିଶ୍ୱକପରେ ଏଯାବତ୍ ଅପରାଜେୟ ରହିଥିବା ବେଳେ ଲିଗ୍ […]

ନୁଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ କାଲି ଶେଷ ହେବ। କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଉଛି। ଭାରତ ଚଳିତ ବିଶ୍ବକପ୍‌ରେ ଅପରାଜେୟ ରହିଥିଲେ ମଧ୍ୟ କାଲି କଣ ହେବ ତାହା କହିବା ଅସମ୍ଭବ। କାରଣ ଅଷ୍ଟ୍ରେଲିଆ ଟିମ୍‌କୁ ହାଲକାରେ ନେଇ ପାରିବନି ଭାରତ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ଚଳିତ ବିଶ୍ୱକପରେ ଏଯାବତ୍ ଅପରାଜେୟ ରହିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଅଷ୍ଟ୍ରେଲିଆ। ଲଗାତାର ୮ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଓ ଅଷ୍ଟ୍ରେଲିଆ ୨୦ ବର୍ଷ ପରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ଶେଷଥର ୨୦୦୩ ବିଶ୍ବକପ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ । ଜୋହାନ୍ସବର୍ଗରେ ଖେଳାଯାଇଥିବା ସେହି ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ଟାଇଟଲ୍ ଜିତିଥିଲା ଅଷ୍ଟ୍ରେଲିଆ। ସେହି ପରାଜୟର ପ୍ରତିଶୋଧ ନେବାକୁ ଏବେ ଭାରତ ପାଖରେ ସୁଯୋଗ ରହିଛି। ଊଭୟ ଦଳ ମଧ୍ୟରେ ଏକ‌ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବିଶ୍ୱକପ୍ ପୁରସ୍କାର ରାଶି

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ୪୬ ଦିନର ଏହି ବଡ ଇଭେଣ୍ଟରେ ଭାରତରେ ୪୭ ଟି ମ୍ୟାଚ୍ ଖେଳାଯାଇଛି। ବର୍ତ୍ତମାନ ଶେଷ ତଥା ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ଦୁଇଥର ଚାମ୍ପିୟନ ହୋଇଛି ଏବଂ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତିବାରେ ସଫଳ ହୋଇଛି। ୧୨ ବର୍ଷ ପରେ ବିଜେତା ହେବାକୁ ଟିମ୍ ଇଣ୍ଡିଆ ନଜର ରଖିଛି । ଏହି ମ୍ୟାଚ୍ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା।  ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ପୁରସ୍କାର ରାଶିରେ ଚାମ୍ପିୟନ୍‌ ଟିମ୍‌କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍‌ ଟିମ୍‌କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।

ସେମିଫାଇନାଲ ଏବଂ ଗ୍ରୁପ୍ ରାଉଣ୍ଡରେ ହାରିଥିବା ଦଳଗୁଡିକୁ ମିଳିବ ଏତିକି ଟଙ୍କା

ସେମିଫାଇନାଲରେ ହାରିଥିବା ଦଳଗୁଡିକ ୬.୬୬ ପାଇବେ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥି ସହିତ ଗ୍ରୁପ୍ ରାଉଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ବାଦ ପଡିଥିବା ଦଳକୁ ୮୩.୨୯ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର